ଦୟା କରି ମନୋଜ ଭାଇ ଆମ ଓଡିଆ ମାଟିକୁ ଦୁଇ ଭାଗ କରନ୍ତୁ ନାହିଁ, ସୁନ୍ଦର ପରିବେଶ ମଧ୍ୟରେ ଫାଟ ସୃଷ୍ଟି କରନ୍ତୁ ନାହିଁ… Anubhav Mohanty

ନମସ୍କାର ବନ୍ଧୁଗଣ । ଅଭିନେତା ମନୋଜ ମିଶ୍ର ଓ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ସମ୍ବଲପୁର ରେ ଅଭିନେତା ଅରିନ୍ଦମ ଓ ଅନୁଭବ ଙ୍କ ଫିଲ୍ମ “ରାମ” ରିଲିଜ ନ ହେବାକୁ ନେଇ ଅଭିନେତା ମନୋଜ ମିଶ୍ରଙ୍କ ବିରୁଦ୍ଧରେ ଏକ ପ୍ରକାରର ଅଭିଯୋଗ ହୋଇଛି । ଅରିନ୍ଦମ ଙ୍କ ଫିଲ୍ମ କୁ ସମ୍ବଲପୁର ରେ ରିଲିଜ ନ କରାଇବା ପଛରେ ମନୋଜ ମିଶ୍ରଙ୍କ ହାତ ରହିଛି ବୋଲି ଅରିନ୍ଦମ ଅଭିଯୋଗ ଆଣିଥିଲେ ।

ଆଉ ଏହା ପରେ ଏହି ଘଟଣାକୁ ନେଇ ଏକ ପ୍ରକାରର ବିବାଦ ଆରମ୍ଭ ହୋଇ ଯାଇଛି । ଯଦି ବ୍ୟକ୍ତିଗତ ଶତ୍ରୁତା ଥିଲା ତେବେ ପରସ୍ପର ମଧ୍ୟରେ ବୁଝାମଣା ହୋଇ ପାରି ଥାନ୍ତା । କିନ୍ତୁ ସମ୍ବଲପୁର ରେ ମୋ ଫିଲ୍ମ କୁ କାହିଁକି ବ୍ୟାନ କରି ଦେଲ ବୋଲି ପ୍ରଶ୍ନ କରିଛନ୍ତି ଅରିନ୍ଦମ ମନୋଜ ମିଶ୍ର ଙ୍କୁ । କୁହା ଯାଉଛି “ରାମ” ଫିଲ୍ମ ର ଅଭିନେତା ଜିତୁ ମଙ୍ଗରାଜ ଓ ମନୋଜ ମିଶ୍ର ଙ୍କ ମଧ୍ୟରେ ବିବାଦ ମଧ୍ୟରେ ବଳି ପଡି ଯାଇଛି ଅରିନ୍ଦମ ଙ୍କ ଫିଲ୍ମ ରାମ ।

ଯେଉଁଥି ରେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ମଧ୍ୟ ସ୍ପେଶାଲ ଆପିରିୟାନ୍ସ ରେ ନଜର ଆସିଛନ୍ତି । ଗତ 20 ରେ ପୂଜା ବଜାର ରେ ସାରା ରାଜ୍ୟରେ “ରାମ” ଫିଲ୍ମ ରିଲିଜ ହୋଇଥିଲା । କିନ୍ତୁ ସମ୍ବଲପୁର ରେ ଏହି ଫିଲ୍ମ କୁ ରିଲିଜ କରାଇ ଦିଆଯାଇ ନ ଥିଲା । ଅଭିନେତା ଜିତୁ ମଙ୍ଗରଜା ଙ୍କୁ ବଏ କଟ କରିବା ଦାବି ରେ ସମ୍ବଲପୁର ରେ ଏହି ଫିଲ୍ମ ର ରିଲିଜ ହେବାକୁ ଦିଆଯାଇ ନ ଥିଲା ।

ଏହାକୁ ନେଇ ଓଲିଉଡ ତାରକା ଅରିନ୍ଦମ ସିଧା ସଳଖ ମନୋଜ ମିଶ୍ର ଙ୍କୁ ଦାୟୀ କରିଥିଲେ । ଆଉ ଏ ନେଇ ପ୍ରଯୋଜକ ସଂଘ ନିକଟରେ ମଧ୍ୟ ଅରିନ୍ଦମ ଅଭିଯୋଗ କରିଥିଲେ । ଆଉ ଏହା ପରେ ମନୋଜ ମିଶ୍ର ଙ୍କ ଉପରେ 2 ବର୍ଷ ପାଇଁ କଟକଣା ଲଗାଇଛି ଓଡିଆ ଫିଲ୍ମ ପ୍ରଯୋଜକ ସଂଘ । ମନୋଜ ଙ୍କ ଅଭିନୀତ ଫିଲ୍ମ କୁ ଓଡିଶା କେଉଁ କୋଣ ଅନୁକୋଣ ରେ ରିଲିଜ କରାଇ ଦେବ ନାହିଁ ବୋଲି ପ୍ରଯୋଜକ ମାନେ କହିଛନ୍ତି ।

ତେବେ ଏହାରି ମଧ୍ୟରେ ଏହି ବିବାଦକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଅଭିନେତା ଅନୁଭବ ମହାନ୍ତି । ଓଡିଆ ମାଟି କୁ ଦୁଇ ଭାଗ କରନ୍ତୁ ନାହିଁ ବୋଲି କହି ସୋସିଆଲ ମିଡିଆରେ ମନୋଜ ଙ୍କୁ ଟାର୍ଗେଟ କରିଛନ୍ତି ଅନୁଭବ । ଅନୁଭବ ପୋଷ୍ଟ କରି କହିଛନ୍ତି ଯେ “ଯେଉଁ ବଡ ଭାଇ ମନୋଜ ଭାଇ ଙ୍କୁ ମୁଁ ଚିହ୍ନି ଥିଲି ଜାଣିଥିଲି ସେ ମନୋଜ ଭାଇ ଙ୍କୁ ଆଉ ଦେଖିବାକୁ ପାଉ ନାହିଁ । ଆମେ ସମସ୍ତେ ଏଠି ଗୋଟେ ପରିବାର ଭଳି ଚାଲି ଆସୁଛୁ ମନୋଜ ଭାଇ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।