କଣ ଚୋର ବଜାର ଯିବା ଉଚିତ ! ଏହାର ସତ୍ୟତା ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଆପଣମାନେ ସମସ୍ତେ ଚୋର ବାଜାର ବିଷୟରେ ନିଶ୍ଚିତ ଶୁଣିଥିବେ । ଏହା ସହିତ କେତେକ ଲୋକମାନେ ଚୋର ବଜାର ଯାଇ ଥିବେ ମଧ୍ୟ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଚୋର ବଜାରରେ ଯେଉଁ ଜିନିଷ ବିକ୍ରି ହୋଇଥାଏ ତାହା ଆସେ କେଉଁଠୁ ? କଣ ସେହି ସମସ୍ତ ଜିନିଷ ଚୋରୀ ହୋଇଥିବା ଜିନିଷ ଅଟେ । ଏହି କ୍ରମରେ ଆଜି ଆପଣଙ୍କୁ ଏହି ପ୍ରଶ୍ନର ଜବାବ ଦେବୁ । ଏହା ସହିତ ଆମେ ଆପଣଙ୍କୁ ଭାରତର ସବୁଠୁ ପ୍ରସିଦ୍ଧ ଚୋର ବଜାର ବିଷୟରେ ବି କହିବୁ ।

ଆପଣଙ୍କୁ ପ୍ରଥମେ କହିଦେଉଛୁ କି ଚୋର ବଜାର ଯାଉଛନ୍ତି ତେବେ କେବେ ବି ଏକୁଟିଆ ଯାଆନ୍ତୁ ନାହିଁ । ୫ – ୧୦ ଜଣ ଗ୍ରୁପ ହୋଇ ଯାଆନ୍ତୁ । କହିବାକୁ ଗଲେ ଚୋର ବଜାରର ପ୍ରାୟତଃ ଜିନିଷ ଚୋରୀର ହୋଇ ନ ଥାଏ । ମାତ୍ର ୫୦ ପ୍ରତିଶତ ଜିନିଷ ଚୋରୀର ହୋଇଥାଏ ଓ ଚୋର ବଜାରର ପ୍ରାୟତଃ ଜିନିଷ ଚୋରୀର ହୋଇଥାଏ କିମ୍ବା ପୂର୍ବରୁ ବ୍ୟବହାର ହୋଇଥାଏ । ଏଠିକାରୀ ଜିନିଷ ଆପଣଙ୍କ ଭାଗ୍ୟ ଉପର ନିର୍ଭର କରିଥାଏ ।

କାରଣ କିଛି ଜିନିଷ ବର୍ଷ ବର୍ଷ ଧରି ଚାଲିଥାଏ ତ କିଛି ଜିନିଷ ଅଳ୍ପ ଦିନରେ ଭାଙ୍ଗିଯାଏ । ସେଥିପାଇଁ ଯେତେବେଳେ ବି ଯେ କୌଣସି ବି ଜିନିଷ କ୍ରୟ କରୁଛନ୍ତି ତାହାକୁ ଭଲ ଭାବରେ ଚେକ କରି ନିଅନ୍ତୁ । ପ୍ରାୟତଃ ଜିନିଷ ବଡ ବଡ ଶୋରୁମରୁ ବି ଆସିଥାଏ । କାରଣ ଶୋରୁମରେ ଯଦି କୌଣସି ଜିନିଷ ଦୁଇ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଯାଏ ତେବେ ତାକୁ କେହି ବି କ୍ରୟ କରନ୍ତି ନାହିଁ ଓ ସେହି ଜିନିଷ ସିଧା ଚୋର ବଜାରକୁ ଆସିଥାଏ । ଚାଳନ୍ତୁ ଜାଣିବା ଭାରତର ୫ଟି ପ୍ରସିଦ୍ଧ ଚୋର ବଜାର ବିଷୟରେ ଜାଣିବା ।

