ଚାହୁଁ ଚାହୁଁ ଆକାଶରୁ ବର୍ଷିବାକୁ ଲାଗିଲା ଲକ୍ଷ ଲକ୍ଷ ଟଙ୍କା । 100 ଟଙ୍କିଆ ଠାରୁ ନେଇ 500 ଟଙ୍କିଆ ନୋଟ ଗଦା ହୋଇଗଲା । ଆଉ ଟଙ୍କା ଗୋଟେଇବା ପାଇଁ ଯିଏ ଯୁଆଡେ ପାରିଲେ ଦୌଡିଲେ । ଏହି ଭିଡିଓକୁ ଟିକେ ଭଲ କରି ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଉପରୁ କେମିତି ଟଙ୍କା ବର୍ଷା ହେଉଛି ନ ଦେଖିଲେ ଆପଣଙ୍କ ଆଖିକୁ ବିଶ୍ବାସ କରିପାରିବେ ନାହିଁ । ଏଗୁଡ଼ିକ ଆପଣଙ୍କୁ ଖାଲି କାଗଜ ଲାଗୁ ଥାଇପାରେ ହେଲେ ଏହା କାଗଜ ନୁହେଁ ।
ବରଂ 100 ଟଙ୍କିଆ ଓ 500 ଟଙ୍କିଆ ଖଡଖଡିଆ ନର ସବୁ ଆକାଶରୁ ବର୍ଷା ହେଉଛି । ଏବେ ଆପଣଙ୍କ ମନକୁ ଆସୁଥିବ କି ନୋଟ ଗୁଡିକ କାଳେ ନକଲି ହୋଇଥିବ । କିନ୍ତୁ ଆମେ ଆପଣଙ୍କୁ କହିରଖୁଛୁ ଯେ ଏହା ହେଉଛି ଏକଦମ ସତସତିକା ନୋଟ । ଯାହା ଆକାଶରୁ ଉଡି ଆସି ତଳେ ପଡୁଛି ଏବଂ ଏହାକୁ ଗୋଟାଇବାକୁ ସମସ୍ତେ ଦୌଡି ଯାଉଛନ୍ତି । ଏଭଳି ଏକ ଦୃଶ୍ୟ ଏବେ ଗୁଜୁରାଟରୁ ସାମ୍ନାକୁ ଆସିଛି । ବାହାଘର ଚାଲିଥିଲା ଆଉ ବରଯାତ୍ରୀ ଧୁମଧଡକ ନାଚ ନାଚୁଥିଲେ ।
ଆଉ ଠିକ ଏତିକି ବେଳେ ଆକାଶରୁ ବର୍ଷା ହୋଇ ଚାଲିଥିଲା ପୁଳା ପୁଳା ଟଙ୍କା । ଏତେ ଟଙ୍କା ବର୍ଷା ହୋଇଥିଲା ଯେ ତଳେ ଟଙ୍କା ଗୁଡିକ ଗଦା ହୋଇ ଯାଇଥିଲା । ତେବେ ଏହା କୌଣସି ପ୍ରାକୃତିକ ଟଙ୍କା ବର୍ଷା ନୁହେଁ ବରଂ କୁତ୍ରିମ ବର୍ଷା ଥିଲା । ଟଙ୍କା ଗୁଡିକ ବା କିପରି ନହେଲେ ଆକାଶରୁ ବର୍ଷିବ । ମିଳିଥିବା ଖବର ଅନୁଯାୟୀ ଗୁଜୁରାଟ ମହୋରଣା ଅଞ୍ଚଳର ପୂର୍ବ ସରପଞ୍ଚଙ୍କ ପୁତୁରାଙ୍କ ବିବାହ ଚାଲିଥିଲା ବେଳେ ଏଭଳି କିଛି ଘଟିଥିଲା ।
ଘରୁ ବାରାତ୍ ବାହାରିବା ପରେ ସମସ୍ତେ ଡିଜେ ର ତାଳେ ତାଳେ ନାଚିବାକୁ ଲାଗିଥିଲେ । ଠିକ ଏତିକି ବେଳେ ପୂର୍ବ ସରପଞ୍ଚ କରିମ ଯାଦବ କେକ୍ରି ତାଙ୍କ ଘର ଛାତ ଉପରେ ଠିଆ ହୋଇ ଟଙ୍କା ଉଡାଇବାକୁ ଲାଗିଥିଲେ । 100 ଏବଂ 500 ଟଙ୍କିଆ ନୋଟ ନିଜ ଛାତ ଉପରେ ଠିଆ ହୋଇ ବର୍ଷା କରିବାରେ ଲାଗିଥିଲେ । ଯାହାପରେ ନାଚିବା ଛାଡି ଲୋକେ ଟଙ୍କା ଗୋଟାଇବାକୁ ଲାଗି ପଡିଥିଲେ । ଏପରିକି ଟଙ୍କା ଗୋଟାଇବାକୁ ନେଇ ମାଡଗୋଳ ମଧ୍ୟ ହୋଇଥିଲା ।
ତେବେ ଉକ୍ତ ସରପଞ୍ଚ ଜଣକ ଏମିତିରେ ପ୍ରାୟ 50 ଲକ୍ଷ ଟଙ୍କା ଉଡାଇ ଦେଇଥିବା ଚର୍ଚ୍ଚା ହେଉଛି । ପୁତୁରା ରଜାକ ର ବାହାଘରରେ କରିମ ଯାଦବ ଏତେ ପରିମାଣର ଟଙ୍କା ଉଡାଇବା ପରେ ଜଣେ ସରପଞ୍ଚଙ୍କ ପାଖରେ ଖାଲି ଉଡାଇବା ପାଇଁ ଏତେ ଟଙ୍କା କେଉଁଠୁ ଆସିଲା ବୋଲି ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।