43 ବର୍ଷର ଏହି ଅଭିନେତ୍ରୀ ସହ ବାହା ହେବାକୁ ଚାହୁନଥିଲେ ଯୁବରାଜ, ହେଲେ କାହିଁକି କରିପାରିଲେ ନାହିଁ, ଜାଣନ୍ତୁ

ବଲୀଉଡ ଓ କ୍ରିକେଟର ସଂଯୋଗ ବହୁ ବର୍ଷ ତଳୁ ହୋଇଆସୁଛି । ବଲୀଉଡ ଅଭିନେତ୍ରୀ ମାନଙ୍କୁ ଖେଳାଳି ମାନଙ୍କ ସହ ପ୍ରେମ ହୋଇଯାଏ, ତ କେବେ କେବେ ଖେଳାଳି ମାନଙ୍କୁ ବଲୀଉଡ ଅଭିନେତ୍ରୀ ମାନଙ୍କ ସହ । ଏହା ପରେ ସେହି ସମ୍ପର୍କ ବିବାହ ମଣ୍ଡପ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଥାଏ । ଏଭଳି ବହୁତ ଉଦାହରଣ ମଧ୍ୟ ଆମ ସମ୍ମୁଖରେ ଅଛି । ଯେମିତି କି ଶର୍ମିଲା ଟୈଗୋର-ମଂସୂର ଅଲୀ ଖାନ ପଟୌଦୀ, ସଂଗୀତା ବିଜଲାନୀ-ଅଜହରୁଦ୍ଦୀନ ଏବଂ ଲେଟେସ୍ଟ ଜୋଡୀ ହେଲେ ଅନୁଷ୍କା ଶର୍ମା ଓ ବିରାଟ କୋହଲୀ । ଏମାନେ ସମସ୍ତେ ନିଜ ଭଲପାଇବାକୁ ବିବାହରେ ପରିଣତ କରିଥିଲେ, କିନ୍ତୁ କିଛି ଏଭଳି କଳାକାର ଥିଲେ ଯେଉଁମାନଙ୍କ ପ୍ରେମ ସଫଳ ହୋଇନଥିଲା ।

ସେମାନଙ୍କ ମଧ୍ୟରୁ ଜେନ ହେଲେ ଯୁବରାଜ ସିଂହ, ଯିଏ 43 ବର୍ଷୀୟ ଏହି ଅଭିନେତ୍ରୀ ଏନକେ ସହ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଏମିତି କିଛି ହେଲା ଯେ ଯେଉଁଠଥି ପାଇଁ ଏହା ସମ୍ଭବ ହୋଇପାରିଲା ନାହିଁ ।

12 ଡିସେମ୍ବର 1981 ରେ ଚଣ୍ଡିଗଡ ରେ ଜନ୍ମ ନେଇଥିବା ଯୁବରାଜ ସିଂହ ଛୁଆ ବେଳୁ ହିଁ କ୍ରିକେଟ ଖେଳିବାର ସଉକ ରଖିଛନ୍ତି । 2011 ୱର୍ଲ୍ଡକପ ରେ ଯୁବରାଜ ସିଂହ ନିଜର ଶ୍ରେଷ୍ଠ ପଦର୍ଶନ ଦେଇ ମ୍ୟାନ ଓଫ ଦି ଟୁର୍ନାମ୍ଯାନ୍ଟ ନିଜ ନାମରେ କରିଥିଲେ । ପୁରା ବିଶ୍ବରେ ଭାରତ ର ନାମ ଆଗକୁ ଆସିଯାଇଥିଲା ଓ ଏହା ସହିତ ଯୁବରାଜ ସିଂହ କେତେ ଗୁଡିଏ ଖେଳରେ ଭଲ ପଦର୍ଶନ କରି ରେକର୍ଡ କରିଥିଲେ । ଯୁବରାଜ ସିଂହ ଙ୍କର କୋଟି କୋଟି ପ୍ରଶଂସକ ଥିଲେ । କିନ୍ତୁ ସେ ବଲୀଉଡ ର ସୁନ୍ଦରୀ ପ୍ରୀତି ଜିଂଟାଙ୍କ ପ୍ରେମରେ ପଡିଯାଇଥିଲେ । ପ୍ରୀତିଙ୍କ ସହ ତାଙ୍କର ସମ୍ବନ୍ଧ ଦୀର୍ଘ ଦିନ ଧରି ମଧ୍ୟ ରହିଥିଲା ।

ପ୍ରୀତିଙ୍କ ସହ ଯୁବରାଜ ଙ୍କର ବହୁତ ଫୋଟୋ ମଧ୍ୟ ଦେଖିବାକୁ ମିଳିଛି-

ଆଇପିଏଲ ର ଆରମ୍ଭ 2007 ମସିହାରେ ହୋଇଥିଲା ଏବଂ ତା ସହ ଯୁବରାଜ ସିଂହ ପ୍ରୀତିଙ୍କ ସହ ତାଙ୍କର ଥିବା ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ । କିନ୍ତୁ ପ୍ରୀତିଙ୍କ ମନରେ ତାଙ୍କ ପାଇଁ ବୋଧେ ଭଲପାଇବା ନଥିଲା । ଆଇପିଏଲ ସମୟରେ ସେହି ଦୁଇଜଣଙ୍କର ବହୁତ ଫିଟୋ ଦେଖିବାକୁ ମିଳିଛି ଯେଉଁଥିରେ ସେମାନେ ଅଧିକ କ୍ଲୋଜ ଅଛନ୍ତି ।

କିନ୍ତୁ ପ୍ରୀତି ତାଙ୍କୁ କେବଳ ନିଜ ଟୀମର ଅଧିନାୟକ ଭାବେ ହିଁ ଦେଖିଥିଲେ । କିନ୍ତୁ ଯୁବରାଜ ତାଙ୍କ ପ୍ରେମରେ ପଡିଥିଲେ ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଭାଗ୍ୟ ର ବିଡମ୍ବନା ପାଇଁ ସେ ପ୍ରୀତିଙ୍କୁ ବିବାହ କରି ପାରିଲେ ନାହିଁ, ଏବଂ ପରେ 2016 ମସିହାରେ ବଲୀଉଡ ଅଭିନେତ୍ରୀ ହେଜଲଙ୍କୁ ବିବାହ କରିଥିଲେ ।