Cyclone Alert: କେଉଁଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଜୱାଦ୍ ? ବିଭିନ୍ନ ପାଣିପାଗ ଦର୍ଶାଉଛି ଭିନ୍ନ ଭିନ୍ନ ତଥ୍ୟ, ଦେଖନ୍ତୁ ଏନେଇ ଭାରତୀୟ ପାଣିପାଗ ବିଭାଗ କ’ଣ କହୁଛି ?

ସୃଷ୍ଟ ସାମୁଦ୍ରିକ ଝାଡା ‘ଜୱାଦ୍’ କେଉଁଠି ଲ୍ୟାଣ୍ଡଫଲ୍ କରିବ ଏନେଇ ବିଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ଦର୍ଶାଉଛନ୍ତି । ଆମେରିକୀୟ ଜିଏଫଏସ ଦର୍ଶାଉଛି ସମ୍ଭାବ୍ୟ ସାମୁଦ୍ରିକ ଝଡ ଓଡିଶା ଉପକୂଳର ଅତି ନିକଟ ଦେଇ ଗତିପାରେ ଓ ୪ ତାରିଖରେ ବାଂଲାଦେଶ କିମ୍ବା ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁପାରେ । ଜର୍ମାନର ପାଣିପାଗ ସଂସ୍ଥା ଆଇକନ ପୂର୍ବାନୁମାନ କରୁଛି ଯେ ଏହା ଓଡିଶାର ପୁରୀ ଏବଂ ପାରାଦ୍ଵୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ।

ସେପଟେ ୟୁରୋପୀୟ ମଡେଲ ECMWF ଦର୍ଶାଉଛି ଯେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ । ତେବେ ବାତ୍ୟା ଜୱାଦ୍ କେଉଁଠି ଲ୍ୟାଣ୍ଡଫଲ୍ କରିବ ଏନେଇ ଭାରତୀୟ ପାଣିପାଗ ବିଭାଗ ଆଇଏମଡ଼ି ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । କିନ୍ତୁ ବିଭିନ୍ନ ପାଣିପାଗ ସଂସ୍ଥା ଏନେଇ ଭିନ୍ନ ଭିନ୍ନ ତଥ୍ୟ ରଖୁଛନ୍ତି । ତେବେ ଆମେରିକୀୟ ଓ ୟୁରୋପୀୟ ମଡେଲ ଅନୁଯାୟୀ ଡିସେମ୍ବର ୪ ତାରିଖ ବେଳକୁ ବାତ୍ୟା ଓଡିଶା ଏବଂ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ ।

ତେବେ ଆଇଏମଡ଼ି ର ପ୍ରଥମରୁ ଆକଳନ ଅନୁଯାୟୀ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ବର୍ତ୍ତମାନ ଥାଇଲାଣ୍ଡର ଦକ୍ଷିଣ ପଟେ ଆସି ଦକ୍ଷିଣ ଆଣ୍ଡାମାନର ନିକଟବର୍ତ୍ତୀ ହେଉଛି ବା ମଧ୍ୟ ଆଣ୍ଡାମନ ସାଗରରେ ପହଞ୍ଚି ସେଠାରେ ଏକ ଲଘୁଚାପ ସୃଷ୍ଟି କରିଛି । ଏହି ଲଘୁଚାପ ଆସନ୍ତା ୨ ତାରିଖରୁ ଡିପ୍ରେସନ ବା ଅବପାତର ରୂପ ନେବ । ତେଣୁ ଆକଳନ କରାଯାଉଛି କି ଡିସେମ୍ବର ୩ ତାରିଖ ବେଳକୁ ଏହି ଅବପାତ ଘୂର୍ଣ୍ଣିଝଡ କିମ୍ବା ସାଇକ୍ଳୋନର ରୂପ ନେବ ।

ସେଥିପାଇଁ ଓଡିଶା ଉପକୂଳରେ ଆସନ୍ତା ୩ ତାରିଖ ଠାରୁ ବର୍ଷାର ପରିମାଣ ମଧ୍ୟ ବଢିବ ଓ ପବନର ବେଗ ଘଣ୍ଟାପ୍ରତି ୪୫-୫୫ କିମି ରହିବ ଏବଂ ବେଳେ ବେଳେ ଘଣ୍ଟାପ୍ରତି ୬୫ କିମି ମଧ୍ୟ ବହିବ । କିନ୍ତୁ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂପୁର, କେନ୍ଦ୍ରପଡା, ଭଦ୍ରକ, ଯାଜପୁର ପ୍ରଭୃତି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାସହ ଆଭ୍ଯନ୍ତରୀଣ ଓଡିଶାର କେତେକ ଅଞ୍ଚଳ ତଥା ବୌଦ୍ଧ, କନ୍ଧମାଳ, ଅନୁଗୁଳ ଇତ୍ୟାଦି ଜିଲ୍ଲା ମାନଙ୍କରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ମଧ୍ୟ ରହିଛି ।

କିନ୍ତୁ ଏହି ଲଘୁଚାପ ଯଦି ବାତ୍ୟାର ସମ୍ଭାବନା ସୃଷ୍ଟି କରେ ଏବଂ ମଛଲିପାଟନମରେ ସ୍ଥଳଭାଗ ଛୁଏଁ ତେବେ ଏହା ତେଲେଙ୍ଗନା ଦେଇ ଆଗକୁ ବଢିବ ଓ ଏଥିରେ ଓଡିଶାର ବିଶେଷ କିଛି କ୍ଷତି ହେବନାହିଁ । ଆଉ ଯଦି ଏହା ବିଶାଖପାଟନମରେ ସ୍ଥଳଭାଗ ଛୁଇଁବ ତେବେ ଏହା ୫ ତାରିଖ ବେଳକୁ ଛୁଇଁବ ଏବଂ ଏହାର ପ୍ରଭାବ ଓଡିଶାରେ ଅନୁଭୂତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।