ଏଚଆର ହେଡ ନିର୍ବନ୍ଧର ୨ ଦିନ ପରେ କଲେଆତ୍ମହତ୍ୟା, ମୋବାଇଲ ଫର୍ମାଟ କରି ସୁସାଇଡ ନୋଟରେ ଲେଖିଲେ ଏମିତି ଇମୋଶନାଲ ମେସେଜ

ମଧ୍ୟପ୍ରଦେଶର ଇଂଦୌରର ଜଣେ ଯୁବତୀ ପ୍ରୀତି ନିର୍ମଲ ଏକ ସୁସାଇଡ ନୋଟରେ ‘ଜୀବନ ଖରାପ ଅଟେ । କାହା ଉପରେ ବି ବିଶ୍ଵାସ କର ନାହିଁ ।‘ ଲେଖି ଆତ୍ମହତ୍ୟା କରିଛନ୍ତି । ପ୍ରୀତି ନିର୍ମଲଙ୍କ ଶବ ତାଙ୍କର ଘରେ ଦଉଡିରେ ଝୁଲିଥିବା ଅବସ୍ଥାରେ ମିଳିଛି । କହିବାକୁ ଗଲେ ପ୍ରୀତି ନିର୍ମଲ ଏକ ବଡ ଶୋରୁମ ର HR ହେଡ ରୂପରେ କାର୍ଯ୍ୟରତ ଥିଲେ ଓ ମାତ୍ର ନିଜର ନିର୍ବନ୍ଧର ଦୁଇ ଦିନ ପରେ ହିଁ ଫାସୀ ଦେଇ ଆତ୍ମହତ୍ୟା କରିଛନ୍ତି । ଯାହାକି ବହୁତ ବଡ ଆଶ୍ଚର୍ଯ୍ୟକର ଘଟଣା ଅଟେ ।

ମିଡିଆ ରିପୋର୍ଟ ଅନୁସାରେ ପ୍ରୀତି ନିର୍ମଲ ଇଂଦୌରର ଏରୋଡ୍ରମ ପୋଲିସ ଥାନା ଅଞ୍ଚଳରେ ରହୁଥିଲେ । ଏହା ଛଡା ଦୁଇ ଦିନ ପୂର୍ବେ ହିଁ ପ୍ରୀତି ନିର୍ମଲଙ୍କର ଇଂଦୌରର ବିଜୟ ନଗରର ଜଣେ ଯୁବକ ପବନଙ୍କ ସହିତ ନିର୍ବନ୍ଧ ହୋଇଥିଲା । ଏହା ପରେ ଦୁଇ ଜଣଙ୍କ ବିବାହ ୨୬ ଜୁନକୁ ହେବାର ଥିଲା । ବିବାହର ୧୭ ଦିନ ପୂର୍ବରୁ ଘରୁ ପ୍ରୀତି ନିର୍ମଲଙ୍କ ଡୋଲି ଉଠିବା ପରିବର୍ତ୍ତେ ତାଙ୍କର ଅର୍ଥୀ ଉଠିବା ପରେ ତାଙ୍କର ପରିବାର ଲୋକମାନେ ଦୁଖୀ ହେବା ସହିତ ଆତ୍ମହତ୍ୟାର କାରଣକୁ ନେଇ ବି ଚକିତ ଅଛନ୍ତି ।

ଆପଣଙ୍କୁ କହିଦେଉଛୁ କି ପ୍ରୀତି ନିର୍ମଲଙ୍କ ଆତ୍ମହତ୍ୟାର ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବି ଜଣା ପଡି ନାହିଁ । କିନ୍ତୁ କୁହାଯାଉଛି କି ବିବାହରେ ଅଧିକ ସମୟ ଲାଗୁଥିବାରୁ ସେ ବହୁତ ଚିନ୍ତିତ ଥିଲେ । ସେହି କଥାକୁ ହିଁ ଆତ୍ମହତ୍ୟାର କାରଣ କୁହାଯାଇ ପାରେ । କହିଦେଉଛୁ କି ପ୍ରୀତି ନିର୍ମଲ ଏକ ମୈଟ୍ରିମୋନିୟଲ ସାଇଟ ମାଧ୍ୟମରେ ପବନଙ୍କ ସହ ସମ୍ପର୍କ କରିଥିଲେ । ଏହା ପରେ ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ହେଲା ଓ ଦୁଇ ଜଣ ସାକ୍ଷାତ ବି କରିଲେ ।

ଦୁଇ ଜଣ ପରସ୍ପରକୁ ପସନ୍ଦ ବି କରୁଥିଲେ ଓ ଏହି ପସନ୍ଦ ଧୀରେ ଧୀରେ ପ୍ରେମରେ ବି ପରିବର୍ତ୍ତନ ହୋଇଗଲା । ଖବର ଅନୁସାରେ ପ୍ରୀତି ଓ ପବନ ଶୀଘ୍ର ବିବାହ କରିବାକୁ ଚାହୁଁ ଥିଲେ । କିନ୍ତୁ ପବନର ପରିଜନ ଜଲ୍ଦି ବିବାହ କରିବା ପାଇଁ ରାଜି ନ ଥିଲେ । ଏହି କଥାକୁ ନେଇ ପ୍ରୀତିଙ୍କ ସହ ପ୍ରାୟତଃ ପବନ ଓ ତାଙ୍କର ମାଙ୍କର ଝଗଡା ହେଉଥିଲା ।

ପୋଲିସକୁ ପ୍ରୀତିଙ୍କ ରୁମରୁ ତାଙ୍କର ମୋବାଇଲ ମିଳିଛି, ଯାହାକୁ ଫର୍ମାଟ କରା ଯାଇଛି । ଏହା ଛଡା ସେ ଏକ ସୁସାଇଡ ନୋଟ ବି ଲେଖିଛନ୍ତି । ସେ ଲେଖିଛନ୍ତି କି ‘ଜୀବନ ବହୁତ ଖରାପ ଅଟେ, କାହା ଉପରେ ବି ବିଶ୍ଵାସ କର ନାହିଁ ।‘ ଏହା ସହିତ ସୁସାଇଡ ନୋଟରେ ନିଜର ପିତାଙ୍କ ଠାରୁ କ୍ଷମା ମାଗିଛନ୍ତି ଓ ଆତ୍ମହତ୍ୟା ପାଇଁ ସେ ନିଜକୁ ହିଁ ଦାୟୀ କରିଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।