‘ଦୁଇ ପୁଅ ଗୋଟେ ଝିଅଙ୍କୁ OYO ରେ ଏଣ୍ଟ୍ରି ଦେଉନୁ, ଆମେ କେବଳ ଅବିବାହିତ କପଲ୍ ମାନଙ୍କୁ…’ ଦେଖନ୍ତୁ କଣ କହିଲେ OYO କର୍ମଚାରୀ, ଦେଖନ୍ତୁ Video

ନିକଟରେ ବରଗଡରେ ଘଟିଥିବା ଦୁଃଖଦ ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି । ହୋଟେଲ ରୁମ୍ ରେ ଶାରୀରିକ ସମ୍ବନ୍ଧ ରଖୁଥିବା ବେଳେ ପ୍ରେମିକାଙ୍କ ହଠାତ ଅଚେତ ହୋଇ ପଡିଥିଲେ ଓ ତାଙ୍କୁ ତୁରନ୍ତ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ ପ୍ରେମିକ । ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାପରେ ପ୍ରେମିକ ଜଣକ ପ୍ରେମିକାର ବେଡ୍ ନିକଟରେ ଛାତି ପିଟି କାନ୍ଦୁଥିବା ଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା । ଯୁବକ ଜଣକ ମଧ୍ୟ ପୋଲିସ ଆଗରେ ସବୁ ସତ ମାନି ନେଇଥିଲେ ।

ପ୍ରେମିକା ଘରୁ କଲେଜ ଯିବାକୁ ବାହାରିଥିଲେ କିନ୍ତୁ କଲେଜ ନଯାଇ ପ୍ରେମିକଙ୍କ ସହ ଓୟୋ ହୋଟେଲ ରୁମ୍ କୁ ଯାଇଥିଲେ । ଆଉ ସେଠାରେ ଘଟି ଯାଇଥିଲା ଏଭଳି ଅଭାବନୀୟ ଘଟଣା । ଯାହା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । କାରଣ ଉକ୍ତ ଯୁବତୀ ଜଣକ ନାବାଳିକା ଥିଲେ । ୧୮ ବର୍ଷରୁ ଉର୍ଦ୍ଧ୍ଵ ନହୋଇ ମଧ୍ୟ ହୋଟେଲ ରୁମ୍ ରେ ତାଙ୍କୁ କାହିଁକି ଏଣ୍ଟ୍ରି ଦିଆଗଲା ସେନେଇ ସମସ୍ତେ ପ୍ରଶ୍ନ ଉଠାଇଥିଲେ । ପ୍ରତ୍ଯକ୍ଷ ଭାବେ ନହେଲେ ମଧ୍ୟ ପରୋକ୍ଷ ଭାବେ ସେହି ହୋଟେଲ ହିଁ ଯୁବତୀଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ଲୋକେ କହୁଛନ୍ତି ।

ତେବେ ଉକ୍ତ ନାବାଳିକା ଏବଂ ଯୁବକ ଗତ ୬ ବର୍ଷ ହେବ ପ୍ରେମ ସମ୍ପର୍କରେ ରହିଛନ୍ତି ଓ ପୂର୍ବରୁ ମଧ୍ୟ ତାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଛି ବୋଲି ଯୁବକ ସ୍ଵୀକାର କରିଥିଲେ । ହେଲେ ସେଦିନ ହଠାତ ଯୁବତୀଙ୍କ ହାର୍ଟ ଚୋକ୍ ହୋଇଗଲା କଣ ପାଇଁ ସେନେଇ ଯାଞ୍ଚ ଜାରି ରଖିଛି ପୋଲିସ । ଯୁବକ ଜଣକ ମଧ୍ୟ ପୋଲିସ କଷ୍ଟଡିରେ ରହିଛନ୍ତି ।

ତେବେ ଏହା ଓୟୋ ହୋଟେଲ ଗୁଡିକ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଠିକ ଭାବେ ଆଇଡି ଯାଞ୍ଚ ନକରି ବୟସ ନଦେଖି କପଲ୍ ମାନଙ୍କୁ ଚେକ ଇନ କରାଉଥିବା ଲୋକେ ଅଭିଯୋଗ ଆଣୁଛନ୍ତି । ଯାହାଫଳରେ ଏପରି ଅଭାବନୀୟ ଘଟଣା ଘଟୁଛି । ଓୟୋ ହୋଟେଲ କର୍ମଚାରୀ ତଥା ମାଲିକମାନେ କିନ୍ତୁ ଏହାକୁ ଖଣ୍ଡନ କରୁଛନ୍ତି । କପଲ୍ ମାନଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି ଓ ଭଲ ଭାବେ ଆଇଡି କାର୍ଡ ଚେକ କରିବା ପରେ ହିଁ ରୁମ୍ ଦିଆଯାଉଛି ବୋଲି ସେମାନେ କହୁଛନ୍ତି ।

ଏହାସହ ଦୁଇ ଜଣ ପୁଅ ଓ ଗୋଟିଏ ଝିଅଙ୍କୁ ଗୋଟିଏ ରୁମ୍ ରେ ଏଣ୍ଟ୍ରି ଦିଆ ଯାଉନାହିଁ ଏବଂ କେହି ଭିଜିଟରଙ୍କୁ ମଧ୍ୟ ରୁମ୍ କୁ ଯିବାକୁ ଦିଆଯାଏ ନାହିଁ ବୋଲି ସେ କହୁଛନ୍ତି । ସମସ୍ତ ନିୟମ ପାଳନ ସତ୍ତ୍ୱେ ଏପରି ଭୁଲ କେମିତି ହେଲା ତାହା ଏବେ ସମସ୍ତେ ପ୍ରଶ୍ନ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।