ଜ୍ଯୋତିଷ ଅନୁସାରେ ଆସନ୍ତା ଦୀପାବଳୀରେ ଗ୍ରହ ମାନଙ୍କରେ ମହାସଂଯୋଗ ବନୁଛି । ଅମାବାସ୍ୟାରେ ଏହି ପର୍ବ ପଡୁଥିବାରୁ ରାଶିଚକ୍ରରେ ବଡ ପରିବର୍ତ୍ତନ ଘଟିଥାଏ । ଯାହାର ସକାରାତ୍ମକ ପ୍ରଭାବ କିଛି ରାଶିର ଲୋକଙ୍କ ଉପରେ ପଡିବ । ଫଳରେ ଏମାନଙ୍କୁ ଭାଗ୍ଯର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଓ ଏମାନେ ଜୀବନରେ ନୂଆ ନୂଆ ସୋପାନ ଚଢିବେ । ମାତା ଲକ୍ଷ୍ମୀଙ୍କ ଅଶେଷ କୃପାଦୃଷ୍ଟି ଏମାନଙ୍କ ଉପରେ ପଡିବ । ତେବେ ଚାଲନ୍ତୁ ଜାଣିବା କେଉଁ ଗୁଡିକ ସେହି ଭାଗ୍ୟଶାଳୀ ରାଶି ।
ମେଷ ରାଶି: ଆପଣଙ୍କ ପାଇଁ ଆସନ୍ତା ଦୀପାବଳୀ ବହୁତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି । ବେପାର ବାଣିଜ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ଶୁଭ ଖବର ମିଳିବ ଓ ନୂଆ ବ୍ୟବସାୟ ଆରମ୍ଭ କରୁଥିଲେ ନିଶ୍ଚୟ ଲାଭପ୍ରାପ୍ତ ହେବେ । ଅଟକି ରହିଥିବା ଧନ ଏହି ସମୟରେ ଫେରସ୍ତ ପାଇବେ ଓ ସମାଜରେ ମାନ ସମ୍ମାନ ପାଇବେ । କୌଣସି ଶୁଭ ଖବର ମିଳିବାର ସମ୍ଭାବନା ରହିଛି ।
ସିଂହ ରାଶି: ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ଶୁଭଦାୟକ ରହିବ ଓ ଜୀବନରେ ଅନେକ ପରିବର୍ତ୍ତନ ହେବ । ବ୍ୟବସାୟରେ ଧ୍ୟାନ କେନ୍ଦ୍ରିତ କରିବେ ଓ ପୁରୁଣା କରଜରୁ ମଧ୍ୟ ମୁକ୍ତି ମିଳିବ । କାର୍ଯ୍ୟକ୍ଷେତ୍ରରେ ଆପଣ ନୂତନ ସୋପାନ ଚଢିବେ ଫଳରେ ଆସୁଥିବା ସମୟ ଆପଣଙ୍କ ପାଇଁ ବେଶ ଖାସ୍ ରହିବ । ବିଦ୍ୟାର୍ଥୀମାନେ ମଧ୍ୟ ଏହି ସମୟରେ ସଫଳତା ହାସଲ କରିବେ ।
କନ୍ୟା ରାଶି: ମାତା ଲକ୍ଷ୍ମୀଙ୍କ ଅଶେଷ କୃପାରୁ ଆପଣଙ୍କ ଜୀବନରେ ଚାଲିଥିବା ସବୁ ଖରାପ ସମୟ ଏବେଠୁ ଦୂର ହେବାକୁ ଯାଉଛି । ଚାକିରି ଓ ବେପାର ଉଭୟ କ୍ଷେତ୍ରରେ ଆପଣ ଅର୍ଥଲାଭ କରିବେ ଓ ପରିଶ୍ରମର ଭଲ ମିଳିବ । ବ୍ୟବସାୟରେ ବୃଦ୍ଧି ହେବା ସହ ଚାକିରି କ୍ଷେତ୍ରରେ ପ୍ରମୋଶନ ହେବାର ମଧ୍ୟ ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ମଧ୍ୟ ବେଶ ଭଲ ରହିବ ।
କର୍କଟ ରାଶି: ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ବ୍ୟବସାୟରେ ଭଲ ଲାଭ ପ୍ରାପ୍ତ ହେବ । ଭୌତିକ ସୁଖ ସୁବିଧାର ବୃଦ୍ଧି ହେବ ଓ ପିତାମାତାଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ଆପଣଙ୍କ ଜୀବନର ଅନେକ ସମସ୍ୟାର ସମାଧାନ ମଧ୍ୟ ହେବାକୁ ଯାଉଛି । ଏହି ସମୟରେ ଆପଣ ଯାନବାହାନ କିଣିବାର ବିଚାର କରିପାରନ୍ତି । ଦାମ୍ପତ୍ୟ ଓ ପ୍ରେମ ଜୀବନ ମଧ୍ୟ ବେଶ ଭଲ ରହିବ ।
ମିଥୁନ ରାଶି: ଆପଣଙ୍କ ଭାଗ୍ୟ ମଧ୍ୟ ସୁନା ଠାରୁ ଅଧିକ ଚମକିବାକୁ ଯାଉଛି । ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ନିଶ୍ଚୟ ସଫଳ ହେବ । ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣ ଜୀବନରେ ବହୁତ କିଛି ହାସଲ କରିବାକୁ ଯାଉଛନ୍ତି । ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି । ସମାଜରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବ ଓ ଅଟକି ରହିଥିବା ଧନ ଫେରିପାଇବେ ।
କୁମ୍ଭ ରାଶି: ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥିବାରୁ ଆପଣ ସଫଳତାର ନୂଆ ନୂଆ ଅବସର ପ୍ରାପ୍ତ କରିବେ । ଆପଣଙ୍କ ଆର୍ଥିକ ସ୍ଥିତି ଏହି ସମୟରେ ବେଶ ମଜବୁତ ରହିବ ଓ ପୁରୁଣା ସମସ୍ଯାରୁ ଆପଣ ବଞ୍ଚିତ ରହିବେ । ପ୍ରେମ ଜୀବନରେ ଚାଲିଥିବା ବାଧା ମଧ୍ୟ ଦୂର ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।