ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର ୧୦ ଦିନ ପରେ ତାଙ୍କ ଡାଏରୀରୁ ମିଳିଲା କିଛି ରୋଚକପୂର୍ଣ ତଥ୍ୟ

ବଲୀଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ଆଜି ୧୦ ଦିନ ହୋଇ ଯାଇଛି । ଏହା ସହିତ ପୋଲିସ ତାଙ୍କର ମୃତ୍ୟୁର ରହସ୍ୟ ଖୋଜିବାରେ ଲାଗିଛି । ଏମିତିରେ ଆଜି ଆମେ ଆପଣଙ୍କୁ ପୋଲିସ ଦ୍ଵାରା ଯାଞ୍ଚ କରିବା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ସେହି ବିଷୟରେ କଥାବାର୍ତ୍ତା କରିବୁ । ଏହା ସହିତ ପୋଲିସଙ୍କୁ ତାଙ୍କର ଆପାର୍ଟମେଣ୍ଟରେ ସୁଶାନ୍ତଙ୍କ ୫ଟି ଡାଏରୀ ମିଳିଛି ଓ ଏଥିରୁ କେଉଁ ସବୁ ତଥ୍ୟ ମିଳିଛି ତାହା ବି ଆଜି ଆମେ ଆପଣଙ୍କୁ କହିବୁ ।

କହିବାକୁ ଗଲେ ବର୍ତ୍ତମାନ ସମୟରେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଅଧିକ ମାତ୍ରାରେ ଆନ୍ଦୋଳନ ହେବା ପରେ ସଲମାନ ଖାନ, ଆଳିୟା ଭଟ୍ଟ, କରଣ ଜୋହରଙ୍କ ସହ ଜଡିତ ଫିଲ୍ମକୁ ବିହାରରେ ବ୍ୟାନ କରି ଦିଆ ଯାଇଛି । ଏହି ତିନି ଜଣ କଳାକାର ଯେଉଁ ଫିଲ୍ମରେ ଥିବେ ତାଙ୍କର ଫିଲ୍ମ ବିହାରରେ ରିଲିଜ ହୋଇ ପାରିବ ନାହିଁ । କିନ୍ତୁ ଅନ୍ୟ ପଟେ ବଲୀଉଡର ଯେଉଁ ଷ୍ଟାରମାନେ ସୁଶାନ୍ତଙ୍କୁ ନେଇ ନିଜର ମନ୍ତବ୍ୟ ଦେଇଥିଲେ ଓ ବଲୀଉଡ ଇଣ୍ଡଷ୍ଟ୍ରିର ସତ୍ୟତା ଉଜାଗର କରିଥିଲେ ସେମାନଙ୍କୁ ଦର୍ଶକମାନଙ୍କ ବହୁତ ସପୋର୍ଟ ବି ମିଳୁଛି ।

ଏହି କ୍ରମାଙ୍କରେ କଙ୍ଗନା ରନୌତଙ୍କ ୧୦ ଲକ୍ଷ ଫଲୋଅର୍ସ ବଢି ଯାଇଛି । ଏହା ସହିତ କ୍ରିତି ସୈନନ, ସାରା ଅଲି ଖାନ, ଶ୍ରଦ୍ଧା କପୁରଙ୍କୁ ବି ଦର୍ଶକମାନଙ୍କ ସମର୍ଥନ ମିଳୁଛି । କାରଣ ସେମାନେ ନିଜର ସମସ୍ତ ଇଣ୍ଟରଭିୟୁରେ ସୁଶାନ୍ତଙ୍କ ପ୍ରଶଂସା କରିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସୁଶାନ୍ତ ସିଂହ ରାଜପୁତଙ୍କର ଯେତେବେଳେ ଅନ୍ତିମ ସଂସ୍କାର ହୋଇଥିଲା ସେତେବେଳେ କେହି ମଧ୍ୟ ବଲୀଉଡର ବଡ ବଡ ଅଭିନେତା ଆସି ନ ଥିଲେ ।

