“ଝିଅ ସିନା ବାହା ହୋଇଯିବ ହେଲେ ଜଣେ କିନ୍ନର ନିଜ ସେକ୍ସ ଇଚ୍ଛା ପାଇଁ କଣ କରିବ ?” ଦେଖନ୍ତୁ ଏହି କିନ୍ନର ସମାଜସେବୀଙ୍କ ସ୍ଵତନ୍ତ୍ର ସାକ୍ଷାତକାର

ପିଲାବେଳୁ ଜୀବନରେ ଅନେକ ସଂଘର୍ଷ କରନ୍ତି ଏହାସହ ଯୌନ ନିର୍ଯ୍ୟାତନାର ମଧ୍ୟ ଶିକାର ହୋଇଥାନ୍ତି କିନ୍ନରମାନେ । ଆଜି ଯଦ୍ୟପି ସମାଜରେ କିନ୍ନରଙ୍କ ପ୍ରତିଛବି ଧୀରେ ଧୀରେ ବଦଳିବାରେ ଲାଗିଛି । ତଥାପି ଅନେକ ଲୋକ ସେମାନଙ୍କୁ ବୁଝିପାରନ୍ତି ନାହିଁ । କିନ୍ନରଙ୍କୁ ଶିବଶକ୍ତି ଭାବେ ଲୋକ ମାନନ୍ତି ଆଉ ତାଙ୍କ ଆଶୀର୍ବାଦ ମଧ୍ୟ ନିଅନ୍ତି । କିନ୍ତୁ ଅନ୍ୟପଟେ ଛିଛାକର କରିବାକୁ ବି ପଛାନ୍ତି ନାହିଁ । ଅନେକ ଧାରାବାହିକ ଓ ଚଳଚ୍ଚିତ୍ରରେ କିନ୍ନରଙ୍କୁ ନେଇ ଅନେକ ଭଲ ମେସେଜ ଦିଆ ଯାଉଥିଲେ ମଧ୍ୟ ସମାଜ ଉପରେ ଏହାର ପ୍ରଭାବ ପଡୁନି ।

କିନ୍ତୁ ସମାଜ ନିଜର ଚିନ୍ତାଧାରାକୁ ପରିବର୍ତ୍ତନ କରିବାର ସମୟ ଆସିଯାଇଛି । ଏନେଇ ଜଣେ କିନ୍ନର ସମାଜସେବୀ ଆଲୋଚନା କରିବା ସହ ନିଜ ବିଷୟରେ ମଧ୍ୟ କିଛି କଥା ଶେୟାର କରିଛନ୍ତି । ଭାଗ୍ୟବଶତଃ ତାଙ୍କ ମା’ ପ୍ରଥମରୁ ହିଁ ତାଙ୍କୁ ବୁଝି ପଡ଼ିଥିଲେ । ସେ ଯେ ଜଣେ ଅଲଗା ଶରୀର ପାଇଛନ୍ତି ଏକଥା ମା’ ସିନା ବୁଝିଥିଲେ କିନ୍ତୁ ବାପା ଗ୍ରହଣ କରିପାରି ନଥିଲେ । କିନ୍ତୁ ସମୟ ବଢିବା ସହ ଧୀରେ ଧୀରେ ତାଙ୍କ ବାପା ମଧ୍ୟ ଏକଥା ବୁଝି ପାରିଥିଲେ ।

ତାଙ୍କ ଭାଇ ଯେତେବେଳେ ବିବାହ କଲେ ଆଉ ଘରକୁ ନୂଆ ଭାଉଜ ଆସିଲେ, ସେ ମଧ୍ୟ ଆରମ୍ଭରୁ ତାଙ୍କୁ ବେଶ ସପୋର୍ଟ କରିଥିଲେ । ସେ ଇଞ୍ଜିନିୟରିଂ ପଢିବା ବେଳେ ଲମ୍ବା ଚୁଟି ରଖିବା ଆରମ୍ଭ କରି ଦେଇଥିଲେ ତେଣୁ ବାପା ତାଙ୍କୁ ଏକପ୍ରକାର ଘରୁ ବାହାର କରି ଦେଇଥିଲେ । ପରେ ସେ ଚୁଟି କାଟି ପରୀକ୍ଷା ଦେଇ ଘରକୁ ଫେରିଥିଲେ ।

