ଚୀନର ଏହି ଜାଗାରେ ଲାଗିଥାଏ ବିବାହ ବଜାର, ଯେଉଁଠି ମିଳିଥାନ୍ତି ମନ ଚାହୁଁଥିବା ବର ଓ କନ୍ୟା, ଏମିତି ହେଇଥାଏ ଡିଲ

ଭାରତ ହେଉ କିମ୍ବା ଦୁନିଆର କୌଣସି ବି ଦେଶ ହେଉ ସବୁଠି ପିତାମାତା ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରୁହନ୍ତି । କିନ୍ତୁ ଚୀନ ଏହି ଚିନ୍ତାକୁ ଏକ ସୋପାନ ଆଗକୁ ନେଇ ଯାଇଛି । ଚୀନ ର ସାଂଘାଇ ସହରରେ ବର କନ୍ୟା ଙ୍କ ବଜାର ଲାଗିଥାଏ ଓ ପ୍ରତ୍ୟେକ ଶନିବାର ପିତାମାତା ଓ ଗୁରୁଜନ ମାନେ ଆସି ନିଜ ପୁଅ ଅବା ଝିଅଙ୍କ ପାଇଁ ପ୍ରସ୍ତାବ ଖୋଜିଥାନ୍ତି । ତେବେ ଆପଣ ଭାବୁଥିବେ ବଜାରରେ କେମିତି ପ୍ରସ୍ତାବ ଖୋଜାଯାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

୨୦୦୫ ମସିହାରେ ଚୀନର ସାଂଘାଇ ସହରରେ ଥିବା ପିପୁଲସ୍ ପାର୍କ ରେ ଲାଗିଥିଲା ଏହି ବିବାହ ବଜାର । ଯେଉଁ ବଜାରରେ ବିବାହ ସାମଗ୍ରୀ ନୁହେ ମାତ୍ର ବିବାହ ପ୍ରସ୍ତାବ ଉପଲବ୍ଧ କରାଇ ଦିଆ ଯାଉଥିଲା । ଆରମ୍ଭ ରେ ଏପରି ହେଉଥିଲା କି ବର ଓ କନ୍ୟା ଙ୍କ ପିତାମାତା ଓ ଗୁରୁଜନ ପରସ୍ପର ସହ ମିଶି ସେମାନଙ୍କ ପାଇଁ ପ୍ରସ୍ତାବ ଠିକ କରୁଥିଲେ । କିନ୍ତୁ ୨୦୦୫ ରେ ଏହାକୁ ଏକ ଉପଯୁକ୍ତ ମାର୍କେଟ ପରି ପ୍ରସ୍ତୁତ କରାଗଲା ।

ଯେଉଁଠି ପ୍ରତ୍ୟେକ ଶନିବାର ଲୋକ ଆସି ନିଜ ବିବାହ ପ୍ରାର୍ଥୀ ଙ୍କ ବାୟୋଡାଟା ଏକ ଛତା ଉପରେ ଲଗାଇ ଦିଅନ୍ତି । ଯେଉଁଥିରେ ସେମାନଙ୍କ ନାମ, ବୟସ, ଶିକ୍ଷା, ବେତନ, ଜାତି ଓ ରାଶି ଭଳି ଅନ୍ୟ ସମସ୍ତ ଜିନିଷ ଲେଖା ହୋଇଥାଏ । ଯାହା ଅନ୍ୟ ପ୍ରାର୍ଥୀ ଦେଖି ତାଙ୍କୁ ସିଧା ସମ୍ପର୍କ କରି ପାରିବେ ।

କହିବାକୁ ଗଲେ ଏହା ଚୀନର ପାରମ୍ପରିକ ବିବାହ ଶୈଳୀ ନୁହେ । ଏହି ମେଳାରେ ପ୍ରାୟତଃ ୩୦ ବର୍ଷରୁ ଅଧିକ ବୟସ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳେ । ଏଠାରେ ଝିଅଙ୍କ ଠୁ ଅଧିକ ପୁଅଙ୍କ ପାଇଁ କନ୍ୟା ଖୋଜା ଯାଉଥିବାର ଦେଖିବାକୁ ମିଳେ । କାହିଁକି ନ ଚୀନରେ ଝିଅଙ୍କ ତୁଳନା ରେ ପୁଅଙ୍କ ସଂଖ୍ୟା ଅଧିକ । ଏହି କାରଣରୁ ସେଠିକାର ପୁଅଙ୍କୁ ଯୋଗ୍ୟ ଝିଅ ମିଳି ପାରେ ନାହିଁ ଓ ସେମାନଙ୍କ ବୟସ ଧୀରେ ଧୀରେ ବଢିବାକୁ ଲାଗିଥାଏ ।

ଏହିପରି ପୁଅଙ୍କ ପିତାମାତା ସାଂଘାଇର ଏହି ପିପୁଲସ୍ ପାର୍କ କୁ ଆସି ନିଜ ସନ୍ତାନ ପାଇଁ ପ୍ରସ୍ତାବ ଖୋଜିଥାନ୍ତି । ସେପରି ମଧ୍ୟ ଝିଅ ଶିକ୍ଷିତା ଓ ଚାକିରୀ କରିଥିଲେ ମଧ୍ୟ ଯଦି ତାଙ୍କୁ କେହି ପୁଅ ନ ମିଳନ୍ତି ତେବେ ଝିଅକୁ ପରିତ୍ୟକ୍ତ ବୋଲି କୁହାଯାଏ । ଏହି କାରଣରୁ ପିତାମାତା ନିଜ ସ୍ଥିତି ରୁ କମ୍ ହେଲେ ମଧ୍ୟ ନିଜ ଝିଅଙ୍କ ପାଇଁ ପ୍ରସ୍ତାବ ଖୋଜିବାକୁ ଏହି ପାର୍କକୁ ଆସିଥାନ୍ତି ।

ଚୀନରେ ଏକ ନିୟମ ଅଛି କି ବିବାହ ପାଇଁ ଝିଅଙ୍କୁ ସବୁ ସାମଗ୍ରୀ ଦେବାକୁ ପଡେ କିନ୍ତୁ ରହିବା ପାଇଁ ଘର ପୁଅକୁ ବନେଇବାକୁ ପଡେ । ଏହି କାରଣରୁ ମଧ୍ୟ ଅନେକ ପୁଅ ଆଜି ଅବିବାହିତ ଅଛନ୍ତି । ଆଉ ଏହି ସ୍ଥାନକୁ ଯାଇ ପ୍ରସ୍ତାବ ଖୋଜିବା ଲୋକଙ୍କୁ ଲଜ୍ଜ୍ୟାଜନକ ମଧ୍ୟ ଲାଗେ । କାରଣ ଅନ୍ୟ କେଉଁଠୁ ପ୍ରସ୍ତାବ ନ ମିଳିବା କାରଣରୁ ଲୋକେ ଏଠାକୁ ଆସିଥାନ୍ତି । ସେଥିପାଇଁ ସେମାନେ ଏହି କଥା କୁ ଭଲଭାବେ ଲୁଚାଇ ରଖିବାକୁ ଚେଷ୍ଟା କରିଥାନ୍ତି । ସେ ଯାହା ବି ହେଉ ଚୀନର ଏପରି ବିବାହ ବଜାର କିନ୍ତୁ ଦୁନିଆରେ ଲୋକଙ୍କୁ ଚକିତ କରିଦେବା ପରି ଅଟେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।