Cricket Update: ଭାରତ ବନାମ ଇଂଲଣ୍ଡ ସେମିଫାଇନାଲ ମ୍ଯାଚରେ ଯଦି ବର୍ଷା ହୁଏ ତେବେ କଣ ହେବ ? କେମିତି ନିର୍ଣ୍ଣୟ ନେବ ICC ?

ଚଳିତ ଟି-20 ବିଶ୍ଵକପରେ ଦମଦାର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ସେମିଫାଇନାଲ ଦୌଡରେ ସାମିଲ ହୋଇପାରିଛି । ଆସନ୍ତାକାଲି ଅର୍ଥାତ ବୁଧବାର ସେମିଫାଇନାଲର ପ୍ରଥମ ମ୍ଯାଚ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ହେବାକୁ ଯାଉଛି । ଏହି ଦୁଇଟି ଦଳ ମଧ୍ୟରୁ ଯିଏ ଜିତିବ ସେ ସିଧା ଫାଇନାଲରେ ପ୍ରବେଶ କରିବ । ସେହିପରି ଗୁରୁବାର ବିଶ୍ଵକପର 44ତମ ମ୍ଯାଚ ତଥା ଇଂଲଣ୍ଡ ସହ ସେମିଫାଇନାଲ ମୁକାବିଲା କରିବ ଭାରତ । ଇଂଲଣ୍ଡ ଏବଂ ଭାରତ ମଧ୍ୟରୁ ବି ଗୋଟିଏ ଦଳ ଫାଇନାଲ ଖେଳିବ ।

ତେବେ ସେମିଫାଇନାଲ ମ୍ଯାଚକୁ ନେଇ ଭାରତୀୟ କ୍ରିକେଟ ଫ୍ୟାନ୍ସ ବେଶ ଉତ୍ସାହିତ ଥିବାବେଳେ ସେଦିନ ଯଦି ବର୍ଷା ହୁଏ ତେବେ ମ୍ଯାଚର ସମୀକରଣ କଣ ରହିବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଅଷ୍ଟ୍ରେଲିଆରେ ଖେଳା ଯାଉଥିବା ଏହି ଟି-20 ବିଶ୍ଵକପର ଅନେକ ମ୍ଯାଚ ବର୍ଷା ଦ୍ଵାରା ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ବର୍ଷା ହେତୁ ମ୍ଯାଚର ରୋମାଞ୍ଚ ନଷ୍ଟ ନହେଉ ବୋଲି ଅନେକ କ୍ରିକେଟ ଫ୍ୟାନ୍ସ ପ୍ରାର୍ଥନା କରୁଛନ୍ତି । ଯଦି ସେମିଫାଇନାଲ ମ୍ଯାଚରେ ବର୍ଷା ହୁଏ ତେବେ କଣ ହେବ ଏନେଇ ଆସନ୍ତୁ ଜାଣିବା ।

ତେବେ ଯଦି ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନର ମ୍ଯାଚରେ ବର୍ଷା ହୁଏ ତେବେ ନ୍ୟୁଜିଲାଣ୍ଡ ସିଧା ଫାଇନାଲ ପାଇଁ ଯୋଗ୍ୟ ବିବେଚିତ ହେବ । କାରଣ ପଏଣ୍ଟ ଟେବୁଲରେ ନ୍ୟୁଜିଲାଣ୍ଡର 7 ପଏଣ୍ଟ ଥିବାବେଳେ ପାକିସ୍ତାନ 6 ପଏଣ୍ଟ ହାସଲ କରିଛି । ICC ନିୟମ ଅନୁସାରେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦଳ ଅଧିକ ସୁବିଧା ପାଇଥାଏ ।

ସେହିପରି ଦ୍ଵିତୀୟ ସେମିଫାଇନାଲ ମ୍ଯଚ୍ଚ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯିବା । ଏହି ମ୍ଯାଚ ବେଳେ ଯଦି ବର୍ଷା ବାଧକ ସାଜେ ତେବେ ଇଂଲଣ୍ଡକୁ ମଧ୍ୟ ଫାଇନାଲରୁ ବାହାର ହେବାକୁ ପଡିବ । କାରଣ ଇଂଲଣ୍ଡର ସାତ ପଏଣ୍ଟ ଥିବାବେଳେ ଭାରତ 8 ପଏଣ୍ଟ ସହ ଶୀର୍ଷରେ ରହିଛି । ଯେଉଁଥି ପାଇଁ ଯଦି ଏହି ମ୍ଯାଚ ବର୍ଷାରେ ଧୋଇ ହୋଇଯାଏ ତେବେ ଟିମ୍ ଇଣ୍ଡିଆ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ।

ତେବେ ସବୁଠୁ ବଡ କଥା ହେଉଛି କ୍ରିକେଟ ପ୍ରେମୀଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ । କାରଣ ବର୍ଷାକୁ ଦୃଷ୍ଟିରେ ରଖି ICC ପୂର୍ବରୁ ସେମିଫାଇନାଲ ଏବଂ ଫାଇନାଲ ପାଇଁ ରିଜର୍ଭ ଡେ’ ମଧ୍ୟ ରଖିଛି । ତେବେ ଆପଣ କେଉଁ ଦୁଇ ଦଳକୁ ବିଶ୍ଵକପ ଫାଇନାଲରେ ଦେଖିବାକୁ ଚାହାନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।