ପୁଣିଥରେ ସାହାର୍ଯ୍ୟ ପାଇଁ ଆଗକୁ ଆସିଲେ ଅକ୍ଷୟ କୁମାର, ମୁମ୍ବାଇ ପୋଲିସକୁ ଦେଲେ ଏତେ କୋଟି ଟଙ୍କା

କରୋନା ଭାଇରସର ପ୍ରଭାବ ଦ୍ଵାରା ଭାରତର ଅର୍ଥ ବ୍ୟବସ୍ଥାକୁ ଗଭୀର ଆଘାତ ଲାଗିଛି । ଲକଡାଉନ କାରଣରୁ ସବୁଦିନ କୋଟି କୋଟି ଟଙ୍କାର କ୍ଷତି ହେଉଛି । ଏହି ସବୁ ମଧ୍ୟରେ କିନ୍ତୁ କରୋନା ଭଳି ଭୟଙ୍କର ଭାଇରସକୁ ପରାଜୟ କରିବା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଏହି କାମରେ ଡାକ୍ତର, ମେଡିକାଲ ସ୍ଟାଫ ଓ ପୋଲିସ କର୍ମୀମାନଙ୍କ ସହିତ ଅନ୍ୟ କେତେକ ବିଭାଗର ଲୋକମାନେ ବି ନିଜର ଅମୂଲ୍ୟ ଯୋଗଦାନ ଦେଉଛନ୍ତି । କୋବିଡ ୧୯ ବିରୁଦ୍ଧରେ ଯୁଧ୍ୟକୁ ଜିତିବା ପାଇଁ ବି କୋଟି କୋଟି ଟଙ୍କା ଖର୍ଚ ହେଉଛି ।

ସେଥିପାଇଁ ସରକାର ସମସ୍ତେ ନିଜ ତରଫରୁ କିଛି ସାହାର୍ଯ୍ୟ କରିବା ପାଇଁ ‘ପିଏମ କେୟାର୍ସ ଫଣ୍ଡ’ କରିଛନ୍ତି । ଏମିତିରେ ଏହି ଫଣ୍ଡରେ କେତେକ ବଲୀଉଡ ଷ୍ଟାରମାନେ ଆଗକୁ ଆସି ନିଜ କ୍ଷମତା ଅନୁସାରେ ଟଙ୍କା ଦାନ କରୁଛନ୍ତି । ଏହା ମଧ୍ୟରେ ବଲୀଉଡର ଅଭିନେତା ଅକ୍ଷୟ କୁମାର ‘ପିଏମ କେୟାର୍ସ ଫଣ୍ଡ’ରେ ୨୫ କୋଟି ଟଙ୍କା ଦାନ କରି ଚର୍ଚାରେ ରହିଥିଲେ ।

ତାଙ୍କର ଏହି କାମକୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା ବି କରାଯାଇଥିଲା । କହିବାକୁ ଗଲେ ଏତେ ବଡ ସାହାର୍ଯ୍ୟ କରିବା ଦେବା ପରେ ବି ଅକ୍ଷୟ କୁମାର ପୁଣି ଥରେ ସାହାର୍ଯ୍ୟ ପାଇଁ ଆଗକୁ ଆସିଛନ୍ତି । ସେ ବର୍ତ୍ତମାନ ମୁମ୍ବାଇ ପୋଲିସ ଫାଉଂଡେଶନରେ ଏକ ବଡ ଧନରାଶି ଦାନ କରିଛନ୍ତି । ଏହି କଥାର ସୂଚନା ମୁମ୍ବାଇ ପୋଲିସର କମିଶ୍ନର ନିଜର ଆଧିକାରିକ ଟ୍ୱିଟର ହ୍ୟାଣ୍ଡେଲରେ ଦେଇଛନ୍ତି । ସେ ନିଜର ଏହି ଟ୍ୱିଟରେ ଅକ୍ଷୟ କୁମାରଙ୍କ ଏହି ବଡ ଆର୍ଥିକ ସାହାର୍ଯ୍ୟ ପାଇଁ ଧନ୍ୟବାଦ କହିଛନ୍ତି ।

CP ମୁମ୍ବାଇ ପୋଲିସ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଲେ କି, ‘ମୁମ୍ବାଇ ପୋଲିସ ଫାଉଂଡେଶନରେ ୨ କୋଟି ଟଙ୍କାର ସାହାର୍ଯ୍ୟ କରିବା ପାଇଁ ମୁମ୍ବାଇ ପୋଲିସ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଦେଉଛନ୍ତି । ଆପଣଙ୍କ ଏହି ଯୋଗଦାନ ଦ୍ଵାରା ସହରର ସୁରକ୍ଷାରେ ସମର୍ପିତ ସୁରକ୍ଷାକର୍ମୀମାନଙ୍କ ସୁରକ୍ଷାକୁ ଏକ ଲମ୍ବା ସମୟ ପର୍ଯ୍ୟନ୍ତ ସୁରକ୍ଷା ମିଳିବ – ମୁମ୍ବାଇ ପୋଲିସର ମହିଳା ଓ ପୁରୁଷ ସାଥି ।’

ଅନ୍ୟ ପଟେ ଯେତେବେଳେ ସୋସିଆଲ ମିଡିଆରେ ଲୋକମାନଙ୍କୁ ଏହା ବିଷୟରେ ଜଣା ପଡିଲା ତ ସେମାନେ ଅକ୍ଷୟ କୁମାରଙ୍କ ପ୍ରଶଂସା କରିଲେ । କିନ୍ତୁ ଏଠି ଧ୍ୟାନ ଦେବାର ଗୋଟିଏ କଥା ଏହା ଅଟେ କି ଅକ୍ଷୟ କୁମାରଙ୍କ ଆସନ୍ତା ଫିଲ୍ମ ‘ସୂର୍ୟବଂଶୀ’ ଫିଲ୍ମରେ ସେ ଏକ ପୋଲିସ ଅଫିସର ରୋଲ କରୁଛନ୍ତି । ରୋହିତ ଶେଟ୍ଟୀ ଦ୍ୱାରା ନିର୍ଦେଶିତ ଏହି ଫିଲ୍ମ ପ୍ରଥମେ ୨୪ ମାର୍ଚ୍ଚକୁ ରିଲିଜ ହେବାର ଥିଲା ।

କିନ୍ତୁ କରୋନା ଭାଇରସ କାରଣରୁ ଏହାର ରିଲିଜ ଡେଟକୁ ଚେଞ୍ଜ କରାଗଲା । ଏମିତିରେ ଏହି ଫିଲ୍ମ କେବେ ରିଲିଜ ହେବ ଏହା ବିଷୟରେ ବର୍ତ୍ତମାନ ସୂଚନା ନାହିଁ । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ଛଡା କ୍ୟାଟରୀନା କୈଫ ବି ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଦୁଇ ଜଣଙ୍କ ଛଡା ସିଙ୍ଘମ ଅଜୟ ଦେବଗନ ଓ ସିମ୍ବା ରଣବିର ସିଂହ ବି ‘ସୂର୍ୟବଂଶୀ’ରେ ସ୍ପେଶାଲ ଗେସ୍ଟ ରୂପରେ ନଜର ଆସିବେ । ଆଶକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।