ସେହି ସମୟ ତାଙ୍କ ପାଇଁ ଟିକେ କଷ୍ଟଦାୟକ ଥିଲା । କିନ୍ତୁ ବର୍ତ୍ତମାନ ତାଙ୍କ ପରିବାରରେ ତାଙ୍କୁ ଗ୍ରହଣ କରୁଛନ୍ତି । କିନ୍ତୁ ସବୁ କିନ୍ନରଙ୍କ ଜୀବନରେ ଏଭଳି ହୁଏନି । ତାଙ୍କୁ ପରିବାର ଏବଂ ସମାଜ ଏକ ଭିନ୍ନ ନଜରରେ ଭାବେ ଓ ସଂଭୋଗର ବିଷୟବସ୍ତୁ ବୋଲି ଭାବେ । ତେଣୁ ସାଙ୍ଗସାଥି ଠାରୁ ନେଇ ବନ୍ଧୁବାନ୍ଧବ ପର୍ଯ୍ୟନ୍ତ ଅନେକଙ୍କ ଦ୍ଵାରା ସେମାନେ ଯୌନ ନିର୍ଯ୍ୟାତନାର ଶିକାର ହୁଅନ୍ତି । ଭଲ ପାଠ ନପଢିବା ଯୋଗୁଁ ଯୌନ ବୃତ୍ତି ତଥା ଭିକ୍ଷା ବୃତ୍ତିକୁ ବାଛି ନିଅନ୍ତି ।

ଆଉ ଏଥିପାଇଁ ସମାଜ ମଧ୍ୟ ସମାନ ଭାବେ ଦାୟୀ । କାରଣ ସମାଜ ତାଙ୍କ ଠାରୁ ସେଇଆ ହିଁ ଚାହେଁ । ସେଥିପାଇଁ ସେମାନେ ଜୀବନ ଜୀବିକା ପାଇଁ ବାଧ୍ୟ ହୋଇ ଏଭଳି କାର୍ଯ୍ୟ କରନ୍ତି । ସବୁ ମଣିଷଙ୍କ ଭଳି କିନ୍ନରଙ୍କର ମଧ୍ୟ ଶାରୀରିକ ଆବଶ୍ୟକତା ରହିଛି ତଥା ସେମାନେ ମଧ୍ୟ ସେକ୍ସ ଉପଭୋଗ ପାଇଁ ଚାହାନ୍ତି । କିନ୍ତୁ ସେମାନଙ୍କୁ କିଏ ବିବାହ କରନ୍ତି ନାହିଁ ।

ଆଜିକାଲି ବହୁତ କମ୍ କିନ୍ନର ବିବାହ କରୁଛନ୍ତି । ତେଣୁ ସେମାନେ ବାଧ୍ୟ ହୋଇ ଏକାଧିକ ସାଥି ବାଛି ନିଅନ୍ତି । ସମାଜ ଓ ପରିବାର ଯଦି ତାଙ୍କୁ ଗ୍ରହଣ କରିବ ତେବେ ସେମାନେ ଶିକ୍ଷିତ ହେବେ ଓ ଜୀବନରେ ସଂଘର୍ଷ ଅନେକ ପରିମାଣରେ କମିଯିବ । ଫଳରେ ଶିକ୍ଷିତ କିନ୍ନରଙ୍କ ସଂଖ୍ୟା ବଢିବ ଓ ସେମାନେ ମଧ୍ୟ ସମାଜ ଠାରୁ ନିଜକୁ ଅଲଗା ମନେକରିବେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।