ଦବଙ୍ଗ  ସିରିଜ ର ଆଗାମୀ ଫିଲ୍ମ ରେ ସଲମାନ ଖାନଙ୍କ ସହ ଦେଖିବାକୁ ମିଳିପାରେ ଏହି ସୁନ୍ଦର ଅଭିନେତ୍ରୀଙ୍କୁ

ବଲୀଉଡ ରେ ଦବଙ୍ଗ ଖାନ ନାମରେ ପରିଚିତ ସଲମାନ ଙ୍କୁ କିଏ ବା ନ ଜାଣେ। ତାଙ୍କ ବିଷୟରେ ବେସୀ କିଛି କହିବା ଆବଶ୍ୟକ ନାହିଁ। ସଲମାନ ଖାନ ଏକ ଏଭଳି ଅଭିନେତା ଯାହାର ଫିଲ୍ମ କେବଳ ତାଙ୍କ ନାମ ପାଇଁ ହିଁ ଚାଲିଛି। ଆଜି ଆମେ ଆପଣଙ୍କୁ ସଲମାନଙ୍କ ବିଷୟରେ ଜଡିତ ଏକ ଖବର କହିବାକୁ ଯାଉଛୁ। ଏମିତି ତ ସଲମାନ ଖାନ ସବୁବେଳେ ଚର୍ଚ୍ଚାରେ ରୁହନ୍ତି, କେତେବେଳେ ନିଜ ବିବାହକୁ ନେଇ ତ କେତେବେଳେ ନିଜର ସମ୍ପର୍କକୁ ନେଇ। କିନ୍ତୁ ଏଥର କାରଣ କିଛି ଅଲଗା। ଆଜ୍ଞା ହଁ ଏଥର ସଲମାନ ନିଜ ଫିଲ୍ମ ପାଇଁ ଚର୍ଚ୍ଚାରେ ଆସିଛନ୍ତି, ଆମେ କଥା ହେଉଛେ ସଲମାନ ଖାନ ଙ୍କ ଫିଲ୍ମ ଦବଙ୍ଗ ସିରିଜ ର ଆସନ୍ତା ଫିଲ୍ମ ବିଷୟରେ ଯାହାକୁ ନେଇ ସିଏ ଏବେ ବହୁତ ଚର୍ଚ୍ଚାରେ।

ଦବଙ୍ଗ ସିରିଜ କୁ ନେଇ ଚର୍ଚ୍ଚାରେ ସଲମାନ ଖାନ

ଅଜ୍ଞାନ ହଁ ଦବଙ୍ଗ ସିରିଜ, ଯଦି ଆପଣଙ୍କର ମନେଥିବ ତେବେ 2010 ମସିହା ରେ ଦବଙ୍ଗ ଫିଲ୍ମ ବକ୍ସ ଅଫିସ ରେ ସୁପର ଡୂପର ହିଟ୍ ହୋଇଥିଲା ଯେଉଁଥିରେ ମୁଖ୍ୟ ଭୂମିକା ରେ ସଲମାନ ଖାନ ଓ ସୋନାକ୍ଷୀ ସିନ୍ହା ଥିଲେ। ଆପଣଙ୍କ ପାଇଁ କହି ରଖୁଛୁ ଯେ ଏହା ସୋନାକ୍ଷୀ ସିନ୍ହା ଙ୍କର ପ୍ରଥମ ଫିଲ୍ମ ଥିଲା। ତାଙ୍କର ଅଭିନୟକୁ ପ୍ରାଏ ସମସ୍ତେ ପସନ୍ଦ କରିଥିଲେ। ସେହି ଫିଲ୍ମ ର ଠିକ 2ବର୍ଷ ପରେ ଦବଙ୍ଗ 2 ଆସିଥିଲା। ଯାହାର ଚର୍ଚ୍ଚା ମଧ୍ୟ ବହୁତ ହୋଇଥିଲା। ଏବଂ ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସ ରେ ନିଜର କମାଲ ଦେଖାଇଥିଲା। ଏହି ଥର ବହୁତ ସମୟ ପରେ ଦବଙ୍ଗ ଫିଲ୍ମ 3 ର ରିଲିଜ ହେବାକୁ ଯାଉଛି। ଯାହାର ଅପେକ୍ଷା ଲୋକମାନେ ବହୁତ ଦିନ ଧରି କରି ଆସୁଛନ୍ତି। ଏବେ ଏହି ଅପେକ୍ଷା ସରିବାକୁ ଯାଉଛି।

ସଲମାନ ଖାନ ଙ୍କ ଦବଙ୍ଗ ସିରିଜ ରେ ଏହି ଅଭିନେତ୍ରୀ ନେଲେ ଏଣ୍ଟ୍ରି

ଆସିବାକୁ ଥିବା ଦବଙ୍ଗ 3 ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ର ଭୂମିକାରେ ସୋନାକ୍ଷୀ ସିନ୍ହାଙ୍କ ଜାଗାରେ ଏକ ନୂତନ ଚେହେରା ଦେଖିବାକୁ ମିଳିବ। ଏବଂ ସେ ଆଉ କେହି ନୁହନ୍ତି ବରଂ TV ରେ ଆସୁଥିବା ଲୋକପ୍ରିୟ ସିରିୟଲ ନାଗିନ ଓ ଦେବୋଙ୍କେ ଦେବ ମହାଦେବ ର ବହୁତ ଲୋକପ୍ରିୟ ଚେହେରା। ସେ ଏହି କିଛି ଦିନ ତଳେ ଛୋଟ ପରଦାରୁ ବାହାରି ବଡ ପରଦାରେ ଅଭିନୟ କରିଛନ୍ତି। ସେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ଗୋଲ୍ଡ ରୁ ନିଜର ପ୍ରଥମ ଫିଲ୍ମ କରିଛନ୍ତି।

ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସମସ୍ତଙ୍କ ପସନ୍ଦିତା ଅଭିନେତ୍ରୀ ମୌନୀ ରାୟ। ସେ ଗୋଲ୍ଡ ଫିଲ୍ମ ରେ ଯେଉଁ ଅଭିନୟ କରିଥିଲେ ତାହା ସମସ୍ତଙ୍କୁ ବହୁତ ଭଲ ଲାଗିଥିଲା ସେଥିପାଇଁ ତ ବର୍ତ୍ତମାନ ତାଙ୍କୁ ସଲମାନଙ୍କ ସହ ଦବଙ୍ଗ 3 ରେ କାମ କରିବାର ସୁଯୋଗ ମିଳୁଛି।