ମାଡି ଆସୁଥିଲା JCB, ନିଜ ଜୀବନକୁ ଖାତିର ନ କରି ଛୁଆଙ୍କୁ ବଞ୍ଚାଇବା ପାଇଁ ଗର୍ଜନ କରି ଜେସିବିକୁ ଅଟକାଇ ଦେଲା ଏହି ମା’ ପକ୍ଷୀ, ଏବେ ଭାଇରାଲ ହେଉଛି video

ମା’ର ମମତା ଆଗରେ ସବୁ ବିପଦ ତୁଚ୍ଛ । ନିଜ ଛୁଆର ଯତ୍ନ ନେବା ଠାରୁ ଆରମ୍ଭ କରି ଜୀବନ ରକ୍ଷା କରିବା ପର୍ଯ୍ୟନ୍ତ ମା’ କିଛିବି କରିପାରେ । ଛୁଆ ଉପରେ କୌଣସି ବିପଦ ଥିବା ଅନୁଭବ କଲେ ମା’ ସାଙ୍ଗେ ସାଙ୍ଗେ ନିଜ ଛୁଆ ପାଖକୁ ଧାଇଁ ଆସେ, ଆଉ ସବୁକିଛିକୁ ନିଜ ଛାତି ଦେଖାଇ ସହିନିଏ । ଠିକ ଏହା ଦର୍ଶାଉଥିବା ଏକ ଭିଡିଓକୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜ ଟ୍ବିଟର ପେଜ୍ ରେ ଶେୟାର କରି ଲେଖିଛନ୍ତି, “ମା ତୁଝେ ସଲାମ” ।

ଏହି ଭିଡିଓକୁ ଆପଣ ଦେଖି ପାରୁଥିବେ କି କିପରି ବିକଟାଳ ଶବ୍ଦ କରି ମାଡି ଆସୁଛି ଜେସିବି । ଆଉ ଏହି ସମୟରେ ନିଜ ଅଣ୍ଡାକୁ ସୁରକ୍ଷିତ କରିବା ପାଇଁ ଜେସିବି ସାମ୍ନାରେ ନିଜ ଡେଣାକୁ ମେଲାଇ ଠିଆ ହୋଇ ରହିଛି ପକ୍ଷୀଟିଏ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୁରି ବୁଲୁଛି । ୟୁଜର୍ସ ମାନେ କମେଣ୍ଟ ଦେଉଛନ୍ତି, ସତରେ ମା’ ଠାରୁ ବଳି ଦୁନିଆରେ ଆଉ କେହି ନାହିଁ ।

ଯାହାର ଶ୍ରେଷ୍ଠ ଉଦାହରଣ ହେଉଛି ଏହି ଭିଡିଓ । ଭିଡିଓରେ ଦେଖିବାକୁ ମିଳୁଛି କି ପକ୍ଷୀ ଅଣ୍ଡା ଦେଇଥିବା ସ୍ଥାନ ଆଡକୁ ହଠାତ ଏକ ବୁଲଡୋଜର ମାଡି ଆସୁଛି । ଏହା ଦେଖିବା ପରେ ପକ୍ଷୀଟି ତା’ର ଅଣ୍ଡା ଆଡକୁ ଦୌଡି ଆସୁଛି । ଅଣ୍ଡାକୁ ସୁରକ୍ଷା ଦେବାକୁ ଯାଇ ଅଣ୍ଡା ଉପରେ ତା’ର ଡେଣା ମେଲାଇ ଦୃଢତାର ସହ ଛିଡା ହେଉଛି ।

ବୁଲଡୋଜରଟି ଗର୍ଜନ କରି ତା’ ଆଡକୁ ମାଡି ଆସୁଥିବା ସତ୍ତ୍ଵେ ମଧ୍ୟ ସେ ନିଜ ସ୍ଥାନରୁ ହଟୁ ନାହିଁ । ବରଂ ନିଜେ ଚିତ୍କାର କରୁଛି । ତା ବିକଳ ଚିତ୍କାର ସତେ ଯେମିତି କହୁଛି କି ଆଗକୁ ଆସ ନାହିଁ ନହେଲେ ମୋ ଛୁଆଙ୍କ ଜୀବନ ଚାଲିଯିବ । ପକ୍ଷୀଟିର ଚିତ୍କାର ଆଗରେ ବୁଲଡୋଜରର ଗର୍ଜନ ଫିକା ପଡିଯାଇଛି । ମା ନିଜ ଛୁଆଙ୍କ ପାଇଁ ଯେ ରକ୍ଷାକବଚ ଏକଥା କେହିବି ଅସ୍ଵୀକାର କରିପାରିବେ ନାହିଁ ।

ମଣିଷ ମା ହେଉ ଅବା ପଶୁ ପକ୍ଷୀ ମା, ଦୁନିଆର ସବୁ ମା ତା’ ପିଲା ପାଇଁ ବୃହତରୁ ବୃହତ ବିପଦକୁ ବି ଛାତି ପାତି ସାମ୍ନା କରିପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।