ଏହାକୁ ମାତ୍ର ଥରେ ଲଗେଇ ଦେଖନ୍ତୁ, ଚେହେରା ଏତେ ଗୋରା ଓ ଚମକିବାକୁ ଲାଗିବ କି ସମସ୍ତେ ଖାଲି ବୁଲି ବୁଲି ଚାହିଁବେ- Beauty Tips

ସାଧାରଣତଃ ସମସ୍ତଙ୍କର ଇଚ୍ଛା ଥାଏ ତାଙ୍କ ଚେହେରା ଗୋରା, ଚମକଦାର, ଆକର୍ଷଣୀୟ ହୋଇଥାଉ ଯାହାକୁ ଦେଖି ସମସ୍ତେ ପ୍ରଭାବିତ ହୋଇଥାନ୍ତୁ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ଲଗାଇବା ମାତ୍ରେ ଆପଣଙ୍କ ଚେହେରା ଚମକଦାର, ଗୋରା ଏବଂ ଆକର୍ଷଣୀୟ ଦିଶିବ ।

ଏହା ଆପଣଙ୍କୁ ମାତ୍ର ୭ ଦିନ ମଧ୍ୟରେ ଏହାର ଚମତ୍କାର ଦେଖାଇବ ଯାହା ଦାମୀ କ୍ରିମ ମଧ୍ୟ ଦେଇ ପାରିବ ନାହିଁ । ତେବେ ଆସନ୍ତୁ ଜାଣିବା ଏଥିପାଇଁ କଣ କଣ କରିବାକୁ ପଡ଼ିବ । ପ୍ରଥମେ ୩ ଚାମଚ ବେସନ ନେଇ ଗୋଟିଏ ପାତ୍ରରେ ରଖନ୍ତୁ । ସେଥିରେ ଦୁଇ ଚାମଚ ମହୁ ମିଶାନ୍ତୁ ଏବଂ ଦୁଇ ଚାମଚ ଗୋଲାପ ଜଳ ମିଶାନ୍ତୁ, ଅଧା ଚାମଚ ହଳଦୀ ମିଶାନ୍ତୁ । ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ଏହି ପେଷ୍ଟକୁ ଆପଣଙ୍କ ସମସ୍ତ ଚେହେରାରେ ଲଗାନ୍ତୁ । ଯେଉଁଠି ଆପଣଙ୍କୁ ଲାଗୁଛି ଆପଣଙ୍କ ସ୍କିନଟୋନ୍ କମ୍ ଅଛି ସେହି ସ୍ଥାନରେ ଏହାକୁ ଲଗାନ୍ତୁ ଏବଂ ୧୫-୨୦ ମିନିଟ୍ ଏହାକୁ ଲଗାଇ ରଖନ୍ତୁ । ଏହାପରେ ଆପଣ ସଫା ପାଣିରେ ଚେହେରାକୁ ଧୋଇ ନିଅନ୍ତୁ ।

ଚେହେରିକୁ ଭଲଭାବେ ଧୋଇବା ପରେ ଆପଣ ମୁହଁକୁ ଭଲ ଭାବେ ଏକ କପଡ଼ାରେ ପାଣିକୁ ପୋଛି ଦିଅନ୍ତୁ । ଏହାପରେ ଆପଣ ଗୋଟିଏ ଚାମଚ ମହୁ ଏବଂ ଗୋଟିଏ ଚାମଚ ଗ୍ଲେସରିନ କୁ ମିଶାଇ ଭଲଭାବେ ମୁହଁରେ ଲଗାନ୍ତୁ । ଯେଉଁଠାରେ ଆପଣ ପେଷ୍ଟ ଲଗାଇଥିଲେ ସେଇଠି ଆପଣ ଏହାକୁ ଭଲ ଭାବରେ ଦିଅନ୍ତୁ । ଏହାକୁ ଲଗାଇବା ପରେ ୧୦,୧୫,୨୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ରଖନ୍ତୁ ।

ଏହାପରେ ତାକୁ ସ୍ବଚ୍ଛ ଜଳରେ ଧୋଇ ନିଅନ୍ତୁ ଏବଂ ତଉଲିଆରେ ଏହାକୁ ଧିରେଧିରେ ପୋଛି କରି ଚେହେରାକୁ ଶୁଖାନ୍ତୁ । ଆପଣ ଖାଲି ଏହି ଘରୋଇ ଉପଚାରକୁ ପ୍ରତ୍ୟେକ ଦିନ କରିବା ଆରମ୍ଭ କରି ଦିଅନ୍ତୁ ଏବଂ ଦେଖିବେ ଆପଣଙ୍କର ସ୍କିନ କିପରି ଭାବେ ଚମକିବ, ଗୋରା ପଡ଼ିଯିବ ଏବଂ ଆକର୍ଷଣୀୟ ମଧ୍ୟ ଲାଗିବ ।

ଆପଣ ଦେଖିବେ ଆପଣଙ୍କର ସ୍କିନଟୋନ ବଦଳିଛି । ଆପଣ ଦେଖିବେ ଆପଣଙ୍କର ଚେହେରା ଯେଉଁଭଳି ଭାବେ କଳା ହୋଇ ଯାଇଥିଲା ତାହା ଗୋରା ହୋଇଗଲା । ଆପଣଙ୍କର ଚେହେରାର ଯେତେ ସମସ୍ୟା, ଦାଗ, ଚିହ୍ନ, ଆଖି ତଳେକଳାପଡିବା ଏହି ସବୁ ଜିନିଷ ବାହାର ହୋଇ ଯିବ । କାରଣ ପ୍ରକୃତି ଆପଣଙ୍କୁ ଯେଉଁ ଚେହେରା ଦେଇଥିଲା ସେଇ ଚେହେରା ଖରାପ ହେବାରେ ଲାଗିଥିଲା ।

ପ୍ରଦୂଷଣ ପାଇଁ, ସୂର୍ଯ୍ୟର ତେଜ କିରଣ ପାଇଁ, ନହେଲେ ବ୍ରଣ ପାଇଁ ନହେଲେ ଅଧିକ ମାନସିକ ଚିନ୍ତା ପାଇଁ । ଯାହା ଆପଣଙ୍କ ପ୍ରକୃତ ଚେହେରା ବାହାର ଜିନିଷ ସହ ଲଢେ଼ଇ କରି କରି ଚେହେରା ଖରାପ ହୋଇଯାