କ୍ରିକେଟ ଜଗତର 5 ବଦନାମ ଖେଳାଳି, ସାମାନ୍ଯ ଟଙ୍କା ପାଇଁ ବୁକି ଙ୍କ ହାତରେ ଟେକି ଦେଇଥିଲେ ନିଜ ଦେଶର ସମ୍ମାନ, ଲିଷ୍ଟରେ ଅଛନ୍ତି 2 ପ୍ରସିଦ୍ଧ ଭାରତୀୟ କ୍ରିକେଟର !

କ୍ରିକେଟ ଏମିତି ଏକ ଖେଳ ଯାହା କେଉଁ ଅଜଣା ଗଳିର ମଣିଷକୁ କୋଟି କୋଟି ଜନତାଙ୍କ ହିରୋ ବନେଇ ଦିଏ । ପ୍ରସିଦ୍ଧି ଓ ପରିଚୟ ସହ ଅମାପ ସମ୍ପତ୍ତି ଓ ଭିଭିଆଇପି ସୁବିଧା ମିଳେ କ୍ରିକେଟରଙ୍କୁ । ହେଲେ ଏତେ ସବୁ ପାଇବା ପରେ ମଧ୍ୟ ଦଲାଲ ମାନଙ୍କ ସହ ହାତ ମିଳେଇବାକୁ ବି ପଛାନ୍ତି ନାହିଁ କିଛି କ୍ରିକେଟର । ଆଜି ଆମେ ଜାଣିବା କ୍ରିକେଟ ଜଗତର ଏଭଳି କିଛି ବଦନାମ ଖେଳାଳିଙ୍କ ବିଷୟରେ, ଯେଉଁମାନଙ୍କ ଉପରେ ଲାଗି ସାରିଛି ଦେଶଦ୍ରୋହର ଦାଗ ।

ଭାରତୀୟ କ୍ରିକେଟ ଦଳର ଫାଷ୍ଟ ବୋଲର ଏସ. ଶ୍ରୀସାନ୍ଥଙ୍କ ନାଁରେ ମ୍ଯାଚ ଫିକ୍ସିଙ୍ଗ ଭଳି ସଙ୍ଗୀନ ଅଭିଯୋଗ ଆସିସାରିଛି । ଆଇପିଏଲ ର ଏକ ମ୍ଯାଚରେ ନୋ-ବଲ୍ ପକାଇବା ପାଇଁ ଟଙ୍କା ନେଇଥିଲେ ଶ୍ରୀସାନ୍ଥ । ଆଉ ନୋ-ବଲ୍ ପକାଇବା ପୂର୍ବରୁ ଅଣ୍ଟାରେ ଖୋରିଥିବା ଟାୱେଲ ହଲାଇବାର ସର୍ତ୍ତ ରହିଥିଲା । ଏହା ଜଣାପଡିବା ପରେ ପୁରା ତନାଘନା କରିଥିଲା ବିସିସିଆଇ । ଏଥିରେ ଶ୍ରୀସାନ୍ଥ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା । ଯେଉଁଥି ପାଇଁ ତାଙ୍କୁ ଦଳରୁ ବାସନ୍ଦ କରାଯାଇଥିଲା ।

ଏକଦା ଦକ୍ଷିଣ ଆଫ୍ରିକା ଦଳର କ୍ଯାପଟେନ ତଥା ଅଲରାଉଣ୍ଡର ହେନ୍ସି କ୍ରୋଞ୍ଜି ମଧ୍ୟ ଭାରତର କିଛି ବୁକି ଙ୍କ ସହ ମିଶି ମ୍ଯାଚ ହାରିବାକୁ ଟଙ୍କା ନେଇଥିଲେ । ଏହି ମାମଲାରେ ହସଲ ଗିଭ୍ସ ଓ ନିକ ବୋଇଙ୍କ ନାଁ ଆସିଥିଲା, କିନ୍ତୁ ପରେ ସେମାନେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ । କ୍ରୋଞ୍ଜିଙ୍କୁ କିନ୍ତୁ ଦୋଷୀ ସାବ୍ୟସ୍ତ କରି ସାଉଥ ଆଫ୍ରିକା କ୍ରିକେଟରୁ ସବୁଦିନ ପାଇଁ ତଡି ଦିଆ ଯାଇଥିଲା । ତେବେ କ୍ରୋଞ୍ଜି ପରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

