କେବଳ କିଛି ସେକଣ୍ଡରେ ପାଆନ୍ତୁ ଦାନ୍ତ ବିନ୍ଧାରୁ ମୁକ୍ତି, ଘରେ ବସି କରନ୍ତୁ ଏହି କାମ

ପ୍ରାୟତଃ ଲୋକମାନେ ବର୍ତ୍ତମାନ ସମୟରେ ଦାନ୍ତର ସମସ୍ୟାରେ ପୀଡିତ ଅଛନ୍ତି । କହିବାକୁ ଗଲେ ଏହାର ମୁଖ୍ୟ କାରଣ ଅଟେ ଫାସ୍ଟ ଫୁଡ ଅଧିକ ସେବନ କରିବା । କାରଣ ଏହାକୁ ଖାଇବା ଦ୍ଵାରା ଏହା ଦାନ୍ତରେ ଲାଗି ରହିଯାଏ ଓ ଏଥିରେ ଫାଇବର କମ ଥାଏ ସେଥିପାଇଁ ଏହା ପେଟ ସହିତ ଦାନ୍ତକୁ ବି ଖରାପ କରିଦିଏ । ଯେତେବେଳେ କି ଘର ଖାଦ୍ୟରେ ଫାଇବରର ମାତ୍ରା ଅଧିକ ଥାଏ ଓ ଏହା ଦାନ୍ତରେ ଲାଗି ରୁହେ ନାହିଁ ।

କିନ୍ତୁ ଡାକ୍ତରମାନଙ୍କର କହିବା ଅଟେ କି ପ୍ରତ୍ୟେକ ବ୍ୟକ୍ତିକୁ ସକାଳେ ଉଠିବା ପରେ ଓ ରାତିରେ ଶୋଇବା ପୂର୍ବରୁ ବ୍ରଶ ଅବଶ୍ୟ କରିବା ଉଚିତ ।

ଯଦି ଆପଣଙ୍କୁ ଦାନ୍ତର ସମସ୍ୟା ଅଛି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଘରୋଇ ଉପଚାର ନେଇ ଆସିଛୁ ।

ଘରେ ବସି ପାଆନ୍ତୁ ଦାନ୍ତ ବିନ୍ଧାରୁ ମୁକ୍ତି

୧. ଗୁଣ୍ଡ ହଳଦୀ, ଲୁଣ ଓ ସୋରିଷ ତେଲକୁ ମିଶ୍ରଣ କରି ତାକୁ ଏକ ପାତ୍ରରେ ରଖି ଦିଅନ୍ତୁ । ଏହି ପେସ୍ଟକୁ ସକାଳେ ବ୍ରଶ ଦ୍ଵାରା କିମ୍ବା ହାତ ଦ୍ଵାରା ଦାନ୍ତର ମାଢିରେ ଲଗାନ୍ତୁ ଓ ଅଳ୍ପ ସମୟ ପାଇଁ ରଖନ୍ତୁ । ଏହା ପରେ ପାଟି ଧୋଇ ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଦାନ୍ତ ସଫା ହୋଇଥାଏ ଓ କୌଣସି ପ୍ରକାରର ଦାନ୍ତ ସମସ୍ୟା ହୁଏ ନାହିଁ ।

୨. ଲେମ୍ବୁ ଚୋପା ଉପରେ ଅଳ୍ପ ସୋରିଷ ତେଲ ଢାଳି ଦାନ୍ତ ଏବଂ ମାଢିରେ ଲଗାନ୍ତୁ, ଦାନ୍ତ ସଫା ଓ ଚମକଦାର ହୋଇଯିବ । ଏହା ଦ୍ଵାରା ମାଢି ବି ମଜବୁତ ହେବ ।

୩. ପିଜୁଳିର ପତ୍ରକୁ ଭଲ ଭାବରେ ଗ୍ରାଇଡିଙ୍ଗ କରି ତାହାର ରସକୁ ପାଟିରେ ରଖି କିଛି ସମୟ ପାଇଁ କୁଳି କରି ଫୋପାଡି ଦିଅନ୍ତୁ ଅଥବା ପିଜୁଳିର ଛାଲକୁ ପାଣିରେ ଗରମ କରି ସେହି ପାଣିରେ କୁଳି କରିବା ଦ୍ଵାରା ଦାନ୍ତ ବିନ୍ଧାରୁ ମୁକ୍ତି ମିଳିଥାଏ ।

୪. ହିଙ୍ଗ ଦାନ୍ତ ବିନ୍ଧାରୁ ତୁରନ୍ତ ମୁକ୍ତି ଦେଇଥାଏ । ହିଙ୍ଗକୁ କମଳା ରସରେ ବୁଡାଇ ଦାନ୍ତ ବିନ୍ଧା ହେଉଥିବା ଜାଗାରେ ରଖନ୍ତୁ, କମଳା ନ ଥିଲେ ହିଙ୍ଗକୁ ଲେମ୍ବୁରେ ବି ମିଶାଇ ପାରିବେ । ଏହା ଦ୍ଵାରା ଶୀଘ୍ର ଆପଣଙ୍କୁ ଦାନ୍ତ ବିଧାରୁ ମୁକ୍ତି ମିଳିଯିବ ।

୫. ରାଶି ତେଲରେ ଲୁଣ ମିଶାଇ ସବୁଦିନ ଆଙ୍ଗୁଠି ଦ୍ଵାରା ଦାନ୍ତ ଘଷିଲେ ଦାନ୍ତ ବିନ୍ଧା ଦୂର ହୋଇଥାଏ ।

୬. ଜାମୁକୋଳି ଗଛ ଛାଲରେ କାଢା ତିଆରି କରି କୁଳି କରିବା ଦ୍ଵାରା ଦାନ୍ତର ମାଢି ବିନ୍ଧା ଦୂର ହୋଇଥାଏ ଓ ହଲୁଥିବା ଦାନ୍ତ ବି ମଜବୁତ ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।