ଛୋଟବେଳେ ଯେଉଁ ଦୁଇ ପିଲାଙ୍କୁ ନେହେରା ଦେଇଥିଲେ ଅଟୋଗ୍ରାଫ, ଆଜି ସେମାନେ ଟିମ ଇଣ୍ଡିଆର ଷ୍ଟାର ଖେଳାଳି, ଏହି ଖେଳାଳିଙ୍କୁ ଗିଫ୍ଟରେ ଦେଇଥିଲେ ବ୍ୟାଟ

ଯଦି ଭାରତର ସବୁଠୁ ଅଧିକ କେଉଁ ଖେଲକୁ ପସନ୍ଦ କରାଯାଏ ତେବେ ପ୍ରଥମ ସ୍ଥାନରେ କ୍ରିକେଟର ନାଁ ଆସିବ । କହିବାକୁ ଗଲେ ସବୁ ଭାରତୀୟଙ୍କୁ କ୍ରିକେଟ ଖେଲ ବହୁତ ଅଧିକ ପସନ୍ଦ ଅଟେ । ଏମିତିରେ ଆଜି ଆମେ ଆପଣଙ୍କୁ ଭାରତର ଦ୍ରୁତ ବୋଲର ଆଶିଷ ନେହେରାଙ୍କ ବିଷୟରେ କିଛି ଖାସ କଥା କହିବୁ । କହିଦେଉଛୁ କି ଆଶିଷ ନେହେରା ଇଣ୍ଟରନ୍ୟାସନାଲ କ୍ରିକେଟରୁ ୨୦୧୭ରୁ ବିଦାୟ କହିସାରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ସେ ଭାରତୀୟ କ୍ରିକେଟର ଖେଳାଳିଙ୍କ ସହ ସମ୍ପର୍କ ରଖିଛନ୍ତି ।

କହିବାକୁ ଗଲେ ଗତ କିଛି ଦିନ ତଳେ ୱିକେଟକିପର ଓ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ନେଇ ଚର୍ଚା ଚାଲିଥିଲା ଯେତେବେଳେ ସେ ଇଂଲଣ୍ଡ ବିପକ୍ଷରେ ଚାଲିଥିବାଥିବା ଚତୁର୍ଥ ଟେସ୍ଟ ମ୍ୟାଚରେ ୧୦୧ ରନ କରିଥିଲେ ।

ରିଷଭ ପନ୍ତଙ୍କ ଏହି ଦମଦାର ବ୍ୟାଟିଙ୍ଗ ପରେ ତାଙ୍କର ଓ ନେହାରାଙ୍କର ଗୋଟିଏ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହି ଫଟୋ ଦିଲ୍ଲୀର ଏକ ସ୍କୁଲ ଟୁର୍ଣ୍ଣାମେଣ୍ଟର ଥିଲା । ଯେଉଁଥିରେ ଆଶିଷ ନେହେରା ରିଷଭ ପନ୍ତକୁ ତାଙ୍କର ଭଲ ପ୍ରଦର୍ଶନ ପାଇଁ କିଛି ଉପହାର ଦେଉଛନ୍ତି । କହିଦେଉଛୁ କି ଏହିଭଳି କିଛି ଫଟୋ କୋହଳି ଓ ନେହାରାଙ୍କର ବି ଗୋଟିଏ ଅଛି । ଯେଉଁଥିରେ ନେହରା କୋହଳିଙ୍କୁ ତାଙ୍କର ଖେଲ ପାଇଁ ସାବାସି ଦେଉଥିଲେ ।

କହିଦେଉଛୁ କି ଆଶିଷ ନେହେରା ଭାରତ ତରଫରୁ ଖେଳିବା ପୂର୍ବରୁ ସେ ଦିଲ୍ଲୀର ଘରୋଇ କ୍ରିକେଟ ଟିମ ତରଫରୁ ଖେଳୁଥିଲେ । ସେହି ସମୟରେ ସେ ଦିଲ୍ଲୀର ସିନେଟ କ୍ଲବ ପକ୍ଷରୁ ଖେଳୁଥିଲେ ଓ ସବୁଠୁ ଗୁରୁତ୍ଵପୂର୍ଣ କଥା ହେଉଛି କି ରିଷଭ ପନ୍ତ ବି ଏହି କ୍ଲବ ତରଫରୁ ଖେଳିସାରିଛନ୍ତି । ଏମିତିରେ ଦୁଇ ଜଣଙ୍କର ସମ୍ପର୍କ ବହୁତ ପୁରୁଣା ଅଟେ ।