ମୁମ୍ବାଇ ଚୋର ବଜାର

ମୁମ୍ବାଇର ଚୋର ବଜାର ଦକ୍ଷିଣ ମୁମ୍ବାଇ ସ୍ଥିତ ମହମ୍ମଦ ଅଲି ରୋଡ ପାଖରେ ଅଛି । ଏହି ମାର୍କେଟ ପାଖପାଖି ୧୫୦ ବର୍ଷ ପୁରୁଣା ଅଟେ । ଏହି ପୁରୁଣା କପଡା, ଅଟୋମୋବାଇଲ ପାର୍ଟ୍ସ ଓ କିଛି ଚୋରୀ କରାଯାଇଥିବା ଘଡି ଓ କିଛି ଘର ସଜ୍ଜତି ଜିନିଷ ମିଳିଥାଏ । ଏହି ମାର୍କେଟ ସବୁଦିନ ୧୧ ଟାରେ ଆରମ୍ଭ ହୋଇଥାଏ ଓ ସନ୍ଧ୍ୟା ୭.୩୦ରେ ବନ୍ଦ ହୋଇଯାଏ । ଏହି ବଜାର ବିଷୟରେ କୁହାଯାଏ କି ମୁମ୍ବାଇର ଯାତ୍ରା କରିବା ସମୟରେ କୁଇନ ଭିକ୍ଟୋରିୟାଙ୍କ କିଛି ଜିନିଷ ଜାହାଜରୁ ଚୋରୀ ହୋଇ ଯାଇଥିଲା ଓ ଏହି ଜିନିଷ ପରେ ମୁମ୍ବାଇର ଚୋର ବଜାରରେ ହିଁ ମିଳିଥିଲା ।

ଦିଲ୍ଲୀର ଚୋର ବଜାର

ଏହା ଦେଶର ସବୁଠୁ ପୁରୁଣା ଚୋର ବଜାର ଅଟେ । ପ୍ରଥେମ ଏହି ବଜାର କେବଳ ରବିବାର ଦିନ ଲାଲକିଲ୍ଲା ପଛରେ ଲାଗୁଥିଲା । କିନ୍ତୁ ଏହା ବର୍ତ୍ତମାନ ଜମା ମସଜିଦ ଓ ଅନ୍ୟ କେତେକ କ୍ଷେତ୍ରରେ ରବିବାର ଦିନ ଲାଗିଥାଏ ଓ ଏଠିକାର ଜିନିଷ ବି କିଛି ସେହିଭଳି ଅଟେ ।

ସୋତି ଗଞ୍ଜ, ମେରଠ, ୟୁପି

ୟୁପିର ମେରଠରେ ସୋତି ଗଞ୍ଜ ମାର୍କେଟ ବହୁତ ଫେମସ ଅଟେ । ଏହି ମାର୍କେଟକୁ ଚୋରୀ ଗାଡି ଓ ଗାଡିର ପାର୍ଟର ଖଣି କୁହାଯାଏ । ଏହି ମାର୍କେଟ ମେରଠ ସହରରେ ସକାଳ ୯ଟା ରୁ ୬ ଟା ପର୍ଯ୍ୟନ୍ତ ଖୋଲିଥାଏ ।

ଚିକପେଟେ, ବେଙ୍ଗଲୁରୁ

ଦିଲ୍ଲୀ ଓ ମୁମ୍ବାଇର ଚୋର ବଜାର ଅପେକ୍ଷା ଚିକପେଟେ, ବେଙ୍ଗଲୁରୁ କମ ପ୍ରସିଦ୍ଧ ଅଟେ । ଏହି ମାର୍କେଟ ବେଙ୍ଗଲୁରୁର ଚିକପେଟ ଜାଗାରେ ରବିବାର ଦିନ ଲାଗିଥାଏ । ଏଠି ବି ଆପଣଙ୍କୁ ନୂଆ ପୁରୁଣା ସମସ୍ତ ଜିନିଷ ମିଳିଯିବ । ଏହି ମାର୍କେଟ ଅନ୍ୟ କିଛି ଲୋକାଲ ମାର୍କେଟ ଭଳି ଅଟେ । ଏହି ମାର୍କେଟ ବି କେବଳ ରବିବାର ଦିନ ଲାଗିଥାଏ ।

ପୁଦୁପେତ୍ତାଇ, ଚେନ୍ନଇ

ସେଣ୍ଟ୍ରାଲ ଚେନ୍ନଇରେ ସ୍ଥିତ ଅଟୋନଗରରେ ପୁରୁଣା ଓ ଚୋରୀର କାରକୁ ନୂଆ କରାଯାଏ । ଏଠି ହଜାର ହଜାର ସଂଖ୍ୟାରେ ଦୋକାନ ଅଛି । ଏହି ଚୋର ବଜାରରେ ଗାଡିକୁ ନୂଆ ରୂପ ରଙ୍ଗ ଦେବାରେ ମହିର ଅଟେ । ଏହି ମାର୍କେଟ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିଥାଏ । କୁହାଯାଏ କି ଏଠି କେବେ ବି ନିଜର ଗାଡି ପାର୍କ କରନ୍ତୁ ନାହିଁ ହୋଇପାରେ ଆପଣଙ୍କୁ ଆପଣଙ୍କ ହିଁ ଗାଡିର ପାର୍ଟ ଏହି ସ୍ଥାନରେ ଥିବା ଦୋକାନରେ ମିଳିବ ।ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।