ବର୍ଷ ବର୍ଷ ହେବ ଝାଡୁ ଲଗାଉଥିବା ଯୁବକକୁ କମିଶ୍ନର ଚିହ୍ନି ଗଲେ, ଆଉ ତାପରେ କହିଦେଲେ ଏମିତି କଥା

ଗ୍ୱାଲିୟର ସହରରେ ଚାଲୁଥିବା ସଫାଇ ଅଭିଯାନରେ ଶନିବାର ଦିନ ଏମିତି ଏକ ଶ୍ରମିକ ମିଳିଲା ଯିଏ ବର୍ଷ ବର୍ଷ ଧରି ନିସ୍ଵାର୍ଥ ଭାବରେ ରାସ୍ତା ଉପରେ ଝାଡୁ ଲଗାଉଥିଲା । ଏହା ପରେ କମିଶ୍ନର ରେନୁ ତିବାରୀ ନିଜର ଗାଡି ଅଟକାଇ ସେହି ଶ୍ରମିକ ପାଖକୁ ଗଲେ ଓ ପୁରା ସୂଚନା ହାସଲ କରିବା ପରେ ସେ ସେହି ଶ୍ରମିକକୁ ନିଜର ‘ମୈଂ ହୂଁ କବାଡ଼ୀ’ ଅଭିଯାନରେ ବ୍ରାଣ୍ଡ ଏଂବେସଡର କରିଲେ । ଏହା ପରେ ଏକ ଶ୍ଳୋଗାନ ଲେଖା ହୋଇଥିବା ଖାସ ଟି – ଶର୍ଟକୁ ନିଜ ହାତରେ ତାକୁ ପିନ୍ଧାଇଲେ ଓ ତାକୁ ଭୋଜନ କରିବା ପାଇଁ ବି କହିଲେ ।

କହିବାକୁ ଗଲେ ଅଳ୍ପ ଝାଡୁ ଲଗାଇ କିମ୍ବା ହାତରେ କୋଦାଳ ଧରି ଫଟୋ ସେଶନ ପାଇଁ ଲୋଭ କରୁଥିବା ସମାଜସେବୀମାନଙ୍କ ପାଇଁ ଶ୍ରମିକ ରାମେଶ୍ୱରଦୟାଲ ଏକ ଉଦାହରଣ ଅଟନ୍ତି । ଅଂବାହ ରୋଡ ଠାରୁ ନେଇ ବଡ଼ୋଖର ପର୍ଯ୍ୟନ୍ତ ଚାଲୁଥିବା ସଫାଇ ଅଭିଯାନ ସମୟରେ ମାତାଙ୍କ ମନ୍ଦିର ପରିସରରେ କମିଶନରଙ୍କୁ କିଛି ଆବର୍ଜନା ନଜର ଆସିଲା ।

ଏହା ପରେ କମିଶ୍ନର ମନ୍ଦିର ପୂଜାରୀଙ୍କ ଉପରେ ରାଗି ଗଲେ ଓ କମିଶ୍ନର ମନ୍ଦିର ପାଖରେ ଥିବା ଗଛରେ ପାଣି କଖାରୁ, ଜହ୍ନି ଇତ୍ୟାଦି ଟଙ୍ଗା ହୋଇଥିବାର ବି ଦେଖିଲେ । ତେବେ କମିଶ୍ନର ଏହା ବିଷୟରେ ଲୋକମାନଙ୍କୁ ପଚାରି ବୁଝିଲେ ତ ଲୋକମାନେ କହିଲେ କି ଖାଦ୍ୟସାର ଅଭାବ ଜନିତ ରୋଗରେ ପୀଡିତ ପିଲାମାନଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ଶ୍ରଦ୍ଧାଳୁ ଏହି ସମସ୍ତ ସାମଗ୍ରୀକୁ ଏହି ସ୍ଥାନରେ ବାନ୍ଧିଥାନ୍ତି ।

ଅନ୍ୟ ପଟେ ସେହି ମନ୍ଦିରର ପରିସରରେ ବି କିଛି ଛତ୍ରୀ ଗୁଡିକ ପାଖରେ ଆବର୍ଜନା ଦେଖି କମିଶ୍ନର ଏହାର କାରଣ ପଚାରିଲେ । ତେବେ ପୂଜାରୀ କହିଲେ କି ସହରର ବ୍ୟାପାରୀମାନେ ନିଜର ପୂର୍ବ ପୁରୁଷଙ୍କ ପାଇଁ ଏହି ସବୁକୁ ତିଆରି କରିଛନ୍ତି । ଏହା ପରେ କମିଶ୍ନର ସ୍ଵୟଂ ସେହି ସ୍ଥାନରେ ଝାଡୁ ଲଗାଇଲେ । କିନ୍ତୁ ଯେତେବେଳେ କମିଶ୍ନର ପରିଷ୍କାର କରି ଫେରୁଥିଲେ ତେବେ ସେ ଅଂବାହ ପାଖରେ ଏକ ବ୍ୟକ୍ତିକୁ ଝାଡୁ ଲାଗାଉଥିବାର ଦେଖିଲେ । ଏହା ପରେ କମିଶ୍ନର ଗାଡି ରଖି ତାହା ବିଷୟରେ ପଚାରିଲେ ।

ତେବେ ଲୋକମାନେ କହିଲେ କି ସେ ଏହିଭଳି ଭାବରେ ବର୍ଷ ବର୍ଷ ହେବ ଏହି ସ୍ଥାନକୁ ସଫା କରି ଆସୁଛି । ତେବେ ତାହାର ଏହି କାମରେ ଖୁସି ହୋଇ କମିଶ୍ନର ତାକୁ ଟି – ଶର୍ଟ, ଟୋପି ଓ ଭୋଜନ ଦେବା ସହିତ ତାହା ସହିତ ଭଲ ଭାବରେ କଥା ବି ହେଲେ । ଏହା ପରେ କମିଶ୍ନର ଗୋଟିଏ ବିଦ୍ୟାର୍ଥୀକୁ ଗୁଟକା ଖାଉଥିବାର ଧରିଲେ । ଏହା ପରେ ସେହି ଛାତ୍ରକୁ ସ୍କୁଲ ଯିବା ପାଇଁ ପ୍ରୋତ୍ସାହିତ କରିଲେ ଓ ଗୁଟଖା ଖାଇବାର ଦୁଷ୍ପରିଣାମ ବିଷୟରେ ବି କହିଲେ ।