ସେକ୍ସଟର୍ସନ କଣ ଓ କିପରି ଏହାଠୁ ସତର୍କ ରହିବେ ? ଜାଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି Cyber ଏକ୍ସପର୍ଟ Prashant Sahu, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜିକାଲି ବହୁତ ଜାଗାରେ ସେକ୍ସଟର୍ସନ୍ ବା ନିଉଡ କଲ ଆସିବାର ଦେଖା ଯାଉଛି । ଅନେକ ଲୋକ ସେକ୍ସଟର୍ସନ୍ ର ଶିକାର ମଧ୍ୟ ହେଉଛନ୍ତି । ବନ୍ଧୁଗଣ ପ୍ରାୟତଃ ସେକ୍ସଟର୍ସନ୍ ସୋଶଲ ମିଡିଆ ରେ ଆସିବାର ଦେଖାଯାଏ । ଯେପରିକି Facebook, WhatsApp ବା Instagram ଇତ୍ୟାଦି । କିନ୍ତୁ ଆଜିକାଲି ଏହା ପ୍ରାୟତଃ whatsapp ରେ ଅଧିକ ମାତ୍ରାରେ ଆସିବା ଦେଖାଯାଇଥାଏ ।

ପ୍ରଥମେ କେହି ଜଣେ ନିଜ ପ୍ରୋଫାଇଲ ରେ ଏକ ସୁନ୍ଦର ଫୋଟୋ ଦେଇ ଆପଣଙ୍କୁ ମ୍ଯାସେଜ୍ କରି କଥାବାର୍ତ୍ତା ଆରମ୍ଭ କରିଥା’ନ୍ତି । ସାଧାରଣତଃ ପ୍ରଥମେ ସେମାନେ Hi dear, hello friend ଏପରି କିଛି ଟେକ୍ସ୍ଟ କରି କଥା ଆରମ୍ଭ କରିଥାନ୍ତି ।

ଯଦି ଆପଣ ସେମାନଙ୍କୁ କିଛି  ରିପ୍ଳାଏ କରନ୍ତି, ତେବେ ସେମାନେ ଏହାପରେ ଆପଣ କିପରି ଅଛନ୍ତି, କଣ କରନ୍ତି ଏଭଳି କିଛି ଆପଣଙ୍କ ବିଷୟରେ କଥା କହି ଆପଣଙ୍କୁ ସେ କଲ କିମ୍ବା ଭିଡିଓ କଲ କରିବା ପାଇ ପଚାରିଥାନ୍ତି । ସେ କଥା ହେଲା ସମୟରେ ଆପଣ ଜାଣି ମଧ୍ୟ ପରିବେନି ସେ ଆପଣଙ୍କ ମାଇନ୍ଡ କୁ ଏଭଳି ଡାଇଭର୍ଟ କରିଦେବେ ।

ବନ୍ଧୁଗଣ ଏଭଳି ଲୋକଙ୍କ ଠାରୁ ସବୁବେଳେ ବଞ୍ଚି ରହିବା ଆବଶ୍ୟକ । ଯଦି ଆପଣ ସେମାନଙ୍କୁ  କଲ କରିବା ପାଇଁ ଅନୁମତି ଦେଇ ଦିଅନ୍ତି, ତେବେ ସେମାନେ ଭିଡିଓ କଲ ସମୟରେ ନିଜେ ତ ନିଉଡ ହୋଇଯାଇଥିବେ, ତାହାସହ ଆପଣଙ୍କ ସହ କଥାହେବା ସମୟରେ ଆପଣଙ୍କୁ ମଧ୍ୟ ନିଉଡ ହେବାକୁ କହିବେ, ପ୍ରଥମେ ଆପଣଙ୍କୁ ଅନୁରୋଧ କଲା ଭଳି କହି ତାହାପରେ ଆପଣଙ୍କୁ ନିଜ କଥା ମନେଇବା ପାଇଁ ଚାପ ଦେଇଥାନ୍ତି ।

ନଚେତ କିଛି ବିଶେଷ ଅଙ୍ଗଭଙ୍ଗି କରିବାକୁ ମଧ୍ୟ କହିଥାନ୍ତି ।ବନ୍ଧ୍ଯୁଗଣ ଆପଣ ଜାଣି ପରିବେନି ସେ ସେହି ସମୟରେ ତାଙ୍କ ପଟରୁ ସ୍କ୍ରୀନ ରେକୋଡ଼୍ଦିଙ୍ଗ କରିନେଇଥାନ୍ତି ଏବ॰ ପରେ ସେହି ରେକୋଡିଙ୍ଗ ଗୁଡିକୁ ଦେଖାଇ ଆପଣଙ୍କୁ ବ୍ଲାକ ମେଲିଙ୍ଗ କରିବା ଆରମ୍ଭ କରି ଦେଇଥାନ୍ତି । ତେଣୁ ବନ୍ଧୁଗଣ ଆରମ୍ଭରୁ ହିଁ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ଯଦି କେହି ଅଜଣା ବ୍ୟକ୍ତି ଅଥବା ଅଜଣା ନମ୍ବର ରୁ Hi dear, hello friend ଏଭଳି କିଛି ମେସେଜ ଆସୁଥାଏ ।କିମ୍ବା କେହି ଅଜଣା ବ୍ୟକ୍ତି ହଟାତ ଏପରି କଲ କିମ୍ବା ଭିଡିଓ କଲ ପାଇଁ କହିଥାନ୍ତି, ତେବେ ସେମାନଙ୍କୁ ତୁରନ୍ତ ହି ବ୍ଲକ କରି ଏପରି ସେକ୍ସଟର୍ସନ୍ ମାନଙ୍କ ଠାରୁ ନିଜକୁ ରକ୍ଷା କରନ୍ତୁ । କିନ୍ତୁ ବନ୍ଧୁଗଣ ଯଦି କେବେ ଅତୀତ ରେ ଆପଣ ଏପରି କୌଣସି ଫ୍ରଡ଼ ର ଶିକାର ହୋଇ ଯାଇଛନ୍ତି, କିମ୍ବା ଆପଣ କଲ କରି ଦେଇଛନ୍ତି ଓ ସେ ଆପଣଙ୍କୁ ବ୍ଲାକମେଲ କରୁଛି ।

ତେବେ ଚିନ୍ତା ନ କରି ସଙ୍ଗେ ସଙ୍ଗେ ୧୯୦ କୁ କଲ କରି ଜଣାନ୍ତୁ । ଏହା ସାଇବର ପୋଲିସ ର ନମ୍ବର ଅଟେ । ସେ ଆପଣଙ୍କର ନିଶ୍ଚୟ ସହାୟତା କରିବେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗେ, ତେବେ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