ଜାଣନ୍ତୁ, କଣ କ୍ରିକେଟ ରେ କେବେ ସମସ୍ତ ୧୧ ଜଣ ଖେଳାଳିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିପାରିବ?

ଯେଉଁ ଲୋକ କ୍ରିକେଟକୁ ବହୁତ ଫଲୋ କରନ୍ତି, ସେମାନେ ଜାଣିଥିବେ କି ଗୋଟେ ଟିମ ର ବା ବିପକ୍ଷ ଟିମ ର ଦୁଇଟି ଖେଳାଳିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିବା ଏକ ସାଧାରଣ କଥା । କିନ୍ତୁ କଣ ଆପଣ ଜାଣିଛନ୍ତି ଦୁନିଆରେ ଏମିତି ମଧ୍ୟ ଖେଳ ହୋଇଛି ଯେଉଁ ମ୍ୟାଚ ରେ ପୁରା ଟିମକୁ ମ୍ୟାନ ଅଫ ଦି ମ୍ୟାଚ ର ପୁରସ୍କାର ଦିଆ ଯାଇଛି? କ୍ରିକେଟ ଇତିହାସ ରେ ଏହା ୨ ଥର ହୋଇଛି ଯେଉଁଥିରେ ରେଫରି ମ୍ୟାନ ଅଫ ଦି ମ୍ୟାଚ ଜଣେ କି ଦୁଇ ଜଣଙ୍କୁ ନୁହେଁ ବରଂ ସମସ୍ତ ୧୧ ଜଣ ଖେଳାଳିଙ୍କୁ ଏହି ପୁରଷ୍କାର ଦେଇ ଛନ୍ତି ।

୧୯୯୬ ରେ ନ୍ୟୁଜିଲାଣ୍ଡ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଖେଳ ହୋଇଥିବା ଏହି ମ୍ୟାଚ ରେ ନ୍ୟୁଜିଲାଣ୍ଡ ବହୁତ ଖରାପ ପଦର୍ଶନ ରୁ ଆରମ୍ଭ କରି ଶୀଘ୍ର ଶୀଘ୍ର ୩ଟି ୱିକେଟ ହରେଇ ଥିଲେ ଏବଂ ବ୍ଯାଟିଂ ରେ ବହୁତ କଷ୍ଟରେ ୧୫୮ ରନ କରି ଥିଲେ । ସମସ୍ତେ ଭାବି ଥିଲେ କି ୱେଷ୍ଟ ଇଣ୍ଡିଜ ଏହି ମ୍ୟାଚ ବହୁତ ସହଜରେ ଜିତି ଯିବେ ବୋଲି, କିନ୍ତୁ ନ୍ୟୁଜିଲାଣ୍ଡ ର ଖେଳାଳିଙ୍କ ଭଲ ବୋଲିଂ ଓ ଫିଲ୍ଦିଙ୍ଗ କରି ସେହି ମ୍ୟାଚ ୪ରନ ରେ ଜିତି ଥିଲେ ।

କିନ୍ତୁ ସବୁଠାରୁ ରୋମାଞ୍ଚ ସୃଷ୍ଟିକାରୀ କଥା ତ ମ୍ୟାଚ ସାରିବା ପରେ ହୋଇ ଥିଲା, ଯେତେବେଳେ ରେଫରି ବାସିଲ ବୁଚର ନ୍ୟୁଜିଲାଣ୍ଡ ର ଏହି ସୁନ୍ଦର ଟିମ ପଦର୍ଶନ କୁ ପ୍ରଶଂସା କରି ସଂପୂର୍ଣ୍ଣ ଟିମ ଙ୍କୁ ମ୍ୟାନ ଅଫ ଦି ମ୍ୟାଚର ପୁରଷ୍କାର ଦେଇ ଥିଲେ ।

ସେହିଭଳି ୧୯୯୯ କୁ ଗୋଟେ ଟେଷ୍ଟ ମ୍ୟାଚ ସମୟରେ ଏହି ଘଟଣା ଦୋହରା ଯାଇ ଥିଲା । ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ହୋଇଥିବା ଏହି ଟେଷ୍ଟ ମ୍ୟାଚ ରେ ରେଫରି ଦ. ଆଫ୍ରିକାର ସମସ୍ତ ୧୧ ଖେଳାଳିଙ୍କୁ ମ୍ୟାନ ଅଫ ଦି ମ୍ୟାଚର ପୁରଷ୍କାର ଦେଇ ଥିଲେ । ଏହି ମ୍ୟାଚର ବିଶ୍ଳେଷଣ କରିଲେ ଜଣା ପଡେ କି ଆଫ୍ରିକାର ୧୧ରୁ ୬ଜଣ ଖେଳାଳି ଏମିତି ଥିଲେ ଯେଉଁ ମାନେ ନିଜର ବଢିଆ ପଦର୍ଶନ ପାଇଁ ସେହି ପୁରସ୍କାର ର ଅଧିକାରୀ ଥିଲେ । ଏବଂ ଅନ୍ୟ ୪ଜଣ ଖେଳାଳି ମଧ୍ୟ ଟିମ ପାଇଁ ଭଲ ଖେଳି ଥିଲେ ।

ଏହା ଉପରେ ଆପଣଙ୍କର କଣ ମତାମତ କାମେଣ୍ଟ ବକ୍ସ ରେ ଲେଖନ୍ତୁ ଓ ଆର୍ଟିକିଲଟିକୁ ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ।