ରାଜଧାନୀରେ ସାଙ୍ଗ ହେଲେ ଦୁହେଁ ନିଶାରେ ଝୁମିଲେ, ଆଉ ଶେଷରେ ଯୁବତୀଙ୍କ ସହ ଯୁବକ ଜଣକ ଯାହା କଲେ…

ଯୁବତୀଙ୍କ ସହ ଜବରଦସ୍ତ ଶାରୀରିକ ସମ୍ବନ୍ଧ ରଖିବା ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ସେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିବା ପରେ ଯୁବତୀ ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଯାହାଫଳରେ ପୋଲିସ ତାଙ୍କୁ ଗିରଫ କରିବା ପରେ ମେଡିକାଲ ମଧ୍ୟ ନେଇଛି । ଆପଣ ଦେଖି ପାରୁଥିବେ କି ଯୁବକ ଜଣକ କିପରି ଭାବେ ପୋଲିସ ଭ୍ୟାନରେ ବସି ମୁହଁ ଲୁଚାଉଛନ୍ତି । କିନ୍ତୁ କାଲି ଏହି ଯୁବକ ଜଣକ ଯାହା କାଣ୍ଡ କରିଛନ୍ତି ସେଥିପାଇଁ ତ ପୋଲିସ ତାଙ୍କୁ ଧରିଛି ।

ଯୁବକ ଜଣକ ବେହୋସ ଅବସ୍ଥାରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ପାହାଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ରାଜଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ କରାଯାଇଛି ଏଭଳି ଦୁଷ୍କର୍ମ କାଣ୍ଡ । ଭୁବନେଶ୍ବର ପାହାଳ ଅଞ୍ଚଳରେ ମଦ ପିଇ ଯୁବତୀଙ୍କୁ ବଳାତ୍କାର କରିଛନ୍ତି ଯୁବକ । ଯୁବତୀ ବେହୋସ ଥିବା ବେଳେ ତାଙ୍କୁ ଅଭିଯୁକ୍ତ ଯୁବକ ବଳତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଛି ।

ପୋଲିସ ଅଭିଯୋଗକୁ ଆଧାର କରି କିଶନ ଅଗ୍ରୱାଲ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ଓ ତାଙ୍କର ଡାକ୍ତରୀ ମାଇନା ପାଇଁ ଅଭିଯୁକ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇ ଯାଇଛି । କିଶନଙ୍କ ନାଁ’ରେ ତାଙ୍କର ଜଣେ ଯୁବତୀ ବନ୍ଧୁ ଏଭଲିୟ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । କିଶନ ଓ ପୀଡ଼ିତା ଯୁବତୀ ପ୍ରଥମରୁ ବନ୍ଧୁ ଥିଲେ । କିନ୍ତୁ ଗତକାଲି ଯୁବକ ଜଣକ ମଦ ପିଇ ପାହାଳ ସ୍ଥିତ ତାଙ୍କ ରୁମ୍ ରେ ଯାଇ ପହଞ୍ଚି ଯୁବତୀଙ୍କ ସହ ଜବରଦସ୍ତ ଶାରୀରିକ ସମ୍ବନ୍ଧ ରଖିବାକୁ ଚେଷ୍ଟା କରିଥିଲେ ।

ଯୁବତୀ ତାଙ୍କର ଏପରି ବ୍ୟବହାରକୁ ମାନି ନଥିଲେ ଓ ପରେ ସେ ପାହାଳ ଥାନାର ଦ୍ଵାରସ୍ଥ ହୋଇଥିଲେ । ପୋଲିସ ତାଙ୍କ ଅଭିଯୋଗକୁ ଭିତ୍ତି କରି ଉକ୍ତ ଯୁବକଙ୍କୁ ଗିରଫ କରିଛି । ଆଜିକାଲି ଏଭଳି ଘଟଣା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ସେଥିପାଇଁ ଯୁବପିଢି ମାନେ ବନ୍ଧୁତା କରିବା ପୂର୍ବରୁ ଭାବିଚିନ୍ତି ପଦକ୍ଷେପ ନେବା ଉଚିତ ।

ଏହାସହ ଏଭଳି ଜବରଦସ୍ତି କାହା ସହ ସମ୍ବନ୍ଧ ବନେଇବା ପାଇଁ ଚେଷ୍ଟା କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ଏଭଳି କାର୍ଯ୍ୟ କରୁଥିବା ଯୁବକମାନେ ମନେରଖିବା ଉଚିତ । ନିଜେ ସଚେତନ ହେଲେ ଓ ନିଜକୁ ସଂଯମରେ ରଖିଲେ ଏଭଳି ପରିସ୍ଥିତି ଉପୁଜିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।