ଯେଉଁ ମାନେ ଏହି ସମୟରେ ପାଣି ପିଇଥାନ୍ତି ସେମାନେ ଜହର ପିଇବା ସାଙ୍ଗେ ସମାନ, ଜାଣନ୍ତୁ କଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ଭଳି ବୁଦ୍ଧିମାନ, ଚରିତ୍ରବାନ, ଜାତୀର ହିତ ଓ ରଣନୀତି ପ୍ରତି ଉତ୍ସର୍ଗୀକୃତ ଭାବ ଥିବା ବ୍ୟକ୍ତି ଭାରତ ଇତିହାସରେ ଖୋଜିଲେ ବହୁତ କମ ମିଳିବେ । ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ମଣିଷ ମାନଙ୍କର ହିତ ପାଇଁ ବହୁତ କିଛି କଥା ଲେଖିଛନ୍ତି । ସେ ସବୁବେଳେ ସମାଜର ହିତ ପାଇଁ କାମ କରିଥାନ୍ତି । ଚାଣକ୍ୟ ତାଙ୍କର ଏକ ଶ୍ଳୋକରେ ବ୍ୟକ୍ତି ମାନଙ୍କୁ ପାଣି ପିଇବା ଉପାୟ ବିଷୟରେ କହିଛନ୍ତି । ସେ ଏମିତି କିଛି ପରିସ୍ଥିତି ବିଷୟରେ କହିଛନ୍ତି ଯେଉଁ ସମୟରେ ପାଣି ପିଇବାକୁ ବିଷ ସହିତ ସମାନ ବୋଲି କୁହାଯାଇ ଥାଏ ।

‘ଅର୍ଜିଣେ ଭେଷଯଂ ବାରି ଜିର୍ଣେ ବାରି ବଳପ୍ରଦମ ।

ଭୋଜନେ ଚାମୃତଙ୍ଗ ବାରି ଭୋଜନାନ୍ତେ ବିଷପ୍ରଦମ ।’

ଚାଣକ୍ୟଙ୍କ ଅନୁସାରେ ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ହଜମ ସମ୍ବନ୍ଧିତ ସମସ୍ୟା ହୋଇ ପାରେ । ଭୋଜନ କରିବା ଦ୍ଵାରା ଆମକୁ ଶକ୍ତି ମିଳିଥାଏ । ଯଦି ଆମେ ଭୋଜନ ପରେ ସଙ୍ଗେ ସଙ୍ଗେ ପାଣି ପିଇବା ତାହେଲେ ଖାଦ୍ୟ ଠିକ ଭାବରେ ହଜମ ହେବ ନାହିଁ ଏବଂ ହଜମ ସମ୍ବନ୍ଧିତ ସମସ୍ୟାର ସାମନା ମଧ୍ୟ କରିବାକୁ ପଡିପାରେ । ଭୋଜନ ପରେ ସଙ୍ଗେ ସଙ୍ଗେ ପାଣି ପିଇଲେ ତାହା ବିଷ ପରି କାମ କରିଥାଏ ଅର୍ଥାତ ପାଣି ଲାଭ ଦେବା ବଦଳରେ କ୍ଷତି କରିଥାଏ । ଏଥିପାଇଁ ଖାଇବା ସମୟରେ ଅଳ୍ପ ପାଣି ପିଇବା ଦରକାର କିନ୍ତୁ ଅଧିକ ପାଣି ପିଇବା ଦ୍ଵାରା ଆମର କ୍ଷତି ହୋଇଥାଏ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଭୋଜନ ପରେ ଯେତବେଳେ ଖାଦ୍ୟ ଭଲ ଭାବରେ ହଜମ ହୋଇ ଯିବ ସେତେବେଳେ ପାଣି ପିଇବା ଉଚିତ । ଏମିତି କରିବା ଦ୍ଵାରା ଶରୀରକୁ ସମ୍ପୂର୍ଣ ଶକ୍ତି ମିଳିଥାଏ । ଏହା ସହିତ ହଜମ ସମ୍ବନ୍ଧିତ ସମସ୍ୟା ଯେମିତି କି କୋଷ୍ଠକାଠିନ୍ୟ ରୁ ମଧ୍ୟ ମୁକ୍ତି ମିଳିଥାଏ । ଭୋଜନ କରିବାର ଏକ ଘଣ୍ଟା ପୂର୍ବରୁ ଏବଂ ପରେ ପାଣି ପିଇବା ଉଚିତ ।

ଏହାଦ୍ୱାରା ହଜମ ଶକ୍ତି ବଢିଥାଏ । ଯେତବେଳେ ଶୋଷ ଲାଗିବ ସେତବେଳେ ଅତି କମରେ ଗୋଟିଏ ଗ୍ଳାସ ପାଣି ପିଇବା ଉଚିତ । ଏହା ଦ୍ୱାରା ଶରୀରରେ ପାଣି କମି ନଥାଏ । ପରିଶ୍ରମ କାମ କରିବା ସମୟରେ ଝାଳ ବୋହୁ ଥିବା ବେଳେ ପାଣି ପିଇବା ଉଚିତ ନୁହେଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।