ଚ୍ୟାଲେଞ୍ଜ ଦେଉଛି Prakruti ଆଉ Jasmine କୁ ତଳିତଳାନ୍ତ କରିଦେବି ! କାହିଁକି ଏମିତି ମନ୍ତବ୍ୟ ଦେଲେ Tutu Nayak

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ନେଇ ବିବାଦ ଦେଖା ଯାଇଥିଲା । ଦୁହିଙ୍କ ମଧ୍ୟରେ ସମ୍ପର୍କ ଥିବାର ନିଜେ ଖୁଲାସା କରିଥିଲେ ବାବୁସାନ ଙ୍କ ସ୍ତ୍ରୀ ତୃପି ଶତପଥି । ଏହା ପରେ ବିବାଦ ଏତେ ବଢି ଯାଇଥିଲା ଯେ ଦୁହେଁ ଚେନ୍ନାଇ ମଧ୍ୟ ପଳାଇଥିଲେ । ଏହାପରେ ନ୍ୟୁଜରେ ଦେଖା ଯାଇଥିଲା କି ବାବୁସାନ ଓ ପ୍ରକୃତି ମିଶ୍ର ଦୁହେଁ ଗୋଟେ ହୋଟେଲରେ ଗୋଟେ ରୁମରେ ଥିଲେ ।

ଆଉ କିଛି ନ୍ୟୁଜରେ ଦେଖାଯାଇଥିଲା କି ପ୍ରକୃତି ଙ୍କ ମା ଅପରାଜିତା, ତୃପ୍ତି ଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଛନ୍ତି । ଏହି ଖବର ଦେଖିବା ପରେ ଓଡିଆ ଇଣ୍ଡଷ୍ଟ୍ରି ର ନିର୍ଦ୍ଦେଶକ ଟୁଟୁ ନାୟକ ନିଜର ମନ୍ତବ୍ୟ ଦେଇଥିଲେ ଗଣମାଧ୍ୟମରେ । ଟୁଟୁ ଭାଇ କହିଥିଲେ ପ୍ରକୃତି ଙ୍କୁ ସମ୍ଭାଳିବାକୁ । ସେ କାହିଁକି ବାବୁସାନ ଙ୍କ ଘରକୁ ଭାଙ୍ଗୁଛନ୍ତି । ଯେତୁ ବାବୁସାନ ଙ୍କର ସ୍ତ୍ରୀ ଓ ପୁଅ ଅଛି ।

ଏହି କଥାର ରାଗ ରଖି ଏବେ ଅଭିନେତ୍ରୀ ପ୍ରକୃତି ମିଶ୍ର ଟୁଟୁ ନାୟକ ଙ୍କ ନାଁ ରେ ବିନା ପ୍ରମାଣରେ ଅନେକ ଖରାପ କଥା କହିଛନ୍ତି । ଯାହାର ମୁହଁ ତୋଡ ଜବାବ ଦେଇଛନ୍ତି ଗଣାମଧ୍ୟମରେ ଟୁଟୁ ନାୟକ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।ଟୁଟୁ ଭାଇ କହିଛନ୍ତି ଯେ “ଯେଉଁ ହିରୋଇନ ମୋ ନାଁ ରେ ବିନା ପ୍ରମାଣରେ ଖରାପ କଥା କହିଛି ମୁଁ ତା ନାଁ ରେ ଲିଗାଲ ଆକ୍ସନ ନେବି । ଏଟା ମୋର ଚ୍ୟାଲେଞ୍ଜ । ମୁଁ ଯାହା କହେ ଆମନା ସାମନା କହେ । ମୁଁ କାହାକୁ ଡରେନି ।

ମୋର 40 ବର୍ଷର କ୍ଯାରିୟର ଭିତରେ ଏମିତି ପ୍ରଥମ ଥର ହୋଇଛି । ପ୍ରକୃତି ମିଶ୍ର ମୂର୍ଖ କାହିଁକି ସେ ଜାଣିପାରୁ ନାହିଁ ବ୍ରଜରାଜ, ବସନ୍ତ ନାୟକ କିଏ ? ଓଡିଆ ଝିଅ ତୁ ମୋ ନାଁ ରେ କହିବୁ ? କିଛି ପ୍ରମାଣ ଅଛି ମୁଁ ତା ନାଁ ରେ କହିଥିଲି । ମୁଁ ଯାହା ମିଡିଆ ଆଗରେ କହିଥିଲି କଣ ତାହା ଭୁଲ ଥିଲା କି କାହା ଘର ଭାଙ୍ଗନି ।  ଏହି କଥାକୁ ସମସ୍ତେ ଓଡିଶାବାସୀ ସମର୍ଥନ କରିଥିଲେ ।

ଏବେ ସେହି ଭିଡିଓ ଦେଖି ମୋତେ ପ୍ରକୃତି ବ୍ଲେମ କରୁଛି । ଯେଉଁ ଚ୍ୟାଲେଞ୍ଜ ଭାବେ ଦେଖାଇଛନ୍ତି ତାଙ୍କ ନାଁ ରେ ମୁଁ ଲିଗାଲ ଆକ୍ସନ ନେବି । ଏମିତି 2-3 ବର୍ଷ ତଳେ ସମାନ ଘଟଣା ଘଟିଥିଲା । ଆଉ ମୁଁ ଲିଗାଲ ଆକ୍ସନ ନେଇଥିଲି । ମାନହାନି ମୋକଦ୍ଦମା କରିଥିଲି । ବର୍ତ୍ତମାନ ଯେଉଁ ଚ୍ୟାନେଲ ବାଲା ଏ ସବୁ ମୋ ନାଁ ରେ ଦେଖାଇଛି ଏବେ ସେ ଭୋଗିବ ।

ବିନା ପ୍ରମାଣରେ ଏମିତି କେମିତି ଦେଖାଇ ଦେଲେ । ଚ୍ୟାଲେଞ୍ଜ ବାଲା କଣ ଜାଣି ନାହାନ୍ତି ପ୍ରକୃତି ମିଶ୍ର କଣ ଟୁଟୁ ନାୟକ କଣ ? ମୋତେ ଖୁସି ଲାଗିଲା ଓଡିଶାବାସୀ କମେଣ୍ଟ ଦେଇଛନ୍ତି ପ୍ରକୃତି ମିଶ୍ର କଣ” ? ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଟୁଟୁ ନାୟକ ଦେଇଥିବା ରାୟ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।