କଣ ଆପଣଙ୍କ ଭବିଷ୍ୟତ ପୂର୍ବରୁ ହିଁ ନିଶ୍ଚିତ କରା ଯାଇଛି ନା ଏହାକୁ ବଦଳା ଯାଇପାରେ ? – Spiritual Facts

ଭବିଷ୍ୟତ କଣ ଆଗରୁ ଲେଖା ହୋଇଛି କି ଆମ ସହ କଣ ହେବ । କିଛି  ଲୋକ ଥାନ୍ତି କି କହନ୍ତି ଭାଗ୍ୟ କିଛି ନଥାଏ ସବୁ କର୍ମର ଫଳ ହୋଇଥାଏ । ଆଉ କିଛି ଲୋକ ଭାବନ୍ତି କି ଭାଗ୍ୟ ସବୁ ହୋଇଥାଏ , ଭାଗ୍ୟରେ ଯାହା ଲେଖା ହୋଇଛି ତାହା ହୋଇଥାଏ । କିନ୍ତୁ ଏହି ମତର ତଥ୍ୟ ଖୋଜି ବୁଲିଥାଏ ମନୁଷ୍ୟ ଓ ଦିନେ ସଂସାରର ସବୁ ପ୍ରଶ୍ନକୁ ଛାଡି ସଂସାର ରୁ ଚାଲି ଯାଏ । ଏକ ରିସର୍ଚରୁ ଜଣାପଡିଛି ଯେ ସବୁ ପୂର୍ବରୁ ନିର୍ଧାରିତ ଥାଏ ।

ଏହି ତଥ୍ୟ ର ଅସଲ ରହସ୍ୟ ବିଷୟ ରେ ଜାଣିବା । ଏହ ପୂର୍ବରୁ ନିର୍ଧାରିତ ଥାଏ କି କେଉଁ ଦିନ କଣ କରିବେ । କିନ୍ତୁ ପ୍ରଶ୍ନ ଉଠେ କି ଆପଣ କୌଣସି କାମ କରିବା ବେଳେ ସେ କାମକୁ ଛାଡି ଉଠି ବୁଲିବାକୁ ଚାଲିଯିବେ ।

ଏହା ସତ କି ଏହା ପୂର୍ବରୁ ନିର୍ଧାରିତ ଥାଏ । ଆପଣ ଯାହା ବି କରିବେ ତାହା ପୂର୍ବରୁ ନିର୍ଧାରିତ ଥାଏ । କହିବାକୁ ଗଲେ ବିଧାତା ଆମ ପାଇଁ ଗୋଟିଏ ରାସ୍ତା ନିର୍ଧାରିତ କରିଛି ସେହି ରାସ୍ତାରେ ଆକମକୁ ଚାଲିବାକୁ ହେବ । ଏଥି ପାଇଁ ମାନିବାକୁ ହେବ ଯେ ଆସିବାକୁ ଥିବା ସମୟ ଭଳି ବିତିବା ସମୟ ମନ୍ଧ୍ୟ ପୂର୍ବରୁ ନିର୍ଧାରିତ ଥିଲା । ହିନ୍ଦୁ ଧର୍ମ ଅନୁସାରେ ପୌରାଣିକ କଥା ଅନୁସାରେ କିଛି ଲୋକଙ୍କର ଭାଗ୍ୟ ପୂର୍ବରୁ ନିର୍ଧାରୁତ ଥିବାର ପ୍ରମାଣ ମିଳିଛି ।

ଯେପରି କଂସ କୁ ଆଗରୁ ଜଣା ଥିଲାକି  ଦେବକୀର ଅଷ୍ଟମ ଗର୍ଭରୁ ଜାତ ଅଷ୍ଟମ ପୁତ୍ର ଦ୍ଵାରା ତାର ମୃତୟୁ ହେବ । ଏହା ହିଁ ହୋଇଥିଲା । ରାମାୟଣ ଅନୁସାରେ ପୂର୍ବରୁ ନିର୍ଧାରିତ ଥିଲା କି ଭଗବାନ ରାମ ଶବରି ଘରକୁ ଆସିବେ । ତୁଲସୀ ଦାସଙ୍କ ରଚିତ ରାମ ଚରିତ ମାନସରେ ବର୍ଣ୍ଣିତ ଥିଲା କି ଯାହା ବି ହୋଇଥାଏ ତାହା ଭଗବାନ ରାମଙ୍କ ଦ୍ଵାରା ନିର୍ଧାରିତ ଥିଲା । କୌଣସି ତର୍କ ବିତର୍କ ରୁ ନିଜର ଭାବନାକୁ କେହି ବଡ କରିପାରେ ନାହିଁ ।

