ଅମୃତସର ଦୁର୍ଘଟଣା – ପ୍ରତକ୍ଷଦର୍ଶୀ ଖୋଲିଲେ ଆଶ୍ଚର୍ଯ୍ୟ କଲାଭଳି ରାଜ୍, କହିଲେ 20 ଦିନ ପୂର୍ବରୁ ବି ହେଇଥିଲା କିଛି ଏମିତି

ଦଶହରା ଦିନ ଅମୃତସରରେ ଘଟିଥିବା ହୃଦୟ ବିଦାରକ ଦୁର୍ଘଟଣାରେ ଏବେ ଯାଏ ୬୦ ରୁ ବି ଉର୍ଦ୍ଧ ଲୋକଙ୍କ ଜୀବନ ଯାଇ ସାରିଲାଣି । ବହୁତ ସଂଖ୍ଯାରେ ଲୋକ ଗୁରୁତର ଅବସ୍ଥାରେ ଅଛନ୍ତି, ସେମାନଙ୍କର ହସ୍ପିଟାଲରେ ଚିକିସ୍ଛା ଚାଲିଛି । ସିଏମ ଅମରୀନ୍ଦର ସିଂ ଦୁର୍ଘଟଣାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି । ଦୁର୍ଘଟଣା ବିଷୟରେ ରେଳ ରାଜ୍ୟ ମନ୍ତ୍ରୀ ମନୋଜ ସିହ୍ନା କହିଲେ କି ରେଲୱେ ର ଏହି ଦୁର୍ଘଟଣାରେ କିଛି ବି ଭୁଲ ନାହିଁ ।

ରେଲୱେ ଓ ସ୍ଥାନୀୟ ପ୍ରଶାସନର ଦାବି ଭିତରେ ଜଣେ ପ୍ରତକ୍ଷଦର୍ଶୀ ଆଶ୍ଚର୍ଯ୍ୟ କଲାଭଳି ଖୁଲାସା କରିଛନ୍ତି । ଆଜତକ ରିପୋର୍ଟ ଅନୁସାରେ ପ୍ରତକ୍ଷଦର୍ଶୀ ହାପୀ କହିଲେ କି ଯେଉଁ ଜାଗାରେ ରାବଣ ପୋଡି ସମୟରେ ଦୁର୍ଘଟଣା ଘଟିଲା, ଠିକ ସେହି ଜାଗାରେ 20ଦିନ ପୂର୍ବରୁ, ସରକାରୀ କର୍ମଚାରୀ କାମ କରୁଥିଲେ, କିନ୍ତୁ ସେତେବେଳେ କିଛି ଦୁର୍ଘଟଣା ଘଟି ନଥିଲା । ହାପୀ କହିବା ଅନୁସାରେ 20ଦିନ ପୂର୍ବରୁ କର୍ମଚାରୀ କାମ କରୁଥିବା ସମୟରେ ଟ୍ରେନ ଆସିଥିଲା, ଯାହାରଗତି ବହୁତ କମ ଥିଲା ।

କିନ୍ତୁ ଦଶହରା ଦିନ ଆସିଥିବା ଟ୍ରେନ ର ଗତି ତୁଫାନ ବେଗର ଥିଲା । ହାପୀ ପ୍ରସନ୍ନ ଉଠେଇଲେ କି ଯଦି ଡ୍ରାଇଭର କୁ ସରକାରୀ କର୍ମଚାରୀ ଦେଖାଗଲେ, ତ ସାଧାରଣ ଲୋକ କାହିଁକି ଦେଖା ଗଲେନି । ସେମିତି ବି 2 4 ଜଣ ନୁହେଁ ଶତାଧିକ ଲୋକ ସେଠି ଥିଲେ ।

ଟ୍ରାକ ଉପରେ ଲୋକଙ୍କ ଉପରେ ଚଢି ଚାଲିଯାଇଥିବା ଟ୍ରେନ ର ଡ୍ରାଇଭର ତରଫରୁ ରେଲୱେ ଯାହା କହିଛି, ସେହି ଆଧାରରେ ରେଲୱେ ବିଭାଗ ଡ୍ରାଇଭରକୁ କ୍ଲୀନ ଚିଟ ଦେବାର ଦେଖାଯାଉଛି । ଡ଼ିଏମ କହିଲେ କି ଡ୍ରାଇଭର ସ୍ପୀଡ କମ କରିବାକୁ ଚେଷ୍ଟା କରିଥିଲା । ଦୁର୍ଘଟଣା ପୂର୍ବରୁ ଟ୍ରେନର ସ୍ପୀଡ 91 କିଲୋମିଟର ପ୍ରତି ଘଣ୍ଟା ଥିଲା । ଡ୍ରାଇଭର ସ୍ପୀଡ କମ କରିଥିଲା, କିନ୍ତୁ ଦୂରତା କମ ଥିବା କାରଣରୁ ଦୁର୍ଘଟଣା ଜାଗାରେ ପହଞ୍ଚିବା ବେଳକୁ ସ୍ପୀଡ କମ ହେଇପାରି ନଥିଲା । ସେ ସମୟରେ ଟ୍ରେନ 68 କିଲୋମିଟର ପ୍ରତି ଘଣ୍ଟା ସ୍ପୀଡରେ ଦଉଡୁଥିଲା ।

ଦୁର୍ଘଟଣା ପରେ ଟ୍ରେନ ନ ରୋକିବା ପ୍ରାଶନଗରେ ରେଲୱେ କହିଥିଲା କି ଦୁର୍ଘଟଣା ପରେ ଟ୍ରେନ ବହୁତ ସ୍ଲୋ ହେଇଯାଇଥିଲା ଓ 68 କିଲୋମିଟର ପ୍ରତି ଘଣ୍ଟା କୁ ଆସିଯାଇଥିଲା । କିନ୍ତୁ ଉତ୍ୟକତା ଲୋକମାନେ ପଥର ମାଡ କରିବା ଫଳରେ ଟ୍ରେନ ରହିନଥିଲା ଯାତ୍ରୀମାନଙ୍କୁ ନେଇ ଅମୃତସରରେ ସୁରକ୍ଷିତ ପହଞ୍ଚାଇ ଥିଲା ।