କୋଭିଡ କାରଣରୁ କ୍ରିକେଟରେ ଏହି ସବୁ ନିୟମରେ ହେଲା ପରିବର୍ତ୍ତନ

କରୋନା ସଂକ୍ରମଣର ମାମଲା ଅଧିକ ବଢିବା କାରଣରୁ କ୍ରିକେଟ ଉପରେ ବ୍ରେକ ଲାଗି ଯାଇଛି । ବର୍ତ୍ତମାନ ଧୀରେ ଧୀରେ ଏହାକୁ ପୁଣିଥରେ ଆରମ୍ଭ କରିବା ପାଇଁ ଚେଷ୍ଟା ଚାଲିଛି । ଅନିଲ କୁମ୍ବଲେଙ୍କ ଅଧ୍ୟକ୍ଷତାରେ ଏକ ଟିମ ର ଉପଦେଶକୁ ଆଇସିସି କ୍ରିକେଟ ସମିତି ମାନିଛନ୍ତି ଓ କହିଛନ୍ତି କି ବର୍ତ୍ତମାନ କରୋନା ଭାଇରସର ସଂକ୍ରମଣର ଭୟ କାରଣରୁ ଟେସ୍ଟ ମ୍ୟାଚ ସମୟରେ ଖେଳାଳିମାନଙ୍କ ପାଇଁ ସବଷ୍ଟିଚ୍ୟୁଟ ଆଣିବା ପାଇଁ ଅନୁମତି ଦିଆ ଯାଇଛି ।

ଏହା ଛଡା ବଲ କୁ ଚମକାଇବା ପାଇଁ ବ୍ୟବହାର କରୁଥିବା ନିଜ ଲାଳ ର ବ୍ୟବହାର ଉପରେ ଅସ୍ଥାୟୀ ରୂପରେ ବ୍ୟାନ କରା ଯାଇଛି । ଖେଳର ନିୟମ ଅନୁସାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ କରୋନା ମହାମାରୀ କାରଣରୁ ଅନ୍ତରାଷ୍ଟ୍ରୀୟ ଯାତ୍ରାରେ ଲଜିସ୍ଟିକ ଚ୍ୟାଲେଞ୍ଜ ଦର୍ଶାଇ ବାଇଲେଟରଲ ସୀରୀଜରେ ସ୍ଥାନୀୟ ଅମ୍ପୟାରକୁ ମଞ୍ଜୁରୀ ଦେଇଛନ୍ତି ।

ଏଥିରେ ଏକ ବୟାନ ଦେଇ ଆଇସିସି କହିଛନ୍ତି କି ଟେସ୍ଟ ମ୍ୟାଚ ସମୟରେ କରୋନା ଭାଇରସ ସଂକ୍ରମଣର ଲକ୍ଷଣ ମିଳିବା ପରେ ସ୍ଥାନାପନ୍ନ ଖେଳାଳିକୁ ବାହାର କରିବାର ବିକଳ୍ପ ରହିବ । କନ୍କଶନ ବିକଲ୍ପ ଭଳି ମ୍ୟାଚ ରେଫରି ଏହାର ବିକଳ୍ପକୁ ମଞ୍ଜୁରୀ ଦେବେ । ଏଥିରେ ଏହା ବି କୁହାଯାଇଛି କି ଏହି ନିୟମ ୱାଣ୍ଡେ କିମ୍ବା ଟି ୨୦ରେ ଲାଗୁ ହେବ ନାହିଁ । ଅନିଲ କୁମ୍ବଲେଙ୍କ ଅଧ୍ୟକ୍ଷତା ବାଲା କ୍ରିକେଟ ସମିତି ଏହି ଉପଦେଶ ଦେଇଥିଲେ ।

ଯାହା ଦ୍ଵାରା କ୍ରିକେଟ ଖେଳ ଆରମ୍ଭ ହେବା ପରେ କରୋନା ମହାମାରୀ କାରଣରୁ ଖେଳାଳି ଓ ମ୍ୟାଚ ଅଧିକାରୀମାନଙ୍କ ସୁରକ୍ଷା ସୁନିଶ୍ଚିତ ହୋଇ ପାରିବ । ଏହି ନିୟମ ଇଂଲଣ୍ଡ ଓ ୱେସ୍ଟଇଣ୍ଡିଜ ମଧ୍ୟରେ ଆୟୋଜିତ ୮ ଜୁଲାଇରୁ ୩ ଟି ମ୍ୟାଚ ବିଶିଷ୍ଟ ଟେସ୍ଟ ସିରିଜରୁ ଲାଗୁ ହେବ । ଏହି ସିରିଜ ଦର୍ଶକମାନଙ୍କ ବିନା ଆୟୋଜିତ ହେବ । ଆପଣଙ୍କୁ କହିଦେଉଛୁ କି ମାର୍ଚ ପରେ ଏହା ପ୍ରଥମ ଇଣ୍ଟରନ୍ୟାସନାଲ ସିରିଜ ଅଟେ ।

ଏହା ସହିତ ସବୁ ପାରିରେ ଅତିରିକ୍ତ ଡ଼ିଆରଏସ ରିଭ୍ୟୁକୁ ବି ମଞ୍ଜୁରୀ ଦିଆ ଯାଇଛି । ବର୍ତ୍ତମାନ ସବୁ ଟିମ ଟେସ୍ଟର ସବୁ ପାରିରେ ତିନୋଟି ରିଭ୍ୟୁ ଓ ସୀମିତ ଓଭର କ୍ରିକେଟରେ ଦୁଇଟି ରିଭ୍ୟୁ ନେଇ ପାରିବେ । ଏହି ନିଷ୍ପତିକୁ ଏହି କଥାକୁ ଧ୍ୟାନରେ ରଖି ନିଆ ଯାଇଛି କି ବର୍ତମାନର ପରିସ୍ଥିତିରେ ଏହିଭଳି ପରିସ୍ଥିତି ଆସିପାରେ ଯେତେବେଳେ କମ ଅନୁଭବି ଅମ୍ପେୟାର ସେବା ଦେଇ ପାରନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।