ଏହି 6 ଲୋକଙ୍କଠୁ ରୁହନ୍ତୁ ଦୂରେଇ, ନହେଲେ ପଡି ପାରନ୍ତି ଅସୁବିଧାରେ -Chanakya Niti

ଆପଣ ମାନେ ଗୋଟିଏ କଥା ନିଶ୍ଚିତ ଭାବରେ ଶୁଣିଥିବେ କି ସିଧା ଗଛ ଓ ସିଧା ଲୋକକୁ ପ୍ରଥମେ କଟାଯାଇଥାଏ । ଅର୍ଥାତ ଯେଉଁ ମନୁଷ୍ୟ ସ୍ୱଭାବରେ ସବୁଠାରୁ ସିଧା ଓ ସରଳ ହୋଇଥାନ୍ତି ତାଙ୍କୁ କିଛି ଧୃତ ଲୋକ ଅତି ସହଜରେ ତାଙ୍କର ଶିକାର ବନେଇଦେଇଥାନ୍ତି । ଏଥିପାଇଁ ଆମକୁ ଏହିଭଳି ଲୋକକୁ ଚିହ୍ନି ତାଙ୍କ ଠାରୁ ଦୂରେଇ ରହିବା ଭଲ ସେମାନେ ଭବିଷ୍ୟତରେ ଆମର କ୍ଷତି କରିଥାନ୍ତି । ଆଜି ଆମେ ଆପଣଙ୍କ ଜଣାଇବୁ କି ଏମିତି ୬ ଜଣ ଲୋକଙ୍କ ଠାରୁ ଦୂରେଇ ରବିବା ଉଚିତ ନଚେତ ଆପଣ ଅସୁବିଧାରେ ପଡିପାରନ୍ତି । ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ଈର୍ଷାଲୁ

ଆଜିକାଲି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି କି ଯେଉଁମାନେ ନିଜ ସୁଖିରେ ଏତେ ଖୁସି ହୁଅନ୍ତି ନାହିଁ ଯାହାକି ଅନ୍ୟର ଦୁଃଖରେ । ଏମାନଙ୍କ ନଜର ଅନ୍ୟର ସମୃଦ୍ଧିରେ ଥାଏ । ଏମାନଙ୍କୁ ଈର୍ଷାଲୁ ପ୍ରକୃତିର ହୋଇଥାନ୍ତି ଏମାନଙ୍କୁ ଭଗବାନ ସବୁ ଦେଇଥିଲେ ବି ଅନ୍ୟମାନଙ୍କୁ ଦୁଖୀ ଦେଖିବାକୁ ପସନ୍ଦ କରନ୍ତି । ଏମନଙ୍କର ଯେତେ ସମ୍ପତି ଥିଲେ ଅନ୍ୟ ଘର ଦେଖି ଇର୍ଷା କରିଥାନ୍ତି ଓ ଚିନ୍ତା କରନ୍ତି ତାର ଘର ଭାଙ୍ଗିଯାଆନ୍ତା କି । ଏହି ବ୍ୟକ୍ତି ଯେତେ ଧନୀ ହେଲେ ବି ପରମାତ୍ମାକୁ କୃତଜ୍ଞତା ଜାଣନ୍ତି ନାହିଁ । ଏହିଭଳି ଲୋକଙ୍କଠାରୁ ଦୂରେଇ ରହିବା ଉଚିତ ।

ବ୍ୟଭିଚାରି

ହିନ୍ଦୁ ଧର୍ମରେ କୌଣସି ବି ମନୁଷ୍ୟ ପାଇଁ ଚାରି ଆଶ୍ରମର ବ୍ୟବସ୍ତା କରାଯାଇଛି । ଯଥା ବ୍ରହ୍ମଚର୍ଯ୍ୟା, ଗୃହସ୍ଥ, ବାନ ପ୍ରସ୍ତ ଓ ସନ୍ୟାସ ଆଦି ଆଶ୍ରମ ବର୍ଣ୍ଣନା କରାଯାଇଛି । କିନ୍ତୁ ଗୃହସ୍ତ ଆଶ୍ରମକୁ ସର୍ବ ଶ୍ରେଷ୍ଠ ଆଶ୍ରମ କୁହାଯାଇଛି । ଏହି ଆଶ୍ରମରେ ବାସ କରୁଥିବା ଦମ୍ପତି ନିଜର ଭୌତିକ ଓ ଶାରୀରିକ ଜୀବନ ନିର୍ବାହ କରି ଥାଆନ୍ତି । ଏଥିରେ ମନୁଷ୍ୟକୁ ଶାରୀରିକ ଓ ଭୌତିକ ଶୁଖ ର ସ୍ବାଧୀନତା ମିଳିଥାଏ । କିନ୍ତୁ କିଛି ଲୋକ ନିଜ ଘରେ ସବୁ ସୁବିଧା ଥିଲେ ବି ଅନ୍ୟ ବ୍ୟଭିଚାରି ସ୍ତ୍ରୀ ସହ ସମ୍ପର୍କ ରଖିଥାଆନ୍ତି । ଏଥିପାଇଁ ଏହି ପରି ଲୋକଠାରୁ ଦୂରେଇ ରୁହନ୍ତୁ ।

