କୌଣସି ସମ୍ପର୍କୀୟ ହେଉ କି ସାଙ୍ଗ, ଭୁଲରେ ବି କାହାକୁ କହିବା ଉଚିତ ନୁହେଁ ନିଜ ଜୀବନର ଏହି ୪ଟି ମହତ୍ଵପୂର୍ଣ କଥା, ପଡିବ ପସ୍ତେଇବାକୁ

ଚାରି ଜଣ ଏକାଠି ରହିଥାନ୍ତି ତେବେ ପରସ୍ପର ମଧ୍ୟରେ ବିଭିନ୍ନ ପ୍ରକାରର କଥାବାର୍ତ୍ତା ହୋଇଥାଏ । ପରସ୍ପର ବିଷୟରେ ଜାଣିବା ସହିତ ସେମାନଙ୍କ ଜୀବନରେ କଣ ଚାଲୁଅଛି ତାହା ବି ଜାଣିଥାନ୍ତି । କିନ୍ତୁ ସମସ୍ତ ମନୁଷ୍ୟଙ୍କ ଜୀବନରେ କିଛି କଥା ଏମିତି ବି ଥାଏ ଯାହା କାହାକୁ ବି କହିବା ଉଚିତ ନୁହେଁ । କେତେ ଥର ଲୋକମାନେ ସାମ୍ନାରେ ଥିବା ଲୋକମାନଙ୍କ ବିଷୟରେ ବହୁତ କଥା ଜାଣିବାକୁ ଚାହାନ୍ତି ଯାହା ଦ୍ଵାରା ସେ ତାଙ୍କର କ୍ଷତି କରି ପାରିବେ ।

ଏମିତିରେ ଏହି ସମସ୍ତ କଥାକୁ ଜାଣି ନିଅନ୍ତୁ ଯାହାକୁ ଆପଣ କାହାକୁ ବି କହିବେ ନାହିଁ ।

ଟଙ୍କା

ଏହା ଏକ ଏମିତି ସୂଚନା ଅଟେ ଯାହା ବିଷୟରେ ଯଦି କେବଳ ଆପଣ ହିଁ ଜାଣିବେ ତେବେ ବହୁତ ଭଲ ଅଟେ । ଆପଣଙ୍କର ଆୟ କେତେ ଅଟେ, ଘରେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ଓ ଆପଣଙ୍କର ଆକାଉଣ୍ଟରେ କେତେ ଟଙ୍କା ଅଛି, ଏହି ସମସ୍ତ ସୂଚନା ନିଜ ମଧ୍ୟରେ ହିଁ ସୀମିତ ରଖିବା ଉଚିତ । ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ ଠାରୁ ଆପଣଙ୍କର ଟଙ୍କା ବିଷୟରେ ଜାଣି ଆପଣଙ୍କର ଟଙ୍କାର ଲାଭ ଉଠାଇବାକୁ ଚାହାଁନ୍ତି ।

ଘରର ରହସ୍ୟ

ଘରେ କିଛି ଏହିଭଳି କଥା ଥାଏ ଯାହାକୁ ଘର ଲୋକମାନଙ୍କ ମଧ୍ୟରେ ହିଁ ସୀମିତ ରଖିବା ଉଚିତ । କିନ୍ତୁ କେତେ ଥର ଲୋକମାନେ ନିଜ ଘର ବିଷୟରେ ଅନ୍ୟ ବ୍ୟକ୍ତିଙ୍କୁ କହି ଦିଅନ୍ତି । ଏହା ଉଚିତ ନୁହେଁ । ଏହା ଛଡା ବାହାର ଲୋକମାନଙ୍କୁ ନିଜ ଘରର ଡ୍ରଇଂଗ ରୁମ ପର୍ଯ୍ୟନ୍ତ ହିଁ ଆସିବାକୁ ଦିଅନ୍ତୁ । ସମସ୍ତଙ୍କୁ ଘରେ ପ୍ରବେଶ ପାଇଁ ଅନୁମତି ଦିଅନ୍ତୁ ନାହିଁ ।

ଅଯୋଗ୍ୟତା କିମ୍ବା କମଜୋରି

ଏହି ଦୁନିଆରେ ଏମିତି କୌଣସି ମନୁଷ୍ୟ ନାହିଁ ଯାହାକୁ ସବୁ ଆସୁଥିବ । ପ୍ରାୟତଃ ମଣିଷ କେତେକ କ୍ଷେତ୍ରରେ ନିଜକୁ କମଜୋର ଅନୁଭବ କରିଥାଏ । ଏହା ସତ୍ତ୍ୱେ ବି ଏହାକୁ ଗୋପନୀୟ ରଖିବା ଉଚିତ । ଯେଉଁଠି ଦରକାର ସେଠି ନିଜର ଅଯୋଗ୍ୟତାକୁ ଜାହିର କରନ୍ତୁ । କିନ୍ତୁ ସମସ୍ତଙ୍କୁ ନିଜର କମଜୋରି ବିଷୟରେ କୁହନ୍ତୁ ନାହିଁ ।

ଅପମାନ

ସମସ୍ତଙ୍କ ଜୀବନରେ ଏମିତି ବି ସମୟ ଆସିଥାଏ ଯେତେବେଳେ ତାଙ୍କୁ କୌଣସି ପ୍ରକାରର ଅପମାନର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏହି ଅପମାନକୁ ନିଜ ମଧ୍ୟରେ ହିଁ ସୀମିତ ରଖନ୍ତୁ, ଏହି ଜିନିଷକୁ କାହାକୁ ବି କହିବା ଉଚିତ ନୁହେଁ । କାରଣ ଆପଣ ଯାହାକୁ ନିଜର ଭାବି ନିଜର ଅପମାନ ବିଷୟରେ କହିବେ ସେହି ବ୍ୟକ୍ତି ହିଁ ଆପଣଙ୍କର ପୁଣି ଥରେ ଅପମାନ କରିପାରେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।