୨୦୧୭ରେ ଯେତେବେଳେ ରିଷଭ ପନ୍ତ ୧୯ ବର୍ଷ ବୟସରେ ଇଂଲଣ୍ଡ ପାଇଁ ଘରୋଇ ଟି ୨୦ ସିରିଜରେ ଇଣ୍ଟରନ୍ୟାସନାଲ ଡେବ୍ୟୁ କରିଥିଲେ ସେହି ସମୟରେ ୩୭ ବର୍ଷର ନେହେରାଙ୍କୁ ମଧ୍ୟ ଟିମରେ ଚୟନ କରାଯାଇଥିଲା । ସେହି ସମୟରେ ବିରାଟ କୋହଳି ଟିମ ଇଣ୍ଡିଆର କ୍ୟାପଟେନ ଥିଲେ । ଏହା ପରେ ନେହାରା ଓ ପନ୍ତ ସିରିଜର ପ୍ରସ୍ତୁତି ପାଇଁ ସିନେଟ କ୍ଲବରେ ଖେଳୁଥିଲେ ।

ଏମିତିରେ ଯେତେବେଳେ ରିଷଭ ପନ୍ତଙ୍କୁ ନେହାରାଙ୍କ ସହିତ ଖେଳିବା ଉପରେ ପ୍ରଶ୍ନ କରଗଲା, ତେବେ ପନ୍ତ କହିଲେ କି ମୁଁ ଚିନ୍ତା ବି କରି ନ ଥିଲେ କି ଆଶିଷ ଭାଇଙ୍କ ସହିତ ଇଣ୍ଡିଆ ଟିମ ତରଫରୁ ଖେଳିବି । ମୋର ମନେ ଅଛି ଯେତେବେଳେ ଆଶିଷ ଭାଇ ମୋତେ ବ୍ୟାଟ ଗିଫ୍ଟ କରିଥିଲେ । କହିଦେଉଛୁ କି ଆଶିଷ ନେହେରା ନଭେମ୍ବର ୨୦୧୭ରେ ନିଜର ଶେଷ ଟି – ୨୦ ମ୍ୟାଚ ଦିଲ୍ଲୀ ଫିରୋଜଶାହ କୋଟଲା ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିରୋଧରେ ଖେଳିଥିଲେ ।

ଆଶିଷ ନେହରା ଯେତେବେଳେ ୧୯୯୯ରେ ମହମ୍ମଦ ଆଝାରୁଦ୍ଧିନଙ୍କ ଅଧିନାୟକତ୍ବ ସମୟରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିଲେ ସେହି ସମୟରେ ସେ ୨୦ ବର୍ଷର ଥିଲେ । ନେହରା ଯେତେବେଳେ ନିଜର ପ୍ରଥମ ଟେସ୍ଟ କ୍ରିକେଟ ଖେଳୁଥିଲେ ସେହି ସମୟରେ ରିଷଭ ପନ୍ତ ୨ ବର୍ଷ ଓ କୋହଳି ୧୦ ବର୍ଷର ଥିଲେ । ୨୦୧୭ରେ ୩୮ ବର୍ଷ ବୟସରେ ନେହରା ଇଣ୍ଟରନ୍ୟାସନାଲ କ୍ରିକେଟକୁ ଅଳବିଦା କହିଦେଇଥିଲେ । ସେତେବେଳେ ପନ୍ତ ନିଜର ଇଣ୍ଟରନ୍ୟାସନାଲ କ୍ରିକେଟ କ୍ୟାରିୟରରେ ଡେବ୍ୟୁ କରିଥିଲେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।