ବାରମ୍ବାର ଆଧାର କାର୍ଡର ଜେରକ୍ସ କରିବାରୁ ମିଳିବ ମୁକ୍ତି, ଆସିଲା ଏହି ନୂଆ ନିୟମ

ଆଧାର କାର୍ଡ ବର୍ତ୍ତମାନ ସମୟରେ ଆପଣଙ୍କ ସମସ୍ତଙ୍କ ପାଇଁ ଏକ ମୁଖ୍ୟ ପରିଚୟ ପତ୍ର ଅଟେ । ଆଧାର କାର୍ଡ ସବୁ ସ୍ଥାନରେ ଦରକାର ହୋଇଥାଏ । ଏଥିପାଇଁ ଆପଣ ବାରମ୍ବାର ଆଧାର କାର୍ଡର ଫଟୋକପି ବି କରିଥାନ୍ତି । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଏହିଭଳି କରିବାକୁ ପଡିବ ନାହିଁ । କହିବାକୁ ଗଲେ କେତେକ ସ୍ଥାନରେ ଆପଣଙ୍କୁ ଆଧାର କାର୍ଡର ଫଟୋକପି ଦେବାକୁ ପଡିବ ନାହିଁ । ଯେମିତି କି ଇଂସୁରାନ୍ସ ଓ ସୁରକ୍ଷା ଏଜେଂସୀ, ସ୍ଟକ ମାର୍କେଟ ଭଳି ସ୍ଥାନରେ KYC (Know Your Customer) ପାଇଁ ଆଧାର କାର୍ଡରେ ଫଟୋକପି ଦରକାର ପଡିବ ନାହିଁ ।

ସେମାନେ UIDAI ଆଧାର ଆଥେଂଟିକେଶନ ସର୍ବିସର ବ୍ୟବହାର କରି ଆପଣଙ୍କ ସଠିକ ପରିଚୟ ଜାଣି ନେବେ । ଅର୍ଥାତ ଆପଣଙ୍କୁ ଭେରୀଫିକେଶନ ପାଇଁ ଆଧାର କାର୍ଡର ଫଟୋକପି ଦେବାକୁ ପଡିବ ନାହିଁ ଅଥବା କେବଳ ଆପଣଙ୍କୁ ଆପଣଙ୍କ ଆଧାର କାର୍ଡର ନମ୍ବର ଦେବାକୁ ପଡିବ । ବାକି ଯାଞ୍ଚ ନିଜେ ଏଜନ୍ସି UIDAIରୁ କରିନେବେ ।

ପ୍ରୀଭେଂଶନ ଅଫ ମନୀ ଲଂଡ୍ରିଂଗ ଆକ୍ଟ ଅନୁସାରେ ଫାଇନେଂସ ମିନିସ୍ଟ୍ରୀ ଏହାର ଅନୁମତି ଦେଇଛନ୍ତି । ଫାଇନେଂସ ସେକ୍ରେଟରୀ ଡା. ଅଜୟ ଭୂଷଣ ପାଂଡେଙ୍କ ଅନୁସାରେ ଏଜେନ୍ସିମାନଙ୍କ ଆଧାର ଅଥେଂଟିକେଶନ ସର୍ବିସ ବ୍ୟବହାର କରିବା ପାଇଁ ୨ ଟି ନୋଟିଫିକେଶନ ଜାରି କରାଯାଇଛି । ସେ କହିଲେ କି ଆଧାର ଆକ୍ଟ ଅନୁସାରେ ଏହା କରାଯାଇଛି । ଏଥିରେ ୟୁଜରମାନଙ୍କ ପର୍ସନାଲ ସୂଚନାର ପୁରା ଧ୍ୟାନ ରଖାଯିବ ।

ଏହା ଛଡା ଭେରୀଫିକେଶନ କାମ ସଠିକ ସମୟରେ ହୋଇ ପାରିବ ଓ e-KYC ଜରିଆରେ ଟ୍ରାଂଜାକ୍ସନର କସ୍ଟ ବି କମିଯିବ । ଏମିତିରେ ଛୋଟ ଛୋଟ ଗ୍ରାହକମାନଙ୍କୁ ସୁବିଧା ହେବ କାରଣ ତାଙ୍କୁ ଆଉ ଆଧାର କାର୍ଡର ଫଟୋକପି ଦେବାକୁ ପଡିବ ନାହିଁ । ଇଂସୁରାନ୍ସ ରେଗୁଲେଟରୀ ଅଥରିଟୀ ଅଫ ଇଣ୍ଡିଆ (IRDA) ଓ ସିକ୍ୟୋରିଟୀ ଏଂଡ ଏକ୍ସଚେଂଜ ବୋର୍ଡ ଅଫ ଇଣ୍ଡିଆ (SEBI) ଏହି ନିୟମ ଗୁଡିକ ଉପରେ ନିଜର ନଜର ରଖିବେ ।

ଅନ୍ୟ ପଟେ ଏହା ଦ୍ଵାରା ମନୀ ଲନ୍ଡ୍ରିଂଗ ଭଳି ମାମଲାକୁ ଧରିବା ଓ ଯାଞ୍ଚ କରିବାରେ ବି ସହଜ ହେବ । ଏହା ନିୟମ ସହିତ ଅନେକ କମ୍ପାନୀ ଓ ସଂସ୍ଥା ଗୁଡିକ ଯୋଡି ହେଇ ଅଛନ୍ତି ଯେଉଁଠି ଆପଣଙ୍କୁ ଆଧାର କାର୍ଡର ଫଟୋକପି ଦେବାକୁ ପଡିବ ନାହିଁ । କେବଳ ଏହି ସମସ୍ତ ସ୍ଥାନରେ ଆପଣଙ୍କ ଆଧାର କାର୍ଡ ନମ୍ବର ଦ୍ଵାରା ସମସ୍ତ କାମ ହୋଇଯିବ । କିନ୍ତୁ ଯଦି ଆପଣ ଇଚ୍ଛା କରିବେ ତେବେ ଆପଣ ନିଜର ଆଧାର କାର୍ଡର ଫଟୋକପି ବି ଦେଇ ପାରିବେ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।