CM ନବୀନ ପଟ୍ଟନାୟକ ଦେଲେ ଓଡିଶାବାସୀଙ୍କୁ ଏକ ନୂଆ ଉପହାର, ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା

କହିବାକୁ ଗଲେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଏକ ଉପହାର ଦେଇଛନ୍ତି । ଯାହା ବିଷୟରେ ଜାଣିବା ପରେ ଆପଣ ବି ଖୁସିରେ ନାଚି ଉଠିବେ । ଏହି ନୂଆ ଉପହାର ଅନ୍ତର୍ଗତ ଓଡିଶା ସରକାର ବିବାହ କରିବା ପାଇଁ ଆପଣଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁମଙ୍ଗଳ ପୋର୍ଟାଲର ଶୁଭାରମ୍ଭ କରି ଏହି ଯୋଜନାକୁ ଆରମ୍ଭ କରିଛନ୍ତି । ଏହା ଜରିଆରେ ବିବାହ କରିଥିବା ବ୍ୟକ୍ତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ମିଳିବ ।

ଏହା ସହିତ ମୁଖ୍ୟ ମନ୍ତ୍ରୀ ଛାତ୍ରବୃତି ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହା ଜରିଆରେ ରାଜ୍ୟର ୧୧ ଲକ୍ଷ ଛାତ୍ର ଛାତ୍ରୀ ଉପକୃତ ହୋଇପାରିବେ । ଚାଳନ୍ତୁ ଆପଣଙ୍କୁ ଏହି ଦୁଇ ପୋର୍ଟାଲ ବିଷୟରେ ବିସ୍ତାର ରୂପେ କହି ଦେଉଛୁ ।

ଆପଣଙ୍କୁ କହିଦେଉଛୁ କି ସରକାରୀ ଛାତ୍ରବୃତି ପାଇଁ ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବାକୁ ପଡୁଥିଲା ଯାହାକି ବର୍ତ୍ତମାନ ଆଉ କରିବାକୁ ପଡିବ ନାହିଁ । ମାତ୍ର ଗୋଟିଏ ପୋର୍ଟାଲ www.scholarship.odish.gov.in କିଳ୍କ କରି ପିଲାମାନେ ସେମାନଙ୍କର ଛାତ୍ରବୃତି ପାଇଁ ଆବେଦନ କରି ପାରିବେ । ଏହା ଦ୍ଵାରା ରାଜ୍ୟର ପ୍ରାୟତଃ ୧୧ ଲକ୍ଷ ଛତ୍ର ଛାତ୍ର ଲାଭବାନ ହେବେ ।

କହିବାକୁ ଗଲେ ରାଜ୍ୟ ସରକାରର ୬ଟି ବିଭାଗ ତରଫରୁ ୨୧ଟି ଛାତ୍ରବୃତି ଦିଆଯାଇଥାଏ । ଏହି ଛାତ୍ରବୃତି ପୋର୍ଟଲ ଦ୍ଵାରା ସରକାରୀ ବିଭାଗ ଓ ଆଶାତୀତ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଥିବା ଦୂରତା ଦୂର ହୋଇଯିବ । ସମସ୍ତ ସୁବିଧାରେ ଘରେ ବସି ନିଜର ଛାତ୍ରବୃତି ଆବଦେ କରି ପାରିବେ । ଏହା ସହିତ ସଠିକ ସମୟ ମଧ୍ୟରେ ନିଜର ଛାତ୍ରବୃତି ମଧ୍ୟ ପାଇ ପାରିବେ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁମଙ୍ଗଲ ପୋର୍ଟଲର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

ଏହି ପୋର୍ଟାଲ ଜରିଆରେ ଅନ୍ତର୍ଜାତୀୟ ବିବାହ କରିଥିବା ହିତାଧିକାରୀ ୨ ଲକ୍ଷ ୫୦ ହଜାର ଟଙ୍କା ପାଇବେ । ସୁମଙ୍ଗଲ ପୋର୍ଟାଲର ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ କି ଅନ୍ତର୍ଜାତୀୟ ବିବାହ ଦ୍ଵାରା ସାମାଜରେ ଏକତା ବଢିଥାଏ । ଏହା ସହିତ ଏହା ଜାତି ମଧ୍ୟରେ ଥିବା ଅନ୍ଧ ବିଶ୍ଵାସକୁ ବି ଦୂର କରିଥାଏ ଓ ସମାଜରେ ଶାନ୍ତି ଓ ସମାନତା ଆଣିଥାଏ । ସୁମଙ୍ଗଳ ପୋର୍ଟାଲ www.sumangal.odisha.gov.inରେ ଆବେଦନ କରିବାର ୬୦ ଦିନ ମଧ୍ୟରେ ଅନ୍ତର୍ଜାତୀୟ ବିବାହ କରିଥିବା ବ୍ୟକ୍ତିକୁ ୨ ଲକ୍ଷ ୫୦ ହଜାର ଟଙ୍କା ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।