କରୋନା ଭାଇରସର ଉତ୍ପତି କୁ ନେଇ ପୁଣି ଚୀନ ଉପରେ ଆଙ୍ଗୁଳି ଉଠାଇଲେ ବୈଜ୍ଞାନିକ, ଯାହା ତଥ୍ୟ ପ୍ରମାଣ ଦେଲେ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ ଏହି Report

କରୋନା ଭାଇରସ ପ୍ରାକୃତିକ ନୁହେଁ । ଏହା ଉହାନ ଲ୍ୟାବରୁ ଆସି ପ୍ରଳୟ ସୃଷ୍ଟି କରିଛି । ଲ୍ୟାବ ଲିକ୍ ଥିଓରି ସବୁଠୁ ବିଶ୍ୱାସଯୋଗ୍ୟ ଅଟେ । ଏଭଳି ଦାବି କରିଛନ୍ତି ହାୱାର୍ଡ ବୈଜ୍ଞାନିକ ଡକ୍ଟର ଆଲିନା ଚାନ୍ । ଏନେଇ ବ୍ରିଟେନର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସିଲେକ୍ସନ କମିଟିକୁ ସେ ଏକ ରିପୋର୍ଟ ଦେଇଛନ୍ତି । ରିପୋର୍ଟରେ କୁହାଯାଇଛି ଉହାନ ଲ୍ୟାବରେ ଚିନୀୟ ପଦ୍ଧତିରେ ତିଆରି ହୋଇଛି କରୋନା ଭାଇରସ । ଏହାର ଫ୍ୟୁରିନ କ୍ଲିଭେଜ ସାଇଟ ନାମକ ଏକ ସ୍ଵତନ୍ତ୍ର ଫିଚର ପାଇଁ ମହାମାରୀର ସୃଷ୍ଟି ହୋଇଛି ।

ଫ୍ୟୁରିନ କ୍ଲିଭେଜ ସାଇଟ ନଥିଲେ ମହାମାରୀ ସୃଷ୍ଟି କରିପାରି ନଥାନ୍ତା କରୋନା ଭାଇରସ । ଏହି ଗବେଷଣା ଉହାନ ଲ୍ୟାବରେ ହୋଇଥିଲା । ଇକୋ ହେଲଥ ଓ ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲିଜିରେ ଫ୍ୟୁରିନ କ୍ଲିଭେଜ ସାଇଟ ବିକଶିତ କରା ଯାଉଥିଲା ବୋଲି ଆଲିନା ଚାନ୍ କହିଛନ୍ତି । ଚାନ୍ କହିଛନ୍ତି କି ଚୀନ ପ୍ରଥମେ ମହାମାରୀକୁ ଘୋଡାଇବାକୁ ଉଦ୍ୟମ କରିଥିଲା । ଏପରିକି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ତଦନ୍ତକୁ ମଧ୍ୟ ବାଟବଣା କରିଥିଲା ।

କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଉପରେ ଆଲିନା ଚାନ୍ ଙ୍କ ସହ ମିଶି ପୁସ୍ତକ ଲେଖିଥିବା ଟୋରିପିଅର ଲର୍ଡ ରିଡଲେ କହିଛନ୍ତି, ଦୁଇ ବର୍ଷର ଗବେଷଣା ପରେ ବି ଭାଇରସର ଉତ୍ପତ୍ତି ସ୍ଥଳ ଖୋଜି ପାଉନାହାନ୍ତି ବୈଜ୍ଞାନିକ । ଏହି ଘଟଣା ଦାବି କରୁଛି ଯେ, ଭାଇରସ ଉହାନ ଲ୍ୟାବରୁ ହିଁ ଲିକ୍ ହୋଇଛି । ଚାନ୍ କହିଛନ୍ତି ମହାମାରୀର ଉତ୍ପତ୍ତି ସ୍ଥଳ ବିଷୟରେ ଜାଣିଥିବା ଲୋକଙ୍କ ପାଇଁ ଏବେ ସାମନାକୁ ଆସିବା ବିପଦ । କିନ୍ତୁ କେବେ ନା କେବେ ଘଟଣା ସାମନାକୁ ଆସିବ ।

କରୋନା ଭାଇରସ ବ୍ୟାପିବା ପରଠାରୁ ଉହାନ ଲ୍ୟାବ ବୈଜ୍ଞାନିକଙ୍କ ସନ୍ଦେହ ଦୃଷ୍ଟିରେ ରହିଛି । ଏହି ଲ୍ୟାବ ଲିକ୍ ଥିଓରି ଥରକୁ ଥର ଚର୍ଚ୍ଚାରେ ଆସି ପୁଣି ଥରେ ଥମିଯାଉଛି । ଉହାନ ଲ୍ୟାବରୁ କରୋନା ଭାଇରସ ଲିକ୍ ହୋଇଥିବା ଅଭିଯୋଗକୁ ଚୀନ ସବୁବେଳେ ଅସ୍ଵୀକାର କରିଆସିଛି । କିଛି ଦିନ ପୂର୍ବରୁ ଆମେରିକା ଓ ଚୀନ ଏନେଇ ମୁହାଁମୁହିଁ ହୋଇଥିଲେ ।

ଆଉ ଏବେ ବୈଜ୍ଞାନିକ ଆଲିନା ଚାନ୍ ଙ୍କ ଏହି ଦାବି ପରେ ଚୀନ ଉପରକୁ ପୁଣି ଥରେ ଆଙ୍ଗୁଳି ଉଠିବ । ବୈଜ୍ଞାନିକ ଆଲିନା ଚାନ୍ ଙ୍କ ଏହି ଦାବି ଉପରେ ଆପଣଙ୍କ ମତ କ’ଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।