ବନ୍ଧୁକ ମୁନରେ Ollywood କମେଡିଆନ Jojo ଙ୍କୁ ଅପହରଣ, ଭିଡିଓ କରି Jojo କହିଲେ ଏମିତି…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଯୋଗେଶ କହିଛନ୍ତି ଯେ ମୁହଁ ରେ ଗାମୁଛା ବନ୍ଧା ହୋଇଥିଲା ରାତି ଟାଇମ ରେ ଚଷମା ପିନ୍ଧିଥିଲେ । ଗୋଟେ ମୋଟା ହୋଇ ଥିଲେ କଳା ହୋଇ ଆଉଜଣେ ପତଳା ହୋଇଥିଲେ । କିଏ ଏବଂ କେବେ ତାଙ୍କ ସହିତ କଥା ହେଇନି କି ମୁଁ ଜାଣିନାହିଁ ମଧ୍ୟ । ସେମାନେ ଆସି ଛିଡା ହେଲେ ତ ମୁଁ ଭାବିଲି ଯେ ମୋ ପାଇଁ ସେମାନେ କିଛି ପ୍ରୋଜେକ୍ଟ ବାବଦରେ ପତାଲଗେଇଥିବେ ଅଥବା ମୋ ପାଖକୁ ସେଲଫି ନେବାକୁ ବହୁତ ଲୋକେ ଆସନ୍ତି ମୁଁ ଭାବିଲି ଯେ ସେମାନଙ୍କ ମଧ୍ୟରୁ କିଏ ହେଇଥିବେ ।

ମାତ୍ର ଆସୁ ଆସୁ ସେମାନେ ମୋ ଉପରେ ଚାର୍ଜ କରିଲେ । ଏହାପରେ ବନ୍ଧୁକ ବାହାର କରି ଡାଇରେକ୍ଟ ମୋ ବେକରେ ଲଗାଇଲେ । ଏବଂ ମତେ କହିଲେ ଯେ ତୁ ଆମ୍ଭର ଧମକି କୁ ସିରିୟସ ରେ ନେଲୁ ନାହୁଁ । ବଞ୍ଚିବାର ଅଛି ଯଦି ତୁ ଭିଡିଓ ଲାଇନ ଛାଡିଦେ ବୋଲି କହିଲେ । ମାତ୍ର ସତ କଥା କହିବାକୁ ଗଲେ ଯେତେବେଳେ ବନ୍ଧୁକ ମୋ ବେକରେ ରଖିଲେ ମତେ ଲାଗିଲା ଯେ ସେମାନେ ମତେ ଏହିକ୍ଷଣି ମାଆରିଇଦେବେ ।

ସେମାନେ ମତେ କହିଲେ ଚୁପଚାପ ମୁଁ ଯାହା କହୁଛି ସେଟା କରେ । ଏହା ପରେ ସଡର୍ନ ସେ ଭିତରେ ସିସିକ୍ୟାମେରା ଅଛି, ଆଉ ମୋର ହାର୍ଡ ଡିସ୍କ କୁ ଧରିଲେ ଏବଂ ମତେ ପଲସର ଗାଡି ରେ ବସାଇଲେ ଏବଂ ମୋ ମୁହଁ କୁ ଗାମୁଛା ଦ୍ଵାରା ବାନ୍ଧିକି ନେଇ ଗଲେ । ଏହା ସହିତ ଗୋଟେ ଜାଗାକୁ ନେଇ ସେମାନେ ବହୁତ ଯୋର ସେ ମତେ ପିଟିଲେ ।

ତେବେ ଏହିଭଳି ଯୋଗେଶ କାନ୍ଦି କାନ୍ଦି ସେ ଦିନର ଘଟଣା ସମ୍ବନ୍ଧରେ କହି ଭିଡିଓ ସୋସିଆଲ ମିଡିଆ ରେ ସେୟାର କରିଛନ୍ତି । ଏହି ସବୁ କଥା କହିଲା ବେଳେ ଯୋଗେଶ ବହୁତ ଭୟ କରୁଥିଲେ । ମାତ୍ର ଅପଅହଅରଣକାରୀ ଯୋଗେଶ କୁ କେବଳ ଭିଡିଓ ଲାଇନ ଛାଡିବାକୁ କଣ ପାଇଁ କହିଛନ୍ତି ? ତାହା ସଂପୂର୍ଣ୍ଣ ଭାବରେ ସ୍ପଷ୍ଟ ଜଣା ପଡିନାହିଁ ।

ପୂର୍ବ ରୁ କିଛି ଶତ୍ରୁତା ନାହିଁ ବୋଲି ଯୋଗେଶ କହିଛନ୍ତି ଏବଂ ସେହି ବ୍ୟକ୍ତି ମାନଙ୍କୁ ଯୋଗେଶ ଦେଖି ନାହାଁନ୍ତି ବୋଲି ମଧ୍ୟ ସେ କହିଛନ୍ତି । ତେବେ କିଏ ଏବଂ କାହିଁକି ଏପରି କାଣ୍ଡ କଲା ? ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୂ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।