ନମସ୍କାର ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏହି ଦୁନିଆରେ କେହି କାହାର ନୁହେଁ ସମସ୍ତେ ସ୍ୱାର୍ଥପର । କିନ୍ତୁ କେବଳ ମାତା ପିତା ହିଁ ନିଜର ହୋଇଥାନ୍ତି । ତେବେ କେବଳ ମାଆ ହିଁ ଥାଏ ଯିଏ ନିଜର ପିଲାଙ୍କ ଉପରେ ଆଞ୍ଚ ବି ଆଣିବାକୁ ଦିଏ ନାହିଁ ଏବଂ ନିଜ ପିଲାର ସୁରକ୍ଷା ପାଇଁ କିଛି ବି କରିପାରେ ।
ତେବେ କେବଳ ମଣିଷ ନୁହେଁ ବରଂ ପଶୁପକ୍ଷୀ, ସରୀସୃପ ଆଦି ସମସ୍ତେ ନିଜ ପିଲାଙ୍କ ଉପରେ ବିପଦ ଆସିଲେ ଅଧାର୍ୟ୍ଯ ହୋଇ ପଡ଼ନ୍ତି । ସେହି ଭଳି ଜଣେ ସାପ କୁ ଏବଂ ତାର ଛୁଆ କୁ ଉଦ୍ଧାର କରିବା ସମୟରେ କିଭଳି ସାପ ରାଗି ଯାଉଛି ଚାଲନ୍ତୁ ଜାଣିନେବା ସେହି ବିଷୟରେ । ଭଦ୍ରକ ଜିଲ୍ଲାର ଗୋବିନ୍ଦପୁର ଗ୍ରାମରେ ଜଣଙ୍କ ଘରେ ଗୋଟିଏ ସାପ କୁ ବାରମ୍ବାର ଦେଖିବାକୁ ପାଇଲେ ତେବେ ଏହା ପରେ ସେମାନେ ସାପ ଉଧାର କରୁଥିବା ମିର୍ଜା ଏମଡି ଆରିଫ ଙ୍କୁ ଡାକିଥିଲେ ।
ତେବେ ସେ ସେଠାରେ ପହଁଚି ପ୍ରଥମେ ମାଟି କୁ କାଢ଼ିଥିଲେ ଏବଂ ବହୁତ ଧ୍ୟାନ ର ସହିତ କାଢୁଥିଲେ ତେବେ ମାଟି କାଢ଼ିବା ପରେ ଜଣା ଗଲା କି ତା ତଳେ ସାପ ଅଣ୍ଡା ଦେଇଛି ଏବଂ କିଛି ଅଣ୍ଡାରୁ ଛୋଟ ଛୋଟ ସାପ ଛୁଆ ମଧ୍ୟ ବାହାରି ଛନ୍ତି । ତେବେ ସେମାନଂକୁ ଆରାମ ରେ କାଢି ଉଧାର କରାଗଲା ।
ତେବେ ଏହା ପରେ ମାଆ ସାପ କୁ ମଧ୍ୟ ବାହାର କରାଗଲା ତେବେ ସେହି ସାପ ଟି ହେଉଛି କୋବ୍ରା । ତେବେ ସାପଟି ନିଜର ଛୁଆ ମାନଂକୁ କଡ଼ାଯିବାର ଦେଖି ବୋଧ ହୁଏ ତା ଛୁଆ ଙ୍କ ଉପରେ କିଛି ବିପଦ ଆସୁଛି ଭାବି ଜୋରରେ ଫଁ ଫଁ ହେବା ଆରମ୍ଭ କରିଦେଲା ।
ପରେ ରାଗି କି ଚୋଟ ମାରିବା ମଧ୍ୟ ଆରମ୍ଭ କରିଦେଲା । ତେବେ ସାପ କୁ ଉଦ୍ଧାର କରୁଥିବା ବ୍ୟକ୍ତି ଜଣକ ନିଜ ହସ୍ତରେ ଏକ ଗ୍ଲୋବସ ଅଧା ପିନ୍ଧିଲେ ଏଵଂ ସାପକୁ ଧରିବାକୁ ଚେଷ୍ଟା କଲେ କିନ୍ତୁ ସାପ ରାଗିକି ତାଙ୍କ ହାତକୁ କାମୁଡି ବିଷ ଛାଡ଼ିବାକୁ ଲାଗିଲା । ତେବେ ଶେଷ ରେ ସେ ସେହି ସାପ ଏବଂ ତାର ଛୁଆ କୁ ଉଦ୍ଧାର କରି ଜଂଗଲ ରେ ଛାଡି ଦେଇଥିଲେ ।
ତେବେ ନିଜ ଛୁଆ କୁ ବଞ୍ଚେଇବା ପାଇଁ ମାଆ ସାପର ଏହି କାର୍ଯ୍ୟ କଳାପ ସମସ୍ତ ଙ୍କୁ ଆନନ୍ଦିତ କରିଥିଲା ଏବଂ ଶେଷରେ ଆରିଫ ଜୀବ ଜନ୍ତୁ କୁ ନ ମାରି ସେମାନଂକୁ ଜଂଗଲ ରେ ଛାଡିବା ପାଇଁ ଅନୁରୋଧ କରିଥିଲେ । ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।