ଅଧର୍ମୀ

ଧର୍ମ ଆମକୁ ଭଲ ଓ ଖରାପ ର ଶିକ୍ଷା ଦେଇଥାଏ । ଯଦି କେହି ଧର୍ମ ଅନୁସାରେ ଚାଲିଥାଏ ତାକୁ ସଂସାରର ସବୁ ସୁଖ ମିଳିଥାଏ । କିଛି ଲୋକ ଧର୍ମକୁ ବିଶ୍ୱାସ କରନ୍ତି ନାହିଁ । ଏମାନଙ୍କ ମନରେ କ୍ଷମା, ଦୟା ଓ ସେବାର କୌଣସି ଭାବ ରହି ନଥାଏ । ଏମାନେ ବହୁତ ନିର୍ଦୟୀ ହୋଇଥାନ୍ତି । ଏଥିପାଇଁ ଏମାନଙ୍କଠାରୁ ଦୂରେଇ ରହିବା ଉଚିତ ନଚେତ ସେମାନଙ୍କ ଦ୍ବାରା ଅନ୍ୟ ମାନେ ଅସୁବିଧାରେ ପଡିପାରନ୍ତି ।

ଲୋଭୀ

ସଂସାରରେ ଧନ ବିନା କିଛି ବି କରିବା ସମ୍ଭବ ନୁହେଁ । ସମାଜରେ ଏମିତି ଧନ ଲୋଭୀ ଅଛନ୍ତି ଯେ ନିଜ ସ୍ୱାର୍ଥ ପାଇଁ କିଛି ବି କରିପାରନ୍ତି । ଏମାନେ ଭଗବାନ ପାଖରେ ଧାର୍ମିକ କାର୍ଯ୍ୟ କରନ୍ତି କିନ୍ତୁ ଜଗି ବସିଥିବେ କିପରି ଅନ୍ୟକୁ ଲୁଟି ନିଜ ଧନ ଭଣ୍ଡାର କୁ ପୂର୍ଣ୍ଣ କରିବେ । ଏମାନେ କେବେ ବି ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତି ନାହିଁ । ଏଥିପାଇଁ ଏହି ପରି ଲୋକ ଠାରୁ ଦୂରେଇ ରହିବା ଭଲ ।

କପଟୀ

ବହୁତ ଲୋକ କପଟୀ ଥାଆନ୍ତି । ସେମାନେ ସାମ୍ନାରୁ କାହାକୁ କିଛି କହନ୍ତି ନାହିଁ କିନ୍ତୁ ମନ୍ବବିତରେ ଅନ୍ୟକୁ ଲୁଟିବା ଚିନ୍ତାରେ ଥାଆନ୍ତି । ଏମାନେ ସବୁବେଳେ କମଜୋର ଲୋକ ଉପରେ ଅତ୍ୟାଚାର କରି ତାର ଧନ ସମ୍ପତ୍ତି ଲୁଟିବା ପାଇଁ ଚେଷ୍ଟା କରନ୍ତି । ଏହି ଲୋକମାନେ ଅନ୍ତିମ ସମୟରେ ବହୁତ କଷ୍ଟ ପାଆନ୍ତି ସେହି ସମୟରେ ଏମାନେ ଅନୁତପ୍ତ କରିଥାନ୍ତି । ଏଥିପାଇଁ ଏହି ପରି ଲୋକ ଠାରୁ ଦୂରେଇ ରୁହନ୍ତୁ ।

ଅହଙ୍କାରୀ

ସମାଜରେ କିଛି ଲୋକ ନିଜର ସାମାନ୍ୟ ସଫଳତାରେ ଏତେ ଅହଙ୍କାରୀ ହୋଇଯାନ୍ତି ଯେ ଅନ୍ୟ ମାନଙ୍କୁ ତୁଛ ମନେ କରନ୍ତି । ଏହି ଲୋକମାନେ ହୁଅନ୍ତି ତାଙ୍କ ଠାରୁ ଅନ୍ୟ କେହି ସଫଳ ମନୁଷ୍ୟ ନାହାନ୍ତି । ଏହି ଅହଂକାର ବଳରେ ଭୁଲିଯାଆନ୍ତି କି ସେମାନଙ୍କର ସଫଳତା ପଛରେ ବହୁତ ଲୋକମାନଙ୍କର ହାତ ଥାଏ । ଏଭଳି ଲୋକ ନିଜ ପରିବାର ଓ ମିତ୍ର ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରନ୍ତି । ଏଥିପାଇଁ ଏହି ଲୋକମାନଙ୍କ ଠାରୁ ଦୂରେଇ ରହିବା ଉଚିତ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।