ଭାଇରାଲ ହେଲା ପ୍ରଥମ ଶ୍ରେଣୀରେ ପଢୁଥିବା କୁନି ଝିଅର ଚିଠି, ଦରଦାମ ବୃଦ୍ଧିକୁ ନେଇ PM Narendra Modi ଙ୍କୁ ଲେଖିଲେ କିଛି ଏମିତି ଶୁଣିଲେ ଆପଣ ବି ଭାବୁକ ହେଇଯିବେ…

ନମସ୍କାର ବନ୍ଧୁଗଣ । ଆଜିର ସୂଚନା ଅନୁସାରେ ପ୍ରଥମ ଶ୍ରେଣୀର କୁନି ଝିଅଟି ପ୍ରଧାନମନ୍ତ୍ରୀଙ୍କୁ ଲେଖିଲା ଚିଠିପତ୍ର।  ଚିଠି ପତ୍ରରେ ସିଧା ସଳଖ ଭାବେ ଉଲ୍ଲେଖ ହୋଇଛି । ପ୍ରଧାନମନ୍ତ୍ରୀ ଜୀ ମୋ ନା କ୍ରିତି ଦୁବେ । ମୁଁ ପ୍ରଥମ ଶ୍ରେଣୀରେ ପାଠ ପଢୁଛି । ବର୍ତ୍ତମାନ ପେନସିଲର ଦର ମଧ୍ୟ ମହଙ୍ଗା ହୋଇଛି । ମୁ ସ୍କୁଲକୁ ଗଲାବେଳେ  ବହିପତ୍ର ସାଥିରେ ପେନସିଲ ନେଇକି ଯାଇଥାଏ । ସ୍କୁଲରେ ପିଲାମାନେ ମୋ ପେନସିଲ ଚୋରି କରି ନେଉଛନ୍ତି । ମୁ ଘରକୁ ଆସି ବ୍ୟାଗ ଦେଖିଲା ବେଳକୁ ବ୍ୟାଗରେ ପେନସିଲ ନଥାଏ । ଲେଖିବା ପାଇଁ ପେନସିଲ ଦରକାର ପଡିଥାଏ ।

ମା ପାଖକୁ ଆସି ଲେଖିବା ପାଇଁ ପେନସିଲ ମାଗିଥାଏ । ସବୁବେଳେ ପେନସିଲ ହଜେଇ ଦେଇକି ଆଉ ଥରେ ମାଙ୍କୁ ପେନସିଲ ମାଗିବାରୁ ମା ମୋତେ ପିଟୁଛନ୍ତି । ସମସ୍ତ ଜିନିଷର ଦର ବୃଦ୍ଧି କାରଣରୁ ନିଜର ଦୁଖକୁ ପ୍ରଥମ ଶ୍ରେଣୀରେ ପଢୁଥିବା କୁନି ଝିଅଟି ଏମିତି ବଖାଣି କହିଛି । ଖାଇବା ଠାରୁ ଆରମ୍ଭ କରି କପଡା, ଆସବାବ ପତ୍ର, ଇଲେକ୍ଟ୍ରି ସାମଗ୍ରୀ ଏବଂ ପାଠ ପଢା ସାମଗ୍ରୀ ସବୁ ଜିନିଷରେ ଟାକ୍ସ ଲାଗିବାରୁ ସାଧାରଣ ଜନତା ହନ୍ତସନ୍ତ ହେଲେଣି ।

କୋନସ ଜିଲ୍ଲାର ବିରତିଆରେ ରହୁଥିବା ୫ ବର୍ଷର କୁନି ଝିଅ କ୍ରିତି ଦୁବେ । ଚିପ୍ରଭାମୟୀ  ଆବାସ ବିକାଶ କଲୋନୀ ସ୍ଥିତ ସୁପ୍ରଭାସ ଏକାଡେମୀର ପ୍ରଥମ ଶ୍ରେଣୀର ଛାତ୍ରୀ । ଟିକସ ଦର ବୃଦ୍ଧି ହେତୁ ଚୁଡି, ରବର, ପେନସିଲ ଆଦି ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି ।ସାମଗ୍ରୀର ଦର ବୃଦ୍ଧି ହେତୁ ଏବେ ଛାତ୍ର ଛାତ୍ରୀଙ୍କର ପାଠ ପଢାରେ ଏହାର ସିଧାସଳଖ ପ୍ରଭାବ ପକାଇଛି ।

ତେଣୁ  ପ୍ରଥମ ଶ୍ରେଣୀର କୁନି ଝିଅ କ୍ରିତି ଦୁବେ ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ମନ କଥା ମତ ବ୍ୟକ୍ତ କରିଛି । ନିଜର ମନରେ ଥିବା ଦର ବୃଦ୍ଧିର ଧାରଣାକୁ ସେ ଚିଠି ପତ୍ରରେ ଲେଖି ସମସ୍ତ କଥା ପ୍ରଧାନମନ୍ତ୍ରୀ ଜୀ ଙ୍କୁ ଜଣେଇବ ବୋଲି ଚିଠିଟିଏ ଲେଖିଛି । କ୍ରିତି ଦୁବେଙ୍କ ମା କହିଛନ୍ତି ସାମଗ୍ରୀର ମୂଲ୍ୟ ବୃଦ୍ଧି ନେଇ ଘରେ ଆଲୋଚନା ହୋଇଥିଲା । ସେ ସମସ୍ତ କଥାକୁ କ୍ରିତି ମନ ଧ୍ୟାନ ଦେଇ ଶୁଣୁଥିଲା ।

ଶନିବାର ଦିନ  ମା ଘର କାମରେ ବ୍ୟସ୍ତ ଥିବା ସମୟରେ କୁନି ଝିଅ କ୍ରିତି ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଯେଶରେ ଚିଠିଟିଏ ଲେଖିଥିଲା । ଚିଠି ଲେଖି ସାରିବା ପରେ ସେ ମାଙ୍କୁ ଚିଠି ପଢିବା ପାଇଁ ଦେଇଥିଲା। ଏହାକୁ ପଢିସାରିବା ପରେ ମା ହସି ଦେଇଥିଲେ । କିନ୍ତୁ ଏହି ଚିଠିକୁ ପ୍ରଧାନମନ୍ତ୍ରୀଙ୍କୁ ପଠେଇବା ପାଇଁ ଝିଅଟି ଜିଦ ଧରି ବସିଥିଲା ।

ରବିବାର ଦିନ ଡାକଘର ଖୋଲା ନଥିଲା ଝିଅର ମନ ରଖିବା ପାଇଁ ସେ ପ୍ରଧାନମନ୍ତ୍ରୀ ନିକଟକୁ ଚିଠି ପଠେଇବେ ଓ ଇ-ମେଲ ମଧ୍ୟ କରିବେ ବୋଲି କହିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ କମେଣ୍ଟ କରିକି ନିଜର ମତାମତ ଜଣାନ୍ତୁ ।