ଏହି ତାଲିକାରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ଯାପଟେନ ମହମ୍ମଦ ଆଝାରୁଦ୍ଦିନଙ୍କ ନାମ ମଧ୍ୟ ରହିଛି । 2001ରେ ସାଉଥ ଆଫ୍ରିକା ଭାରତଗସ୍ତରେ ଆସିଥିବା ବେଳେ ଆଝାରୁଦ୍ଦିନଙ୍କ ନାଁରେ ଏହି ମ୍ଯାଚ ଫିକ୍ସିଙ୍ଗ ର ଅଭିଯୋଗ ଆସିଥିଲା । କିଛି ଟଙ୍କା ନେଇ ମ୍ଯାଚ ହାରିବାକୁ ରାଜି ହୋଇ ଯାଇଥିଲେ ଆଝାରୁଦ୍ଦିନ । ତାଙ୍କ ସହ ଅଜୟ ଜାଡେଜାଙ୍କୁ ମଧ୍ୟ ବିସିସିଆଇ ଦୋଷୀ ସାବ୍ୟସ୍ତ କରିଥିଲା । ଉଭଯଙ୍କୁ ସବୁଦିନ ପାଇଁ ଦଳରୁ ବହିଷ୍କାର କରାଯାଇଥିଲା ।

ବିଶ୍ଵର ବେଷ୍ଟ ବୋଲରଙ୍କ ମଧ୍ୟରେ ଗଣା ହେଉଥିବା ମହମ୍ମଦ ଆସିଫ ମଧ୍ୟ ଏହି ଲିଷ୍ଟରେ ଅଛନ୍ତି । ପାକିସ୍ତାନ ଇଂଲଣ୍ଡ ବିପକ୍ଷ ମ୍ଯାଚରେ କିଛି ଟଙ୍କା ପାଇଁ ବୁକି ଙ୍କ ସହ ହାତ ମିଳାଇଥିଲେ ଆସିଫ । ଯାହାର ଭିଡିଓ ଖୁବ ଭାଇରାଲ ହୋଇଥିଲା । ଏହି ସମୟରେ ଆସିଫ ତାଙ୍କର ସବୁଠୁ ବେଷ୍ଟ ଫର୍ମରେ ଥିଲେ । ଏହି ଖବର ଆସିବା ପରେ ପାକିସ୍ତାନୀ କ୍ରିକେଟ ବୋର୍ଡ ଆସିଫଙ୍କୁ ସବୁଦିନ ପାଇଁ ଦଳରୁ ବିଦା କରି ଦେଇଥିଲା ।

ପାକିସ୍ତାନୀ କ୍ରିକେଟର ମହମ୍ମଦ ଆମିର ମଧ୍ୟ ଏହି ଲିଷ୍ଟରେ ଅଛନ୍ତି । ଇଂଲଣ୍ଡ ବିପକ୍ଷରେ ଏକ ନୋ-ବଲ୍ ଫିଙ୍ଗିବା ପାଇଁ ସେ ବୁକିଙ୍କ ଠାରୁ ଟଙ୍କା ନେଇଥିଲେ । ସେ ଏତେ ଲମ୍ବା ନୋ-ବଲ୍ ଫିଙ୍ଗିଥିଲେ ଯେ ସମସ୍ତେ ଚକିତ ହୋଇ ଯାଇଥିଲେ । ଏହାର ପ୍ରମାଣ ମିଳିବା ପରେ ଆମିରଙ୍କୁ ଦଳରୁ ବାହାର କରିଥିଲା ପାକିସ୍ତାନୀ କ୍ରିକେଟ ବୋର୍ଡ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।