କୋର୍ଟ ମ୍ୟାରେଜ କରିବାକୁ ଯିବା କହି ଯୁବତୀଙ୍କୁ ବସଷ୍ଟାଣ୍ଡରେ ଛାଡି ଫେରାର ହୋଇଗଲା ପ୍ରେମିକ, ଶୁଣନ୍ତୁ ଯୁବତୀଙ୍କ ମୁହଁରୁ ପୁରା କାହାଣୀ, ଦେଖନ୍ତୁ video

ବିବାହ କରିବେ କହି କିଛିଦିନ ଏକାଠି ଅଲଗା ଯାଇ ରହିବା ପରେ ପ୍ରେମିକାଙ୍କୁ ବସଷ୍ଟାଣ୍ଡରେ ଛାଡି ଫେରାର ହେଇଗଲା ପ୍ରେମିକ । ଯାହାପରେ ଯୁବତୀଜଣକ ଏବେ ଯାଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଓ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳର ଜଣେ ଯୁବତୀଙ୍କ ସହ । ଯୁବତୀଜଣକ ବରଗଡ ଜିଲ୍ଲାର ଭେଡେନ ଆଇଟିଆଇ ରେ ପାଠ ପଢୁଥିବା ବେଳେ ଜିତୁ ଦେହେରି ନାମକ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଉଭୟ ପରସ୍ପରକୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦିଆ ନିଆ ହୋଇଥିଲେ । ହେଲେ ଏହାରି ମଧ୍ୟରେ ଯୁବତୀଙ୍କ ଘରଲୋକେ ତାଙ୍କ ବିବାହ ଅନ୍ୟତ୍ର ଠିକ କରି ଦେଇଥିଲେ । ବିବାହ ପାଇଁ ସବୁ ଆୟୋଜନ ସରିଥିବା ବେଳେ ଅତିଥିଙ୍କୁ ନିମନ୍ତ୍ରଣ ମଧ୍ୟ ସରିଥିଲା । ହେଲେ ବିବାହକୁ ମାତ୍ର ୪ ଦିନ ଥିବାବେଳେ ଯୁବକ ଜିତୁଙ୍କ ସହ ଫେରାର ହୋଇ ଯାଇଥିଲେ ଯୁବତୀ । ଏହାପରେ ପ୍ରଥମେ ସେମାନେ ଯାଇ ତାମିଲନାଡୁରେ କିଛି ମାସ ରହିଥିଲେ ଓ ପରେ ଭୁବନେଶ୍ଵରରେ ମଧ୍ୟ ଯାଇ ରହିଥିଲେ ।

ଏହାରି ମଧ୍ୟରେ ଜିତୁ ତାଙ୍କ ପ୍ରେମିକାଙ୍କୁ ନିର୍ଯ୍ୟାତନା ଦେବା ମଧ୍ୟ ଆରମ୍ଭ କରି ଦେଇଥିଲେ ଓ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଯୁବତୀଙ୍କ ସହ ମ୍ୟାରେଜ ରେଜିଷ୍ଟ୍ରି କରି ନଥିଲେ । କେବଳ ସେମାନେ ମନ୍ଦିରରେ ବିବାହ କରିଥିଲେ । ଯୁବତୀ ଯେତେବେଳେ ଏକଥା କହୁଥିଲେ ଏହାକୁ ଏଡାଇ ଦେଉଥିଲେ ଜିତୁ ।

ଆଉ ପରେ ତାଙ୍କ ଘରଲୋକନଙ୍କ କଥାରେ ପଡି ଯୁବତୀଙ୍କୁ ତାଙ୍କ ବାପଘରୁ ଟଙ୍କା ଆଣିବା ସହ ରହିବା ପାଇଁ ଜାଗା ଦେବାକୁ ମଧ୍ୟ କହୁଥିଲେ । ଆଉ ଏବେ ଯୁବତୀଙ୍କୁ ନେଇ ଆସିଥିଲେ କୋର୍ଟ ମ୍ୟାରେଜ କରିବା ପାଇଁ । ସେମାନେ ବସରେ ଆସିବା ପରେ ବିନିକାରେ ବସ ବଦଳାଇବା କଥା କହିଥିଲେ । ଆଉ ଯୁବତୀଙ୍କୁ ବସରୁ ଓହ୍ଲାଇବାକୁ କହିଥିଲେ ।

କିନ୍ତୁ ପରିସ୍ରା କରି ଆସୁଛି କିଛି ଯୁବତୀଙ୍କୁ କିଛି ନଜଣାଇ ଯୁବକ ଜିତୁ ଦେହେରି କୁଆଡେ ଫେରାର ହୋଇ ଯାଇଛନ୍ତି । ତାଙ୍କୁ ଅନେକ ସମୟ ଅପେକ୍ଷା କରିଥିଲେ ଯୁବତୀ ଓ ତାଙ୍କ ଫୋନ ମଧ୍ୟ ଲାଗି ନଥିଲା । ଶେଷରେ ନିଜ ବାପାଙ୍କୁ ସବୁ ଜଣାଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଯୁବତୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।