ସାମ୍ନାକୁ ଆସିଲା ସମୁଦ୍ର କୂଳରେ ଭାସି ଆସି ଲାଗିଥିବା ସୁନା ରଥର ସତ କାହାଣୀ, ଦେଖିବା ପାଇଁ ଭିଡ ଜମାଉଛନ୍ତି ଅସଂଖ୍ଯ ଲୋକ

ବାତ୍ୟା ଅସାନି ଯେତିକି ଡରାଇଲା ସେତିକି ହଇରାଣ କିନ୍ତୁ କରିନାହିଁ । ହେଲେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଏମ। ସୁନାପଲ୍ଲୀ ଗ୍ରାମକୁ ଦେଇଯାଇଛି ଏକ ଅନନ୍ୟ ଉପହାର । ବାତ୍ୟା ପ୍ରଭାବରେ ଏହି ଗାଁ’ର ସମୁଦ୍ରକୁଳରେ ଏକ ସୁନେଲି ରଥ ଭାସି ଆସିଛି । ଏଥିରେ ୧୬/୦୧/୨୦୨୨ କୁ ଛାଡିଦେଲେ ଆଉ ମାଲେସିଆ ଭାଷାରେ ଯାହା ସବୁ ଲେଖାଯାଇଛି କେହି ପାଢୀ ପାରୁନାହାନ୍ତି । ସମୁଦ୍ର ଭାସିବା କୌଶଳରେ ତିଆରି ହୋଇଛି ଏହି ରଥ । ଏଥିରେ ବୌଦ୍ଧ ଧର୍ମର କଳାସ୍ଥାପତ୍ୟ ରହିଥିବା ଦୃଶ୍ୟମାନ ଦେଉଛି ।

ରଥଟି ରହସ୍ୟମୟ ଭାବେ ଆସି ସେଠାରେ ଲାଗିଥିବାରୁ ଏହାକୁ ଦେଖିବାକୀ ବହୁଳ ସଂଖ୍ଯାରେ ଲୋକେ ରୁଣ୍ଡ ହେଉଛନ୍ତି । ୧୦ଫୁଟ ଉଚ୍ଚତା ବିଶିଷ୍ଟ ଏହି ରଥ ସମୁଦ୍ରରେ କେଉଁଠୁ ଓ କିପରି ଆସିଲା ତାହା ଜଣା ପଡିନାହିଁ । ଏହାକୁ ନେଇ ସ୍ଥାନୀୟ ମେରାଇନ ପୋଲିସ ତଦନ୍ତ କରୁଛି । ରଥଟି ଏକ ତପସ୍ୟା ମଣ୍ଡପ ଏବଂ ଏହା ମିଆଁମାରରୁ ଆସି ଥାଇପାରେ ବୋଲି ପ୍ରାଥମିକ ତଥ୍ୟ ରହିଛି ।

ଏହାର ଚଟାଣ ବର୍ମା କାଠରେ ହୋଇଥିବା ବେଳେ ଏହା ପାଣିରେ ଭାସିବା ପାଇଁ ଏଥିରେ ୧୨ଟି ଲୁହା ଡ୍ରମ ଖଞ୍ଜାଯାଇଛି । ରଥର କିଛି ଅଂଶ ଲୁହାରେ ନିର୍ମାଣ କରାଯାଇ ଗୋଲ୍ଡ କୋଟିଙ୍ଗ କରାଯାଇଛି ଓ ରଥର ଚୂଳ ପିତ୍ତଳରେ ତିଆରି ହୋଇଛି । ସମୁଦ୍ରକୂଳରେ ଏହିପରି ସୁନେଲି ରଥ ଭାସି ଭାସି ଆସି ଲାଗିବା ଲୋକଙ୍କୁ ବିସ୍ମୟ କରୁଛି ।

ତେଣୁ ଏହାକୁ ଦେଖିବା ପାଇଁ ବହୁ ମାତ୍ରାରେ ଲୋକେ ଆସୁଛନ୍ତି । ମିଆଁମାର ଓ ଥାଇଲାଣ୍ଡରେ ମନ୍ଦିର ଗୁଡିକ ଏହିଭଳି ନିର୍ମାଣ କରା ଯାଇଥାଏ । ଏଭଳି ଛୋଟ ଛୋଟ ରଥ ଭଳି ମଣ୍ଡପରେ ବୌଦ୍ଧ ସନ୍ଥ ଏବଂ ଭିକ୍ଷୁ ମାନେ ପାଣି ଭିତରେ ବସି ଧ୍ୟାନ କରନ୍ତି ବୋଲି କୁହାଯାଏ । ଏହାକୁ ଅନେକ ଲୋକ ଏକ ଦଇବି ସଙ୍କେତ ବୋଲି ମଧ୍ୟ ମାନୁଛନ୍ତି ।

ଏହି ସୁନା ରଥରେ ସ୍ଥାନୀୟ ବ୍ରାହ୍ମଣ ପଣ୍ଡିତ ମାନେ ଦେବୀଙ୍କର ଏକ ଛୋଟ ମୂର୍ତ୍ତି ରଖିଛନ୍ତି ଯାହା ଲୋକେ ଦର୍ଶନ କରି ଯାଉଛନ୍ତି ଓ ଦାନ ଦକ୍ଷିଣାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏକ ଛୋଟ ଡବାରେ ଯିଏ ଯାହା ଚାହିଁବେ ଦାନ ଦେଇ ଯାଉଛନ୍ତି ।

ପୂଜା କରିବା ଓ ଏହି ରଥ ସହ ଫଟୋ ଉଠାଇବା ସହ ସମୁଦ୍ରକୂଳ ବୁଲି ମଧ୍ୟ ଉପଭୋଗ କରୁଛନ୍ତି ଲୋକେ । ସୁନା ରଥ ଆସି ପହଞ୍ଚିବା ପରଠାରୁ ସମୁଦ୍ରକୂଳରେ ପ୍ରଚୁର ସଂଖ୍ଯାରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।