Coromandel ଟ୍ରେନ ଦୁର୍ଘଟଣା କୁ ଆଜିକୁ 7 ଦିନ ବିତିଗଲା, ହେଲେ ଚିହ୍ନ ରହିଗଲା… ଏବେ ବି ସେହି ଦୁର୍ଘଟଣା କଥା ଭାବିଲେ ଛାତି ଥଋ ଉଠୁଛି

କୁହନ୍ତି ଦିନ ଯାଏଁ ହେଲେ ଚିହ୍ନ ରହିଯାଏ । ଏ ତ ଖାଲି ଚିହ୍ନ ନୁହେଁ ବରଂ କ୍ଷତ ଚିହ୍ନ । ହଁ ଦର୍ଶକ ବନ୍ଧୁ ଏ ଏମିତି ଗୋଟେ କ୍ଷତ ଚିହ୍ନ ଯିଏ ରକ୍ତର କାହାଣୀ ଲେଖିଲା । ଯିଏ ଜୀବନ ନେଲା । ଜୀବନରେ ଯନ୍ତ୍ରଣା ଭାରି ଦେଇ ଚାଲିଗଲା । ଏ ଭିତରେ ଗତ 7 ଦିନ ବୀତି ଗଲାଣି ହେଲେ ସେ ଅଭାଗା ମା ବାପା ଆଖି ରୁ ଲୁହ ସୁଖୀ ନାହି । ସେ ସ୍ତ୍ରୀ ମନ ଜମା ବି ବୁଝୁ ନାହିଁ ଆଉ କୁନି ପିଲା ଟି ଫୋଟୋ ଧରି ତା ବାପାକୁ ଖୋଜୁଛି ।

ମା ତାର ପୁଅ ର ଫେରିବା ବାଟକୁ ଅନାଇ ବସିଛି । ଆଉ ସ୍ତ୍ରୀ ତା ସ୍ଵାମୀ ଅପେକ୍ଷା ରେ ସେଇଟି ଚାହିଁ ବସିଛି । ସେଦିନର ଅଶୁଭ ଶୁକ୍ରବାର ଆଉ ଆଜି ଭିତରେ ଅନେକ କିଛି ବଦଳି ଯାଇଛି । ଅସଜଡା ଟ୍ରାକ ସଜାଡି ହୋଇଛି । ଧାରଣା ଉପରେ କରମଣ୍ଡଳ ପୁଣି ଥରେ ଚାଲିବାକୁ ଲାଗିଛି । ହେଲେ ସେଦିନ ଅନେକ ସ୍ଵପ୍ନ ଆଉ ସମ୍ଭାବନା ନେଇ ଘରୁ ବାହାରି ଆସିଥିବା ଲୋକ ସବୁ ଆଉ ଫେରି ନାହାନ୍ତି ।

ଟ୍ରାକ ରେ ପଡିଥିବା ବହି ବସ୍ତାନି ସ୍କୁଲ ଯାଇନି କି ସେ ଲଭ ଲେଟର ଏବେ ବି ତା ଠିକଣାରେ ପହଞ୍ଚି ପାରି ନାହିଁ । ଏବେ ବି ସେ ସବୁରେ ରକ୍ତ ର ଛିଟା ଆଉ ଲହୁ ର କାହାଣୀ ରହିଛି । ମେଡିକାଲ ବାହାରେ ଏବେ ବି ଘର ଲୋକଙ୍କର ଭିଡ ରହିଛି । କିଏ ପୁଅକୁ ଖୋଜୁଛି ତ ଆଉ କିଏ ସ୍ଵାମୀ କୁ ଖୋଜୁଛି । ମେଡିକାଲ ନୁହେଁ ତ ବୋଧ ହୁଏ ଶବ ର ଗୋଦାମ ଘର ।

ବଞ୍ଚିଥିବା ବେଳେ ଯାହାକୁ ଦେଖିବାକୁ ସୁଯୋଗ ମିଳିଲା ନାହିଁ ତାଙ୍କୁ ଶବ ର ଗନ୍ତା ଘରେ ଖୋଜିପାଉ ନାହାନ୍ତି । ଅଭାଗା ବାପା-ମା, ଅଭାଗା ସ୍ତ୍ରୀ ଆଉ ପରିବାର ଲୋକେ ଏବେ ବି କାଳ ରାତିର ସେ କଥାକୁ ମନେ ପକାଇ କାନ୍ଦୁ ଛନ୍ତି ପରିବାର ଲୋକେ ଓ ଆତ୍ମୀୟ ସଦଜନ ମାନେ । ସେଦିନ ସେ କାଳ ରାତି କଥା ମନେ ପଡିବା ବେଳକୁ ଏବେ ବି ଦେହ ଶୀତେଇ ଯାଉଛି ।

ଆଖି ପିଛୁଳାକେ ସେ ଅଘଟଣ କେତେ ଯେ ଇସବାସ କୁ ଚକ ତଳେ ଚାପି ଦେଇ ଚାଲିଗଲା ବା କେତେ ଯେ ଯାତରା ସେଦିନ ଶେଷ ଯାତ୍ରା ପାଲଟିଗଲା ଆଉ କେତେ ଯେ ସ୍ଵପ୍ନ ଶୁକ୍ରବାରର ସେହି ଟ୍ରେନରେ ସମାଧି ନେଇଗଲା ତାର କଳନା ନାହିଁ । ସ୍ଥାନୀୟ ଲୋକ ଓ ଉଧାରକାରୀ ଟିମ ର ଆପ୍ରାଣ ଉଦ୍ୟମ ପାଇଁ ଅନେକ ଜୀବନ ବଞ୍ଚି ଯାଇଛି ଆଉ ନେକ ପରିବାର ଉଜୁଡିବା ଆଗରୁ ଅଳ୍ପକେ ବର୍ତ୍ତୀ ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।