୧୪ ମାସର ଏହି ଶିଶୁ ସବୁଦିନ ପିଇ ଥାଏ ୧.୫ ଲିଟର କଫି, କାରଣ ଜାଣିଲେ ଆଖିରେ ଲୁହ ଚାଲି ଆସିବ

କହିବାକୁ ଗଲେ ୫ ବର୍ଷର ବା କମ ବୟସର ପିଲାମାନଙ୍କୁ କଫି ନ ପିଇବା ପାଇଁ ପରାମର୍ଶ ଦିଆ ଯାଇ ଥାଏ । କିନ୍ତୁ ଇଣ୍ଡୋନେସିୟାରେ ଗୋଟିଏ ଶିଶୁ ଏମିତି ଅଛି, ଯିଏକି ସବୁଦିନ ୧.୫ ଲିଟର କଫି ପିଇ ଥାଏ । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଶିଶୁଟି ମାତ୍ର ୧୪ ମାସର ଅଟେ ଓ ଏତେ ମାତ୍ରାରେ କଫି ପିଇବା ସତ୍ତ୍ୱେ ବି ସେ ପୂରାପୂରି ସୁସ୍ଥ ଅଛି ।

ଶିଶୁଟିର ନାମ ହଦୀଜାହ ଅଟେ, ଯିଏକି ପଶ୍ଚିମୀ ସୁଲାବେସୀ ପ୍ରାନ୍ତ ର ତୋନରୋ ଲୀମା ଗ୍ରାମରେ ରହୁଛି ।

କହିବାକୁ ଗଲେ ଶିଶୁଟିର ମାତା – ପିତା ବହୁତ ଗରିବ ଅଟନ୍ତି । ଏମିତିରେ ସବୁଦିନ କ୍ଷୀର କିଣି ଶିଶୁକୁ ପିଇବାକୁ ଦେବା ତାଙ୍କ ପାଇଁ ସମ୍ଭବ ନୁହେଁ, ସେଥିପାଇଁ ସେମାନେ ବୃ କରାଯାଇଥିବା କଫି କିଣିଥାନ୍ତି ଓ ତାକୁ ହିଁ ନିଜ ଶିଶୁକୁ ପିଇବାକୁ ଦିଅନ୍ତି ।

ଯେତେବେଳେ ଶିଶୁର କଫି ପିଇବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେଲା ତେବେ ପୋଲେୱେସୀ ହେଲ୍ଥ ଏଜେଂସୀ ତୋନରୋ ଲୀମା ଗ୍ରାମକୁ ଯାଇ ଶିଶୁ ଓ ତାହାର ପିତା – ମାତାଙ୍କ ସହ ସାକ୍ଷାତ କରିଲେ । ଏହି ସମୟରେ ସେ ଶିଶୁ ପାଇଁ କ୍ଷୀର ଓ ବିସ୍କୁଟ ନେଇ ଯାଇଥିଲେ ଓ ଏଜେଂସୀର ଲୋକମାନେ ତାଙ୍କୁ ପରାମର୍ଶ ଦେଲେ କି ଶିଶୁ ପାଇଁ କଫି ଖରାପ ଅଟେ, ସେଥିପାଇଁ ତାକୁ ଦିଅନ୍ତୁ ନାହିଁ ।

ଶିଶୁଟିର ମା’ ଅନିତାର କହିବା ଅଟେ କି ତାହାର ସ୍ଵାମୀ ସରୀଫୁଦ୍ଦୀନ ନଡିଆ ଚୋପା ଛଡାଇବାର କାମ କରନ୍ତି । ଯେଉଁଥିରେ ସେ ସବୁଦିନ ୧୦୦ ଟଙ୍କା (୨୦ ହଜାର ଇଂଡୋନେଶିୟା ରୁପିଆ) ପର୍ଯ୍ୟନ୍ତ ଆୟ କରିଥାନ୍ତି, କିନ୍ତୁ ଏତେ କମ ଟଙ୍କାରେ ଘର ଚଳିବା କଷ୍ଟକର ହୋଇଯାଏ, ଏମିତିରେ କ୍ଷୀର କେଉଁଠି ଦେବୁ । ସେଥିପାଇଁ ତାକୁ କଫି ହିଁ ଦେବାକୁ ପଡିଥାଏ, କାରଣ ଏହା ଶସ୍ତା ହୋଇଥାଏ ।

ଅନିତାଙ୍କର କହିବା ଅଟେ କି ବର୍ତ୍ତମାନ ତ ଶିଶୁକୁ କଫି ପିଇବାର ଅଭ୍ୟାସ ହୋଇ ଗଲାଣି । ସେ ଯେତେବେଳ ପର୍ଯ୍ୟନ୍ତ କଫି ନ ପିଇଛି, ସେତେବେଳ ପର୍ଯ୍ୟନ୍ତ ତାକୁ ନିଦ ଆସେ ନାହିଁ । ତାଙ୍କର କହିବା ଅଟେ କି ଯଦି କୌଣସି ଦିନ ତାକୁ କଫି ନ ଦିଆଯାଏ ତେବେ ସେ କାନ୍ଦିବାକୁ ଲାଗେ । ଡାକ୍ତରମାନଙ୍କର କହିବା ଅଟେ କି କଫି ପିଲାମାନଙ୍କ ପାଇଁ ହାନିକାରକ ହୋଇଥାଏ, ତାଙ୍କୁ ଏହା ବିଲକୁଲ ବି ପିଇବାକୁ ଦେବା ଉଚିତ ନୁହେଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।