Suryakumar Yadav ଙ୍କ ଅଜବ ଗଜବ ବ୍ୟାଟିଂ ଯୋଗୁଁ ବଦଳିବ ବିଶ୍ଵ କ୍ରିକେଟ୍ ର ନିୟମ, ଏମିତି ଦମଦାର ସଟ୍ ଖେଳିଲେ ଯେ କ୍ରିକେଟ ବିଷାରଦଙ୍କ ମୁଣ୍ଡ ବି କାମ କରୁନି !

ଭାରତୀୟ କ୍ରିକେଟ ଦଳର ଉଦୀୟମାନ ତାରକା ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ପ୍ରଣାଳୀ କ୍ରିକେଟ ପଣ୍ଡିତ ମାନଙ୍କୁ ଚକିତ କରିଛି । ଅନେକ ପୂର୍ବତନ କ୍ରିକେଟର ଓ ଅମ୍ପୟାର ତାଙ୍କ ବ୍ୟାଟିଂ ଶୈଳୀକୁ ବିଶ୍ଳେଷଣ କରିବାରେ ଲାଗିଛନ୍ତି । ଚଳିତ ଟି-20 ବିଶ୍ବକପରେ ସୂର୍ଯ୍ୟକୁମାର ଏଭଳି କିଛି ସଟ୍ ଖେଳିଛନ୍ତି ଯାହା କ୍ରିକେଟ ବ୍ଯାକରଣର ସଂପୂର୍ଣ୍ଣ ବାହାରେ ବୋଲି ଚର୍ଚ୍ଚା ହେଉଛି । ରବିବାର ଭାରତ-ଜିମ୍ବାୱେ ମ୍ଯାଚରେ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂର କିଛି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି ।

ଭାରତର ସ୍କୋର 4 ୱିକେଟରେ 104 ଥିବାବେଳେ ସମୁଦାୟ ଦଳୀୟ ସ୍କୋର ମାତ୍ର 140 ଭିତରେ ସୀମିତ ରହିବା ଭଳି ମନେ ହେଉଥିଲା । ହେଲେ ଏତିକି ବେଳେ ମ୍ଯାଚର ସମୀକରଣ ବଦଳାଇ ଦେଇଥିଲେ ସୂର୍ଯ୍ୟକୁମାର । ନିଜ ଗିୟର ପରିବର୍ତ୍ତନ କରି ମାତ୍ର 25 ବଲରୁ ଅପରାଜିତ 61 ରନ୍ କରିଥିବା ବେଳେ ଏଥିରେ 6ଟି ଚଉକା ଓ 4ଟି ବିଶାଳ ଛକା ମଧ୍ୟ ସାମିଲ ଥିଲା । ସୂର୍ଯ୍ୟଙ୍କର ଏହି ଦମଦାର ଇନିଂସ ବଳରେ ମୋଟ 186 ରନ୍ ସ୍କୋର କରି ଜିମ୍ବାୱେକୁ ବିଶାଳ ଟାର୍ଗେଟ ଦେଇ ପାରିଥିଲା ଟିମ୍ ଇଣ୍ଡିଆ ।

ତେବେ ବଡ କଥା ହେଉଛି ଏହି ମ୍ଯାଚରେ ସୂର୍ଯ୍ୟକୁମାର କିଛି ଏଭଳି ସଟ୍ ଖେଳିଥିଲେ ଯାହା କ୍ରିକେଟ ବିଶେଷଜ୍ଞଙ୍କୁ ବେଶ ଚକିତ କରିଛି । ଏକ ୱାଇଡ ବଲକୁ ସେ ଯେଉଁ ଭଳି ଛକା ଲଗାଇଥିଲେ ତାହା ଅମ୍ପାୟାରଙ୍କୁ ମଧ୍ୟ ଦ୍ଵନ୍ଦରେ ପକାଇ ଦେଇଛି । ଟିମ୍ ଇଣ୍ଡିଆର ସ୍କୋର 180 ଥିବାବେଳେ କେବଳ ଶେଷ ବଲ ଖେଳିବାକୁ ବାକି ଥିଲା । ଏହି ବଳରେ ୱିକେଟ ନେବାକୁ ନଚେତ ସବୁଠୁ କମ୍ ଦେବାକୁ ଚାହୁଁଥିବା ଜିମ୍ବାୱେ ଫିଲଡିଙ୍ଗ ଏକଦମ ଟାଇଟ କରି ଦେଇଥିଲା ।

ଚାରିଜଣ ଅଫସାଇଡରେ ଚାରିଜଣ ଷ୍ଟମ୍ପ ପଛରେ ଏବଂ ଲଙ୍ଗଅନ୍ ଜଣେ ଓ ଲଙ୍ଗଅଫ୍ ରେ ଜଣେ ଫିଲଡର ଜଗିଥିଲେ । ଆଉ ଏତିକି ବେଳେ କିଛି ଅଲଗା କରିବା ଚକ୍କରରେ ୱାଇଡ ବଲ ଫିଙ୍ଗିଥିଲେ ବୋଲର । ଅନ୍ୟ କେହି ହୋଇଥିଲେ ହୁଏତ ଏହି ବଲକୁ ନମାରି ଛାଡି ଦେଇଥାନ୍ତେ । ହେଲେ ଅଫସାଇଡର ବହୁତ ବାହାରକୁ ପଡିଥିବା ଏହି ବଲକୁ ଖେଳିବାକୁ ପ୍ରାୟ 5 ଫୁଟ୍ ଯାଏଁ ଷ୍ଟେପ ଆଉଟ କରି ଯାଇଥିଲେ ସୂର୍ଯ୍ୟକୁମାର । ଆଉ ଅନସାଇଡ ଗଲି ଉପର ଦେଇ ବଲକୁ ବାଉଣ୍ଡେରି ବାହାରକୁ ପଠାଇ ଦେଇଥିଲେ ।

ଏହି ଛକା ଯୋଗୁଁ ଭାରତର ସ୍କୋର 186 ରନରେ ପହଞ୍ଚି ଯାଇଥିଲା । ଆଉ ସୂର୍ଯ୍ୟଙ୍କର ଏହି ସଟ୍ ବରିଷ୍ଠ କ୍ରିକେଟରଙ୍କୁ ମଧ୍ୟ ଚକିତ କରି ଦେଇଛି । ସୂର୍ଯ୍ୟଙ୍କ ଏଭଳି ସଟ୍ ବିଶ୍ଵ କ୍ରିକେଟ୍ ର ନିୟମ ବଦଳାଇବାକୁ ବାଧ୍ୟ କରିବ ବୋଲି ମଧ୍ୟ କିଛି କ୍ରିକେଟ ବିଶେଷଜ୍ଞ କହିଛନ୍ତି । ସୂର୍ଯ୍ୟଙ୍କ ଏହି ବଲକୁ ୱାଇଡ ବଲ ଡାକିବେ କି ନାହିଁ ଏନେଇ ଅମ୍ପାୟାର ମଧ୍ୟ ଦ୍ଵନ୍ଦରେ ପଡି ଯାଇଥିବେ ବୋଲି ସେମାନେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।