ଡେଲାଙ୍ଗ ମୁନିନ୍ଦାରେ ବନ୍ୟା ପ୍ରଭାବିତଙ୍କୁ ରନ୍ଧା ଖାଦ୍ଯ ପରଶିଲେ ରୁଦ୍ର ଭାଇ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ନଦୀ ପାଖ ଅଧିକାଂଶ ଅଞ୍ଚଳ ବନ୍ୟାଗ୍ରସ୍ତ ହୋଇଅଛି । ତେଣୁ ଏହି ସମୟରେ ଲୋକମାନେ ନିଜର ବାସ ଗୃହ ଛାଡି ଅନ୍ୟତ୍ର ବାସ କରୁଛନ୍ତି । ସେମାନଙ୍କ ରହିବା, ଖାଇବାରେ ଅନେକ ସମସ୍ଯା ଦେଖାଯାଉଛି । ଏହି ବନ୍ୟା ସମୟରେ ଲୋକମାନେ ଘରେ ପାଣି ହୋଇଯିବାରୁ ଅନେକ ସମସ୍ଯାର ଶିକାର ହେଉଛନ୍ତି । ଘରେ ଘରେ ପରିବାର ସଦସ୍ୟ ରୋଷେଇ କରି ଖାଇ ମଧ୍ୟ ପାରୁନାହାନ୍ତି ।

 

ବନ୍ୟାରେ ପୀଡିତ ଲୋକମାନଙ୍କର ଘରେ ଘରେ ପାଣି ପଶି ଯାଇଥିବାରୁ ତାଙ୍କର ଘରୋଇ ସମସ୍ତ ସାମଗ୍ରୀ ଜଳ ମଗ୍ନ ହୋଇଯାଇଛି । ଯେଉଁଥି ପାଇଁ ସେମାନେ ନାହିଁ ନଥିବା ସମସ୍ଯାକୁ ଭୋଗୁଛନ୍ତି । ଏହି ସମୟରେ ବୃଦ୍ଧ ଲୋକ, ଛୋଟ ପିଲା, ଗର୍ଭବତୀ ମହିଳା ଅଧିକାଂଶ ଭାବରେ ହଇରାଣ ହେଉଛନ୍ତି ।

ସେଥିପାଇଁ ମାନନୀୟ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଡେଲାଙ୍ଗ ଅଞ୍ଚଳର ବାସିନ୍ଦା ମାନଙ୍କୁ ସାହାଜ୍ଯର ହାତ ବଢାଇଛନ୍ତି । ସେହି ବନ୍ୟା ପ୍ରପୀଡିତ ଅଞ୍ଚଳର ଲୋକମାନଙ୍କୁ ସାହାଜ୍ଯ କରିବାକୁ ଯାଇ ତାଙ୍କୁ ରନ୍ଧା ଖାଦ୍ଯ ଦେବାର ବ୍ୟବସ୍ତା କରିଛନ୍ତି । ସେହି ଅଞ୍ଚଳର ସମସ୍ତ ଲୋକମାନଙ୍କ ପାଇଁ ରୋଷେଇ ସାମଗ୍ରୀ ଆସି ପରିଷ୍କାର ଓ ପରିଚ୍ଛନ ଭାବରେ ରୋଷେଇ ହୋଇ ଖାଇବା ଦେବାର ବନ୍ଦବସ୍ତ କରାଯାଇଅଛି ।

ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ନିଜର ସ୍ଵହୃଦୟ ନେଇ ଏହି ଡେଲାଙ୍ଗ ମୁନିନ୍ଦା ଅଞ୍ଚଳରେ ଲୋକମାନଙ୍କ ରନ୍ଧା ଖାଦ୍ୟର ବନ୍ଦବସ୍ତ କରିବା ସହ ନିଜ ହାତରେ ସେହି ବନ୍ୟା ପ୍ରପୀଡିତ ଲୋକମାନଙ୍କୁ ରନ୍ଧା ହୋଇଥିବା ଖାଦ୍ୟ ପରଷିଛନ୍ତି । ନିଜ ହାତରେ ସମସ୍ତ ଗ୍ରାମବାସୀ ବୃନ୍ଦଙ୍କୁ ଖୁସି ମନ ସହ  ଖାଇବା ବାଢିଛନ୍ତି । ବନ୍ୟା ପୀଡିତ ଲୋକମାନେ ଏହି ବନ୍ୟା ସମୟରେ ଭଲରେ ମୁଠାଏ ରନ୍ଧା ହୋଇଥିବା ଖାଦ୍ୟ ଖାଇପାଇପାରୁନଥିଲେ ।

ପିଲାମାନଙ୍କର ସ୍କୁଲ ଯିବାଠୁ ନେଇ କୌଣସି ଲୋକ କିଛି କାମ ପାଇଁ ମଧ୍ୟ ବାହାରକୁ ଯାଇପାରୁନଥିଲେ । ଅତ୍ୟଧିକ ବର୍ଷା ଯୋଗୁ ନଦୀ ପାଣି ବଢି ଗ୍ରାମ ମୁହାଁ ହୋଇଥିଲା । ସେହି କାରଣରୁ ଗ୍ରାମରେ ଲୋକଙ୍କର ଜୀବନଶୈଳୀ ବଞ୍ଚିବାରେ ବେହାଲ ହୋଇଯାଇଥିଲା । ଲୋକମାନଙ୍କ ସମସ୍ଯା ଏତେ ମାତ୍ରାରେ ବଢିଯାଇଥିଲା କି ସେମାନେ ଏହି ସମୟରେ ନିରାଶ୍ରୟ ହୋଇଯାଇଥିଲେ ।

 

କ’ ଣ ଖାଇବେ, କିପରି ରହିବେ ଓ କେଉଁ ଅବସ୍ଥାରେ ରହିବେ ଏହାକୁ ନେଇ ବହୁତ ଚିନ୍ତିତ ରହୁଥିଲେ । ଦେବ ଦୂତ୍ତ ସାଜି ପିପିଲି ବିଧାୟକ ଏହି ଡେଲାଙ୍ଗ ମୁନିନ୍ଦା ଅଞ୍ଚଳବାସୀଙ୍କୁ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ତା କରିଥିବାରୁ ସମସ୍ତ ଗ୍ରାମବାସୀ ମାନନୀୟ ବିଧାୟକଙ୍କ ଉପରେ ବହୁତ ଖୁସି ଅଛନ୍ତି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ନିହାତି ଭାବରେ ଲାଇକ୍ କରନ୍ତୁ । ଧନ୍ୟବାଦ