କରୋନା ର 2 ଟି ଡୋଜ ନେବା ପରେ ବି Dr K. K. Agrawal କାହିଁକି ହାରିଗଲେ ଜୀବନ ଯୁଦ୍ଧ ?

କରୋନା ଯେତେବେଳେ ଭାରତରେ ନିଜର ପାଦ ଥାପି ଥିଲା ସେହି ସମୟରେ ଏହା କଣ ଅଟେ ଏହା କିପରି ଆମକୁ ଆକ୍ରାନ୍ତ କରିବ ଏହି ବିଷୟରେ କେହି ଜାଣି ନଥିଲେ ।

ମାତ୍ର ଏହାର ଉପଚାର କିଭଳି କରାଯିବ କିଭଳି ଏହାକୁ ଆମେ ଘରେ ରହି ଦୂରେଇ ପାରିବା ଏହି ବିଷୟରେ ଆମକୁ ପ୍ରଥମେ ସଚେତନ କରାଇ ଥିଲେ ଡକ୍ଟର କେ କେ ଅଗ୍ରୱାଲ । ଯଦି କରୋନା ହୁଏ କିଭଳି ନିଜର ଖାଦ୍ଯ ର ଧ୍ୟାନ ରଖିବେ ଓ କିଭଳି ଏହାକୁ ନିଜ ଶରିର ଭିତରେ ହରାଇ ପାରିବେ ଏହା ବିଷୟରେ ସେ ଗତ ବର୍ଷ କହିଥିଲେ । ସେ ଦୁଇ ଦୁଇ ଟି ଭ୍ୟାକ୍ସସିନ ର ବାହାର କରିବା ପରେ ବି ହାରି ଯାଇଥିଲେ , ହେଲେ ନିଜର ଚେଷ୍ଟା ପାଇଁ ସେ ସବୁ ବେଳେ ଆମ ଗହଣରେ ରହିବେ ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କେ କେ ଅଗ୍ରୱାଲ କିଏ ଓ କିଭଳି ସେ ନିଜର ଛାପ ଦେଶ ବାସୀଙ୍କ ମନରେ ଛାଡି ଗଲେ । IMA ର ପୂର୍ବ ନିର୍ଦେଷକ ପଦ୍ମଶ୍ରୀ କେ କେ ଅଗ୍ରୱାଲଙ୍କର ୧୭ ମେ ରେ ନିଧନ ହୋଇଛି କରୋନା ପାଇଁ । ୨୮ ଏପ୍ରିଲ ରେ ସେ ନିଜକୁ କରୋନା ସଂକ୍ରମିତ ପାଇଥିଲେ ଓ ତା ପରେ ସେ ନିଜକୁ AIMS ର ICU ରେ ଥିଲେ । କରୋନା ରେ ପରିସ୍ଥିତି ଗମ୍ଭୀର ହେବା ପରେ ତାଙ୍କୁ ICU ରେ ରଖାଯାଇଥିଲା ।

ରାତି ପ୍ରାୟ ୧୧.୩୦ ରେ ତାଙ୍କର ଏକ ଲାମ୍ବା ଲଢେଇର ଅନ୍ତ ହେଲା ଓ ତାଙ୍କର ମୃତ୍ୟୁ ହୋଇ ଥିଲା । ଏହି ସମ୍ପର୍କରେ ତାଙ୍କର ଟ୍ବିଟ ରେ ଲେଖା ହୋଇଥିଲା କି ସେ ଆଉ ଆମ ଭିତରେ ନାହାନ୍ତି । ସେ  ଡକ୍ଟର ହେବା ପରଠାରୁ ନିଜ ଜୀବନର ସବୁ ସମୟ ରୋଗୀଙ୍କ ସେବା କରିବା ଓ ସଭିଙ୍କୁ ସଚେତନ କରେଇବା ରେ ବିତାଇ ଥିଲେ । ସେ କେବଳ ଜଣେ ଚିକିସ୍ଛକ ହିସାବରେ ନୁହେଁ ବରଂ ସେ ଜଣେ ଦୟାଳୁ ବ୍ୟକ୍ତି ମଧ୍ୟ ଥିଲେ ।

କରୋନା ରେ ପୀଡିତ ଯେଉଁ ରୋଗୀ ମାନଙ୍କ ପାଖରେ ପଇସା ନଥିଲା ବେଳେ  ସେ ତାଙ୍କୁ ମାଗଣାରେ ଚିକିସ୍ଛା କରାଉ ଥିଲେ । ଏହା ସହ କିଭଳି ଗାଁ ରେ ଥିବା ଲୋକମାନେ ଯେଉଁ ମାନଙ୍କ ପାଖେ କିଛି ସୁବିଧା ପହଞ୍ଚି ପାରୁନି ସେମାନେ କିଭଳି ନିଜକୁ ସଂକ୍ରମଣ ରୁ ବଞ୍ଚାଇବେ ଶେଥି ପାଇଁ ସେ ନିଜର ଏକ ୟୁଟ୍ୟୁବ ଚ୍ଯାନେଲ ଖୋଲିକି ନିଜର ସୁଚନା ଦେଉଥିଲେ । ଏହା ସହ ସେ ଭ୍ୟାକ୍ସସିନ ଓ ପ୍ଳାସମା ଥେରାପି ବିଷୟରେ ଲୋକଙ୍କୁ ବୁଝାଉଥିଲେ । ସେ ବ୍ଲାକ ଫଙ୍ଗସ ବିଷୟରେ ମଧ୍ୟ ଲୋକଙ୍କୁ କହିଥିଲେ ଏହାର ଲକ୍ଷଣ ଓ ଏହାର ସଂକେତ ବିଷୟରେ ମଧ୍ୟ ସେ କହିଥିଲେ ।

ସେ ଉଭୟ ଟୀକା ନେଇ ସାରିଥିଲେ । ସେ ନିଜର ଶେଷ ସମୟରେ ମଧ୍ୟ ଲୋକଙ୍କୁ  କରୋନା ସହ ଲଢିବା ପାଇଁ ସାହାଶ ଦେଇଥିଲେ । କିଛି ଦିନ ତଳେ ସେ ଏକ ଭିଡିଓ ଛାଡିଥିଲେ ଯେଉଁ ଥିରେ ସେ କହିଥିଲେ କି କେଉଁ ମାନଙ୍କୁ କରୋନା ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇପାରେ ଓ କେଉଁ ମାନଙ୍କୁ ଏହା ଅଧିକ ଆକ୍ରାନ୍ତ କରିବନି । ସେ ସମାଜ ପାଇଁ ଯାହା କରି ଯାଇଛନ୍ତି ଶେଥି ପାଇଁ ଆମେ ତାଙ୍କ ପାଖରେ ଚିର ଋଣି ହୋଇ ରହିବୁ ନିଜର ଜ୍ଞାନ ଦେଇ ସେ ଅନେକ ଲୋକଙ୍କୁ ବଞ୍ଚାଇ ଛନ୍ତି । ସେ ଆମ ମନରେ ଚିର ସ୍ମରଣୀୟ ହୋଇ ରହିବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