ଚିତ୍ରଟିରେ ଅଛନ୍ତି କେତୋଟି ଜୀବ ? ଉତ୍ତର କୁହନ୍ତୁ ଓ ଜାଣନ୍ତୁ କେମିତି ଅଟେ ଆପଣଙ୍କ ଦୃଷ୍ଟିକୋଣ (Brain Test)

ମନୁଷ୍ୟର ଚକ୍ଷୁ ଏକ ବିସ୍ମୟ ଅଟେ । ମସ୍ତିଷ୍କର ମାର୍ଗଦର୍ଶନରେ ଏହା ପ୍ରତ୍ଯକ୍ଷ ରୂପେ ଉପସ୍ଥିତ ନଥିବା ଜିନିଷକୁ ମଧ୍ୟ ଦେଖି ନିଏ । ଏହା ଆପଣଙ୍କ ଚକ୍ଷୁଠୁ ଅଧିକ ଆପଣଙ୍କ ମସ୍ତିଷ୍କର କମାଲ ଅଟେ । ମନୁଷ୍ୟକୁ ସବୁ ଜୀବ ମଧ୍ୟରେ ଶ୍ରେଷ୍ଟ ବୋଲି ମାନାଯାଇଛି । କେବଳ ମନୁଷ୍ୟ ହିଁ ନିଜ ମସ୍ତିଷ୍କ ଓ ବିଚାରଶକ୍ତି ଯୋଗୁଁ ସବୁକିଛି ପରିବର୍ତ୍ତନ କରିବାର କ୍ଷମତା ରଖିଛି । ମନୁଷ୍ୟ ନିଜ ବିଚାରଶକ୍ତିର ପ୍ରୟୋଗ କରି କୌଣସି ପରିସ୍ଥିତିକୁ ଅନୁକୂଳ ବନାଇବାକୁ ଚେଷ୍ଟା କରିଥାଏ । ତେବେ ଏହା ମଧ୍ୟରେ ଆଉ ଏକ ଜିନିଷ ରହିଛି ଯାହା ହେଉଛି ଆପଣଙ୍କ ଦୃଷ୍ଟିକୋଣ ।

ଆପଣଙ୍କ ଦୃଷ୍ଟିକୋଣ ହିଁ ଆପଣଙ୍କୁ ସକାରାତ୍ମକ କିମ୍ବା ନକରାତ୍ମକ ଦିଗରେ ଆଗକୁ ବଢାଇ ଥାଏ । ଆପଣଙ୍କ ମଧ୍ୟରେ ଥିବା ଭଲ ଗୁଣ ଓ ଦୁର୍ବଳତା ଆଡିକୁ ଦୃଷ୍ଟିକୋଣ ହିଁ ଉଜାଗର କରିଥାଏ । ଏହା ଆପଣଙ୍କ ଚରିତ୍ର ଓ ବ୍ୟକ୍ତିତ୍ବକୁ ମଧ୍ୟ ପ୍ରକାଶ କରିଥାଏ । ତେବେ ଜ୍ଯୋତିଷ ଅନୁସାରେ ଆମେ ଏକ ଟେଷ୍ଟ ଆପଣଙ୍କ ପାଇଁ  ନେଇ ଆସିଛୁ । ଏଥିରେ ଦେଖା ଯାଉଥିବା ଫଟୋକୁ ଆପଣ ୧୦ ସେକେଣ୍ଡ ପାଇଁ ଦେଖନ୍ତୁ ଓ ଏଥିରେ କେତୋଟି ପଶୁପକ୍ଷୀ ଦେଖା ଯାଉଛନ୍ତି ସେହି ଅନୁସାରେ ନିଜର ଫଳାଫଳ ଦେଖନ୍ତୁ ।

ଯଦି ଆପଣ ୧୦ ସେକେଣ୍ଡ ମଧ୍ୟରେ ୧ରୁ ୫ଟି ପଶୁପକ୍ଷୀ ଦେଖିଛନ୍ତି ତେବେ ଏହା ସ୍ପଷ୍ଟ ଯେ ଆପଣ ଅନ୍ୟର ଜୀବନରେ ଅଧିକ ହସ୍ତକ୍ଷେପ କରିବାକୁ ପସନ୍ଦ କରନ୍ତି ନାହିଁ କି ନିଜ ଜୀବନରେ ଅନ୍ୟର ଦଖଲକୁ ପସନ୍ଦ କରନ୍ତି ନାହିଁ । ଆପଣ ଦୁନିଆ ଉପରେ ନଜର ନରଖି କେବଳ ନିଜ ଉପରେ ଧ୍ୟାନ ଦିଅନ୍ତି ଓ କୌଣସି ବିଷୟକୁ ଅଧିକ ଗମ୍ଭୀରତାର ସହ ନିଅନ୍ତି ନାହିଁ ।

ଯଦି ଏହି ଚିତ୍ରରେ ଆପଣ ୬ରୁ ୮ଟି ପଶୁପକ୍ଷୀଙ୍କୁ ଦେଖିଛନ୍ତି ତେବେ ଏହାର ଅର୍ଥ ଆପଣ କୌଣସି ବିଷୟକୁ ସହଜରେ ଭୁଲି ପାରନ୍ତି ନାହିଁ । ଆପଣଙ୍କୁ ଖବର ସଂଗ୍ରହ କରିବାକୁ ବେଶ ଭଲ ଲାଗେ ଓ ଆପଣ ମୋବାଇଲ, ଲାପଟପ ଆଦିରେ ଅଧିକ ସମୟ ଅତିବାହିତ କରନ୍ତି ଏବଂ ସବୁର ଖବର ରଖନ୍ତି । ସବୁ ବିଷୟରେ ଆପଣଙ୍କ ଜ୍ଞାନହ ରହିଥିବାରୁ ଆପଣଙ୍କୁ କେହି କୌଣସି ବିଷୟରେ ଠକି ପାରନ୍ତି ନାହିଁ ।

ଯଦି ଆପଣ ଏହି ଚିତ୍ରରେ ୧୧ଟି ପଶୁପକ୍ଷୀଙ୍କୁ ଚିହ୍ନି ପାରୁଛନ୍ତି ତେବେ ଆପଣଙ୍କୁ କେହି ମଧ୍ୟ ହାଲୁକାରେ ନେବା ଉଚିତ ନୁହେଁ । ଆପଣଙ୍କ ପ୍ରତ୍ଯେକ ସ୍ଥିତିକୁ ଏକ ଚ୍ୟାଲେଞ୍ଜ ଭଳି ଦେଖନ୍ତି । ଆପଣଙ୍କୁ ହରାଇବା ସତରେ ବହୁତ କଠିନ ଅଟେ ଓ ଆପଣଙ୍କ ବିରୋଧୀ ଏହି କଥାକୁ ଖୁବ ଭଲ ଭାବେ ବୁଝିଥାନ୍ତି । ତେବେ ଆପଣ କେତୋଟି ପଶୁପକ୍ଷୀ ଦେଖିଥିଲେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।