ଦେବକୀ-ଯଶୋଦାଙ୍କ ଛଡା ଏହି ସ୍ତ୍ରୀ ମାନେ ମଧ୍ୟ ହେଉଛନ୍ତି ଭଗବାନ ଶ୍ରୀ କୃଷ୍ଣଙ୍କ ମା’, ବହୁତ ଗମ୍ଭୀର ରହସ୍ୟ

ଭଗବାନ ଶ୍ରୀ କୃଷ୍ଣଙ୍କର ବାଲ୍ୟକାଳ ବହୁତ ଭଲ ଲାଗିଥାଏ, କାରଣ ବାଲ୍ୟ କାଳରେ ଶ୍ରୀ କୃଷ୍ଣ ବହୁତ ଲୀଳା କରୁଥିଲେ । ସେ ନିଜର ପିଲାଳିଆମି ପାଇଁ ସମସ୍ତଙ୍କୁ ଚିନ୍ତାରେ ରଖୁଥିଲେ । ଯାହାଫଳରେ ତାଙ୍କ ମା’ ତାଙ୍କୁ ଦଣ୍ଡ ଦେଉଥିଲେ । ଭଗବାନ ଶ୍ରୀ କୃଷ୍ଣଙ୍କୁ ଗୋଟିଏ ନୁହେଁ ବହୁତ ମା’ଙ୍କର ସ୍ନେହ ମିଳିଛି । ହେଲେ ଲୋକମାନେ ସାଧାରଣତଃ ଦୁଇଟି ମାତାଙ୍କ ବିଷୟରେ ଜାଣିଛନ୍ତି । ଜଣେ କୃଷ୍ଣଙ୍କୁ ଜନ୍ମ ଦେଇଛନ୍ତି ଓ ଅନ୍ୟ ଜଣେ ତାଙ୍କର ପାଳନ ପୋଷଣ କରିଛନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ତାଙ୍କର କେତୋଟି ମାତା ଥିଲେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବୁ ।

୧. ଦେବକୀ

ଭଗବାନ କୃଷ୍ଣଙ୍କର ନିଜ ମା’ ରୂପରେ ଦେବକୀଙ୍କୁ ଜଣା ଯାଇଥାଏ । ଦେବକୀ କୃଷ୍ଣଙ୍କୁ ଜନ୍ମ ଦେଇଥିଲେ । ହେଲେ ତାଙ୍କର ପାଳନ ପୋଷଣ ଅନ୍ୟ ଜଣେ କରିଥିଲେ । ଦେବକୀ ହେଉଛନ୍ତି କଂସର ଭଉଣୀ ଓ ମଥୁରାର ରାଜା ଉଗ୍ରସେନଙ୍କ ଭାଇର କନ୍ୟା । ତାଙ୍କୁ ଅଦିତିର ଅବତାର ବୋଲି ମଧ୍ୟ କୁହାଯାଏ ।

୨. ଯଶୋଦା

ଶ୍ରୀ କୃଷ୍ଣଙ୍କର ଜୀବନରେ ଯଶୋଦାଙ୍କର ବହୁତ ଗୁରୁତ୍ଵ ରହିଛି । ଯଶୋଦା କୃଷ୍ଣଙ୍କର ନିଜ ମା’ ନୁହଁନ୍ତି, କିନ୍ତୁ ସେ ତାଙ୍କୁ ନିଜ ମା’ ଠୁ ଅଧିକ ଭଲପାନ୍ତି । ନିଜ ଭଲ ପାଇବାରେ ଯଶୋଦା ଶ୍ରୀ କୃଷ୍ଣଙ୍କର ମନ ଜିତିଥିଲେ, ଯାହା ଦ୍ଵାରା ଆଜି ମଧ୍ୟ ସବୁ ସ୍ଥାନରେ ତାଙ୍କ ବିଷୟରେ କୁହାଯାଏ । ବସୁଦେବ କୃଷ୍ଣଙ୍କୁ ଯଶୋଦାଙ୍କ ଘରେ ଛାଡିଥିଲେ ।

୩ ରୋହିଣୀ

ଆପଣ ତ ଭଗବାନ ଶ୍ରୀ କୃଷ୍ଣଙ୍କର ଜନ୍ମ ଦେଇଥିବା ମା’ ଓ ଲାଳନ ପୋଷଣ କରିଥିବା ମା’ଙ୍କ ବିଷୟରେ ଜାଣିଲେ । ହେଲେ ଏମାନଙ୍କ ଛଡା ଅନ୍ୟ ଜଣେ ମା’ ମଧ୍ୟ ଥିଲେ, ସେ ଥିଲେ ରୋହିଣୀ । ବସୁଦେବଙ୍କର ଦ୍ଵିତୀୟ ପତ୍ନୀ ହେଉଛନ୍ତି ରୋହିଣୀ । ସେ ବଳରାମ, ଏକାଙ୍ଗା ଓ ସୁଭଦ୍ରାଙ୍କର ମାତା ଥିଲେ । ଶ୍ରୀ କୃଷ୍ଣଙ୍କର ତିନୋଟି ମା’ ଥିଲେ । କେବଳ ଏତିକି ନୁହେଁ ବସୁଦେବଙ୍କର ଆଉ କେତୋଟି ସ୍ତ୍ରୀ ମଧ୍ୟ ଥିଲେ ଯେଉଁଥିରେ ପୌରବି, ଭଦ୍ରା, ମଦିରା, ରୋଚନା ଓ ଇଲା ସାମିଲ ଥିଲେ ।