ସାଂସଦ Anubhav Mohanty ଙ୍କୁ ମିଳିଥିବା ଡକ୍ଟରେଟ ଉପାଧି ଉପରେ ଉଠିଲା ପ୍ରଶ୍ନବାଚୀ ! ଏହାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ, ଆଉ କହିଲେ କିଛି ଏମିତି କଥା ଯାହା ଶୁଣିଲେ ଆପଣ ମଧ୍ୟ ବିଶ୍ବାସ କରିପାରିବେ ନାହିଁ

କେନ୍ଦ୍ରପଡା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ଆମେରିକାର ଏକ ବିଶ୍ଵ ବିଦ୍ୟାଳୟରୁ ଡକ୍ଟରେଟ ଉପାଧି ମିଳିଥିବା ନେଇ ସୋସିଆଲ ମିଡିଆରେ ଖବର ପ୍ରସାରିତ ହେଉଛି । ତେବେ ଏହା ଉପରେ ଏବେ ରାଜ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି । ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିବା ମୁତାବକ, ଅନୁଭବ ଯୁକ୍ତ ଦୁଇ ପାସ୍ କରି ନଥିବା ନେଇ କଂଗ୍ରେସ ପୂର୍ବରୁ ଅଭିଯୋଗ କରି ଆସିଛି । କିନ୍ତୁ ଅନୁଭବ ନିଜେ କିମ୍ବା ତାଙ୍କ ଦଳ ମଧ୍ୟ ଏହି ବାବଦରେ କୌଣସି ଉତ୍ତର ଦେଇନାହିଁ ।

ଏଥିସହ ପୂର୍ବରୁ ସାଂସଦ ଅନୁଭବ ଯେଉଁ ଅନୁଷ୍ଠାନରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ତାହା ମଧ୍ୟ କଳା ତାଲିକାଭୁକ୍ତ ୟୁନିଭର୍ସିଟି ଥିଲା । ଏଥିପାଇଁ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ସାଂସଦଙ୍କୁ ଡକ୍ଟରେଟ ଉପାଧି ଖବର ନିଶ୍ଚିତ ଭାବେ ଚଞ୍ଚକତାର ଆଉ ଏକ ଫର୍ଦ୍ଦ ହୋଇଥାଇ ପାରେ ନିଶିକାନ୍ତ ମିଶ୍ର କହିଛନ୍ତି । ଏପରି ସ୍ଥଳେ ସାଂସଦ ଅନୁଭବ ମହାନ୍ତି ନିଜେ ସାମନାକୁ ଆସି ଏହା ଉପରୁ ପରଦା ହଟାଇବା ଉଚିତ । ସେହପରି କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ଅଣାଯାଇଛି ।

ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି, ପୂର୍ବରୁ ମଧ୍ୟ ସାଂସଦଙ୍କ ଶିକ୍ଷାଗତ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିଛି । ତେଣୁ ସାଂସଦ ଅନୁଭବ ମହାନ୍ତି ନିଜେ ସାମନାକୁ ଆସି ଏହା ସ୍ପଷ୍ଟ କରିବା ସହ ସମସ୍ତଙ୍କ ସନ୍ଦେହ ଦୂର କରିବା ଉଚିତ ବୋଲି ସେ କହିଛନ୍ତି । ଅନ୍ୟପଟେ ଏନେଇ ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଉଦ୍ୟମ କରା ଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ ।

ସାଂସଦ ଅନୁଭବ ମହାନ୍ତି କନ୍ଦରପୁର କଲେଜର ଜଣେ ଯୁକ୍ତ ଦୁଇ ଛାତ୍ର । ଏବେ ସୁଦ୍ଧା ସେ ୟୁନିଭର୍ସିଟିରୁ ନିଜ ମାଇଗ୍ରେସନ ସାର୍ଟିଫିକେଟ ସୁଦ୍ଧା ନେଇ ନାହାନ୍ତି । ଏଥିରୁ ପ୍ରଶ୍ନ ଉଠେ ଯେ ସେ ଗ୍ରାଜୁଏଟ କେମିତି ହେଲେ ? କିନ୍ତୁ ଅନୁଭବ ରାଜ୍ୟସଭା ପ୍ରାର୍ଥୀ ପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରେ ସେ ସୁବେଥ ୟୁନିଭର୍ସିଟି ଆଣ୍ଡ ଟେକ୍ନୋଲୋଜିରୁ ଗ୍ରାଜୁଏଟ ହୋଇଥିବା ଲେଖିଥିଲେ ।

ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ନିର୍ବାଚିତ ହୋଇ ସେ ଦିଲ୍ଲୀ ଦରବାରରେ ଓଡିଶାର ପ୍ରତିନିଧିତ୍ଵ କରୁଛନ୍ତି, ସେଥିପାଇଁ ଏହି ସବୁ କଥା ପ୍ରଶ୍ନ ଉଠାଯାଉଛି ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି । ଏହିସବୁର ସତ୍ୟତା ସମସ୍ତଙ୍କ ସାମନାକୁ ଆସିବା ଅତ୍ୟନ୍ତ ଜରୁରୀ ଅଟେ । ଦେଖାଯାଉ ସାଂସଦ ଅନୁଭବ ମହାନ୍ତି କେବେ ସମାନାକୁ ଆସି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଡକ୍ଟରେଟ ଉପାଧିର ସତ୍ୟତା ପ୍ରକାଶ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।