ଦେବୀ ଲକ୍ଷ୍ମୀ ସବୁବେଳେ ଏହି ୪ ଜଣ ଲୋକଙ୍କ ଉପରେ ଅପ୍ରସନ୍ନ ରହିଥାନ୍ତି , କେବେ ବି ରୁହନ୍ତି ନାହିଁ ଏମାନଙ୍କ ଘରେ

ଧନର ଦେବୀ ମାତା ଲକ୍ଷ୍ମୀ ଯିଏକି ବିଷ୍ଣୁଙ୍କ ପତ୍ନୀ ଅଟନ୍ତି । ଏହା ସହିତ ସେ ସବୁବେଳେ ଭକ୍ତଙ୍କୁ ଉଚିତ ଫଳପ୍ରଦାନ କରିଥାନ୍ତି । ତାଙ୍କୁ ପୁରାଣ ଓ ଶାସ୍ତ୍ରରେ ଚଞ୍ଚଳ ସ୍ଵଭାବର ବୋଲି କୁହାଯାଏ । କାରଣ ମାତା ଲକ୍ଷ୍ମୀ ଧନ ରୂପରେ କୌଣସି ଗୋଟିଏ ବ୍ୟକ୍ତି ପାଖରେ ରହି ନ ଥାନ୍ତି । ସେ ପାଣିର ପ୍ରବାହ ଭଳି ସବୁବେଳେ ସ୍ଥାନ ବଦଳାଇ ଥାଆନ୍ତି ।

କିନ୍ତୁ ଏହି ଦୁନିଆରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ପାଖକୁ ମାତା ଲକ୍ଷ୍ମୀ କେବେ ବି ଆସନ୍ତି ନାହିଁ । ସେମାନେ ସବୁବେଳେ ଗରିବ ହୋଇଥାନ୍ତି । ଏହାର କାରଣ ହେଉଛି ସେମାନେ ନିଜେ । ଆଜି ଆମେ ଆପଣଙ୍କୁ ସେହି ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ଲୋଭୀ ବ୍ୟକ୍ତି

ଲୋଭୀ ବ୍ୟକ୍ତିଙ୍କ ପାଖରେ ମାତା ଲକ୍ଷ୍ମୀ କେବେ ବି ରୁହନ୍ତି ନାହିଁ । ଏହିଭଳି ଲୋକମାନଙ୍କ ପାଖରେ ଧନ ଆସିଥାଏ ଓ ଚାଲି ବି ଯାଏ । ସେଥିପାଇଁ ଏମାନଙ୍କୁ ଖୁସି ମିଳେ ନାହିଁ । ଏମାନେ ଅଧିକ ଟଙ୍କା ଆୟ କରିବା ଲୋଭରେ ସର୍ବଦା ଟଙ୍କାକୁ ପାଆନ୍ତି ଓ ହରାଇ ମଧ୍ୟ ଦିଅନ୍ତି । ସେଥିପାଇଁ ସୁଖ ସହିତ ସମୃଦ୍ଧି ପାଇବା ପାଇଁ ଲୋଭର ତ୍ୟାଗ କରିବା ଆବଶ୍ୟକ ଅଟେ । ଲୋଭ ଠାରୁ ମୁକ୍ତ ହେବା ଉଚିତ ନୁହେଁ କିନ୍ତୁ ଅତ୍ୟଧିକ ଲୋଭ ବି କରିବା ଉଚିତ ନୁହେଁ ।

ଖରାପ ଅଭ୍ୟାସ

ଯଦି ମାତା ଲକ୍ଷ୍ମୀଙ୍କ କୃପା ପାଇବାର ଅଛି ତେବେ ଖରାପ ଅଭ୍ୟାସ ଓ ବାସନାଭଳି କାମରୁ ଦୂରେଇ ରହିବା ଉଚିତ । ଏହି ବାସନା ଆପଣଙ୍କ ଉପରେ ଭାରି ପଡିଥାଏ ଓ ଆପଣଙ୍କୁ ଆପଣଙ୍କ ଲକ୍ଷ ପଥରୁ ଭ୍ରମିତ କରିଥାଏ । ସେଥିପାଇଁ ଆପଣଙ୍କର ଯେଉଁ ଖରାପ ଅଭ୍ୟାସ ଅଛି ତାହା ଉପରେ କଠିନ ନିୟମ ପାଳନ କରି ସେଥିରୁ ମୁକ୍ତି ପାଆନ୍ତୁ ।

ଗର୍ବ

ସବୁବେଳେ ଗର୍ବକୁ ତ୍ୟାଗ କରନ୍ତୁ । ଦେଖାଇ ହେବା ଗୁଣକୁ ଛାଡି ଦିଅନ୍ତୁ । କେବେ ବି ନିଜକୁ ଅନ୍ୟ ବ୍ୟକ୍ତି ଠାରୁ ଧନୀ କିମ୍ବା ବଳବାନ ଦେଖାଇବାକୁ ଚେଷ୍ଟା କରନ୍ତୁ ନହିଁ । ବହୁତ ଧନୀ ବ୍ୟକ୍ତି ହୋଇଥିଲେ ମଧ୍ୟ ସବୁବେଳେ ବିନମ୍ର ଓ ସଭ୍ୟ ରୂପରେ ଲୋକମାନଙ୍କ ସହିତ ବ୍ୟବହାର କରନ୍ତୁ । ଏହିଭଳି କରିବା ଦ୍ଵାରା ସ୍ଵୟଂ ମାତା ଲକ୍ଷ୍ମୀ ଆପଣଙ୍କ ନିକଟକୁ ଆସିବେ ।

ସ୍ତ୍ରୀ ଲୋଭୀ

ସବୁବେଳେ ନିଜର ମନକୁ ନିଜର ଲକ୍ଷ ଉପରେ ରଖନ୍ତୁ । କେବେ ବି ଅନ୍ୟର ସ୍ତ୍ରୀ ଉପରେ ନଜର ପକାନ୍ତୁ ନାହିଁ । କହିବାକୁ ଗଲେ ଏହିଭଳି ଲୋକମାନଙ୍କ ଘରେ କେବେ ବି ମା’ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ, ଯେଉଁ ବ୍ୟକ୍ତି ସ୍ତ୍ରୀମାନଙ୍କ ସମ୍ମାନ କରେ ନାହିଁ ଓ ସବୁବେଳେ କାମୁକତାରେ ପରିପୂର୍ଣ୍ଣ ରହିଥାଏ । ସେଥିପାଇଁ ମହିଳାମାନଙ୍କୁ ସବୁବେଳେ ଭଲ ନଜରରେ ଦେଖିବା ଉଚିତ ।