ଏଥି ପାଇଁ ଭବିଷ୍ୟ ବାଣୀ କରିବା ସମ୍ଭବ ହୋଇଥାଏ ଯେତେବେଳେ କି ତାହା ନିର୍ଧାରିତ ଥାଏ । ରାମାୟଣ ରେ ଭଗବାନ ରାମ , ସୀତା , ଦଶରଥ ଓ ଗୁରୁ ବସିଷ୍ଠଙ୍କୁ ମଧ୍ୟ ଜଣା ଥିଲା କି ଭବିଷ୍ୟତ ରେ କଣ ହେବାକୁ ଅଛି । ମହର୍ଷି ବାଲ୍ମୀକି ତ ରାମାୟଣ ର ଉତ୍ତରକାଣ୍ଡ ରେ ଆଗକୁ ହେବାକୁ ଥିବା ଘଟଣା ବିଷୟ ରେ ବର୍ଣ୍ଣନା କରିଥିଲେ । ଆଧୁନିକ ବିଜ୍ଞାନ ମତ ଅନୁସାରେ ବି ଏହା ସତ ପ୍ରମାଣ ଅଛି । ମ୍ୟାକ ଫ୍ରାଙ୍କ ଯେତେବେଳେ କ୍ଵାଣ୍ଟମ ସିଦ୍ଧାନ୍ତ କୁ ଦୁନିଆ ସାମ୍ନାକୁ ୧୯୦୦ ରେ ଆଣିଲେ ।

ତାଙ୍କ ମତ ଅନୁସାରେ ସମୟ କୌଣସି ନିର୍ଧାରିତ ନୁହେଁ ସମୟ କୁ ବି ଆଗପଛ କରିହେବ । ୧୯୦୫ ରେ ଆଲ୍ବର୍ଟ ଆଇନଷ୍ଟାଇନଙ୍କ ସିଦ୍ଧାନ୍ତ ଥିଓରି ଅଫ ରିଲେଟିଭୀଟି ଅନୁସାରେ ବସ୍ତୁର ଗତି ଯେତେ ଅଧିକ ହୋଇଥାଏ ତା ପାଇଁ ସମୟ ସେତେ କମ ହୋଇଥାଏ । ସେଥିପାଇଁ ଅନ୍ତରୀକ୍ଷର ଯାନର ଗୋଟିଏ ଦିନ ସହ ପୃଥିବୀର ଲୋକମାନଙ୍କର ଦୁଇ ତିନି ଦିନରୁ ଅଧିକ ହୋଇଥାଏ ।

ଏହି ସିଦ୍ଧାନ୍ତ ଅନୁସାରେ ମନୁଷ୍ୟ ଗତିର ପରିବର୍ତନ କରି ସମୟର ପରିବର୍ତନ କରିପାରେ କିନ୍ତୁ ଏହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ କିନ୍ତୁ ଭବିଷ୍ୟତରେ ସମ୍ଭବ ହୋଇପାରେ । ଏହି କଥା ଭାବି ଆପଣ ଭାବୁଥିବେ କି କର୍ମର କୌଣସି ଫଳ ନାହିଁ କୌଣସି ବ୍ୟକ୍ତି ଭଲ କର୍ମ କରି କିଛି ଲାଭ ନାହିଁ । ପ୍ରକୃତ ଅର୍ଥ ହେଲା ଆମେ କର୍ମ କରିବାର ବିଚାର ଆମେ ଆମ ବୁଦ୍ଧି ଦ୍ଵାରା କରିଥାଉ । ଏଥିପାଇଁ କର୍ମ ହିଁ ସମୟ ଦ୍ଵାରା ହୋଇଥାଏ ।

ଆଶାକରୁଛୁ ଆମର ଏହି ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।