୯ ବର୍ଷର ଏହି ଛାତ୍ର ତିଆରି କଲା ସ୍ମାର୍ଟ ଡସ୍ଟବିନ, ଯିଏ ନିଜେ ହିଁ କହିବ…

ଦେଶସାରା ସ୍ଵଚ୍ଛତାକୁ ନେଇ ଅଭିଯାନ ଚାଲିଛି । ପିଏମ ମୋଦୀ ବି ବହୁତ ଥର ଦେଶବାସୀଙ୍କୁ ଦେଶକୁ ସ୍ଵଚ୍ଛ ଭାରତ କରିବା ପାଇଁ ଅପିଲ ବି କରିସାରିଛନ୍ତି । ଅନ୍ୟ ପଟେ ଦେଶର ଲୋକମାନେ ବି ଏହି ଅଭିଯାନକୁ ପ୍ରଶଂସା କରୁଛନ୍ତି ଓ ସମସ୍ତେ ଆଗକୁ ଆସି ଏହି ଅଭିଯାନରେ ସାମିଲ ବି ହେଉଛନ୍ତି । ଏହି କ୍ରମରେ ପଞ୍ଜାବର ଏକ ପିଲା ସ୍ଵଚ୍ଛତାକୁ ନିଜର ସପୋର୍ଟ ଦେବା ପାଇଁ ଏକ ନୂଆ ଓ ଅଦ୍ଭୁତ ଆବିଷ୍କାର କରିଛି ।

ପଞ୍ଜାବର ଜଲଂଧର ଜିଲ୍ଲାର ଊନା ଗ୍ରାମରେ ଥାନା କଲାଂ ର କୁଟଲୈହଡ଼ ପବ୍ଲିକ ସ୍କୂଲ ବଲରେ ୯ମ ଶ୍ରେଣୀର ଏକ ଛାତ୍ର ବିନାୟକ ରାଣା ଲୋକମାନଙ୍କୁ ଆବର୍ଜନା ଏଠି ସେଠି ନ ଫୋପାଡିବା ପାଇଁ

ଏକ ଅଦ୍ଭୁତ ଉପାୟ ଆବିଷ୍କାର କରିଛି । ବିନାୟକ ରାଣା ଏକ ସ୍ମାର୍ଟ ଡସ୍ଟବିନ ତିଆରି କରିଛି ଯାହା ଲୋକମାନଙ୍କୁ ଆବର୍ଜନା ଡସ୍ଟବିନରେ ପକାଇବା ପାଇଁ ପ୍ରେରିତ କରିବ ।

ଡସ୍ଟବିନ ଆଖପାଖରେ ଆବର୍ଜନା ଫୋପାଡିବା ଦ୍ଵାରା, ଏହି ଡସ୍ଟବିନ “ୟୁଜ ମି” କହିବ ଓ ଏହା ଭିତରେ ଆବର୍ଜନା ପକାଇବା ଦ୍ଵାରା ଏହା ‘ଧନ୍ୟବାଦ’ ବି କହିବ ।

ବିନାୟକ ରାଣାର କହିବା ଅଟେ କି ଏହି ସ୍ମାର୍ଟ ଡସ୍ଟବିନକୁ ସେ ପିଏମ ନରେନ୍ଦ୍ର ମୋଦୀଙ୍କର ସ୍ଵଚ୍ଛ ଭାରତ ଅଭିଯାନରେ ଲଗାଇବ । ବିନାୟକ ଏହି ଆବିଷ୍କାରକୁ ଦେଶର ବଡ ବଡ ସଂସ୍ଥାମାନେ ବି ପ୍ରଶଂସା କରୁଛନ୍ତି । ଏହା ଛଡା ଭାରତ ସରକାର ଦ୍ଵାରା ବିନାୟକ ରାଣାକୁ ତା’ର ଏହି ଆବିଷ୍କାର ପାଇଁ ୨୦୨୦ରେ ଜାପାନ ଅନୁସନ୍ଧାନରେ ପଠା ଯାଉଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।