ଅନ୍ତିମ ସଂସ୍କାର ସମୟରେ କେବଳ ତାଙ୍କର ପରିବାର ସଦସ୍ୟମାନେ, ତାଙ୍କର ବନ୍ଧୁମାନେ ଓ ବଲୀଉଡରୁ କେବଳ ଶ୍ରଦ୍ଧା କପୁର, ବିବେକ ଓବରୟ, ରାଜକୁମାର ରାଓ ଭଳି ଅନ୍ୟ କିଛି ଷ୍ଟାରମାନେ ଆସିଥିଲେ । କିନ୍ତୁ ସବୁ ସୁପରଷ୍ଟାର ସେହି ମୁମ୍ବାଇରେ ରହୁଥିଲେ ମଧ୍ୟ କେହି ଆସି ନ ଥିଲେ । କିଛି ଦିନ ପୂର୍ବରୁ ହିଁ ରିଷି କପୁରଙ୍କ ଦେହାନ୍ତ ହୋଇଥିଲା । ସେହି ସମୟରେ ସବୁ ଷ୍ଟାର ଆସିଥିଲେ ଏଥିରୁ ଜଣା ପଡିଲା ବଲୀଉଡରେ ତାଙ୍କ ସହିତ କେଉଁଭଳି ଭାବରେ ବ୍ୟବହାର କରା ଯାଉ ଥିଲା ।

ଏହା ସହିତ ସମସ୍ତେ ତାଙ୍କର ଆତ୍ମହତ୍ୟାର ଯାଞ୍ଚ କରିବା ପାଇଁ ସିବିଆଇକୁ କେସ ଦେବା ପାଇଁ ଅନୁରୋଧ କରୁଛନ୍ତି । ଏହା ଛଡା ସୁଶାନ୍ତ ସିଂହ ରାଜପୁତଙ୍କ ଆପାର୍ଟମେଣ୍ଟରୁ ତାଙ୍କର ୫ଟି ପର୍ଶନାଲ ଡାଏରୀ ମିଳିଛି ଓ ବର୍ତ୍ତମାନ ଏହି ଡାଏରୀ ଗୁଡିକର ଯାଞ୍ଚ ଚାଲିଛି । ପୋଲିସଙ୍କ କହିବା ଅଟେ କି ସେ ଡାଏରୀରେ ତାଙ୍କର ପର୍ଶନାଲ ଲାଇଫ ବିଷୟରେ, ତାଙ୍କର ସ୍ଵପ୍ନ ବିଷୟରେ ଓ ସେ ଭବିଷ୍ୟତରେ କଣ କଣ କରିବାକୁ ଚାହୁଁଥିଲେ ଏହି ସବୁ ବିଷୟରେ ଲେଖା ହୋଇଛି ।

ଏହା ପରେ ପୋଲିସ ମିଡିଆକୁ ଅନ୍ୟ କିଛି ସୂଚନା ଦେଇ ନାହାନ୍ତି । କାରଣ ଏହି ଡାଏରୀରେ ଥିବା ତାଙ୍କର ପର୍ଶନାଲ ସୂଚନା ପୋଲିସ ମିଡିଆ ସାମ୍ନାରେ ଉଜାଗର କରିବା ଉଚିତ ମନେ କରି ନାହିଁ । ଏହା ସହିତ ମୁମ୍ବାଇ ପୋଲିସ କହିଛି କି ଯଦି ଏହି ଡାଏରୀରେ ସୁଶାନ୍ତଙ୍କ ଆତ୍ମହତ୍ୟା ସହ ଜଡିତ କିଛି ପ୍ରମାଣ ମିଳେ ତେବେ ପୋଲିସ ତାକୁ ମିଡିଆ ସାମ୍ନାକୁ ନିଶ୍ଚିତ ଆଣିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।