ମେଷ ରାଶି (Aries) June 2022 ମାସିକ ରାଶିଫଳ, ଜାଣନ୍ତୁ ଆପଣଙ୍କର କେମିତି କଟିବ ଏହି ମାସଟି ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଗ୍ରହ ମାନଙ୍କର ଚଳନ ଆମ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ସେଥିପାଇଁ ଆମ ଜୀବନରେ ସୁଖ ଏବଂ ଦୁଃଖ ଲାଗି ରହିଥାଏ । ଆସନ୍ତା ଜୁନ ମାସରେ ଗ୍ରହ ମାନଙ୍କ ସ୍ଥିତିରେ ଏକ ଖାସ ପରିବର୍ତ୍ତନ ଯୋଗୁଁ ମେଷ ରାଶିର ଜାତକଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ମେଶ ରାଶି ଜାତକଙ୍କ ପାଇଁ ଜୁନ ମାସଟି କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ସବୁ ପ୍ରତିକାର କରିବେ ।

ମଙ୍ଗଳ ଗ୍ରହ ମେଷ ରାଶିର ଅଧିପତି ଗ୍ରହ ହୋଇଥବାରୁ ଏହି ରାଶିର ଜାତକ ମାନେ ସ୍ବଭାବରେ ସାହାସୀ ଓ ସ୍ପଷ୍ଟବାଦୀ ହୋଇଥାନ୍ତି । ଅଗ୍ନି ତତ୍ତ୍ଵ ରାଶି ହୋଇଥିବାରୁ ବେଳେବେଳେ ଏମାନେ ଟିକେ ଟିକେ କଥାରେ ଚିଡିଯାନ୍ତି, କିନ୍ତୁ ରୋକଠୋକ ମତ ଯୋଗୁଁ ଅନେକ ଲୋକ ତାଙ୍କୁ ପ୍ରଶଂସା ମଧ୍ୟ କରିଥାନ୍ତି । କେହି ମିଠା କଥା କହିଲେ ଏମାନେ ତାଙ୍କୁ ନିଜର କରି ନିଅନ୍ତି । ମେଶ ରାଶିର ଶୁଭରଙ୍ଗ ହେଉଛି ନାଲି ।

ଶୁଭବାର ହେଉଛି ସୋମବାର, ମଙ୍ଗଳବାର ଏବଂ ଗୁରୁବାର । ଶୁଭଦେବତା ହେଉଛନ୍ତି ଶିବ, ଭୈରବ ଓ ହନୁମାନ ଏବଂ ଶୁଭଦେବୀ ହେଉଛନ୍ତି ମା ମଙ୍ଗଳା । ବ୍ରତ ଉପବାସ ବାର ହେଉଛି ମଙ୍ଗଳବାର । ଶୁଭସଂଖ୍ୟା ୯ ଏବଂ ଶୁଭ ତାରିଖ ହେଉଛି ୯, ୧୮ ଏବଂ ୨୭ ।

ଆପଣଙ୍କ ପାଇଁ ୨୦୨୨ ଜୁନ ମାସତୁ ଅତ୍ୟନ୍ତ ଶୁଭ ଫଳଦାୟକ ରହିଛି । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ଓ ବିଦ୍ୟାର୍ଥୀମାନେ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ । କ୍ଯାରିୟର ଦୃଷ୍ଟିରୁ ମାସଟି ଅନୁକୂଳ ରହିବ । କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଓ ସହଯୋଗୀଙ୍କ ସମର୍ଥନ ପାଇ ଆପଣ ଉନ୍ନତି ଆଡକୁ ଅଗ୍ରସର ହେବେ । ବାଣିଜ୍ୟ ବ୍ୟବସାୟରେ ଜଡିତ ଲୋକଙ୍କ ପାଇଁ ମଧ୍ୟ ମାସଟି ବେଶ ଉତ୍ତମ ଫଳ ପ୍ରଦାନ କରିବ ।

ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିଲେ ତାହା ସଫଳ ହେବ ଓ ପ୍ରଚୁର ଧନ ପ୍ରାପ୍ତି ହେବ । ସମାଜରେ ଆପଣଙ୍କ ପଦ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆରଥି ଦୃଷ୍ଟିରୁ ମଧ୍ୟ ମାସଟଟି ବେଶ ଉତ୍ତମ ଅନୁକୂଳ ରହିବ । ଆପଣ ଅଚାନକ ଧନ ପ୍ରାପ୍ତି କରିବେ । ଏହି ସମୟରେ ଅଯଥା ଖର୍ଚ୍ଚରେ ନିୟନ୍ତ୍ରଣ ଲାଗିବ ଓ ଆପଣ ଧନ ସଞ୍ଚୟ କରିବାରେ ସଫଳ ହେବେ ।

କିନ୍ତୁ ଶେୟାର ମାରକେଟ ଆଦିରେ ଖୁବ ବୁଝି ବିଚାରୀ ନିବେଶ କରିବା ଠିକ ହେବ । ପ୍ରେମ ଜେବାନ ଦୃଷ୍ଟିରୁ ମାସଟି ଉତ୍ତମ ରହିବ ଓ ପ୍ରେମୀଙ୍କ ସହ ଉତ୍ତମ ସାମଞ୍ଜସ୍ଯ ସ୍ଥାପିତ ହେବ । କିନ୍ତୁ ବିବାହିତ ବ୍ୟକ୍ତିଙ୍କ ପାଇଁ ମାସଟି ମଧ୍ୟମ ଧରଣର ରହିବ । ଆପଣ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ ହେବ । ପରିବାରରେ ମଧ୍ୟ ସବୁ କିଛି ଉତ୍ତମ ରହିବ ଓ ଖୁସିର ବାତାବରଣ ଦେଖାଦେବ । ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ଯା ଦୂର ହେବ, କିନ୍ତୁ କିଛି ଋତୁକାଳୀନ ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେଇପାରେ ।

ତେବେ ଆପଣଙ୍କ ପାଇଁ ପ୍ରତିକାରକ ହେଉଛି ଆପଣ ପ୍ରତ୍ଯେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଓ ତାଙ୍କର ପୂଜାର୍ଚ୍ଚନା କରନ୍ତୁ । ଏହାସହ ଛୋଟ ଛୋଟ ଚଢେଇ ମାନଙ୍କୁ ସକାଳୁ କିଛି ଦାନାଜାତୀୟ ଖାଦ୍ୟ ଖାଇବାକୁ ଦିନତୁ ଦେଖିବେ ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।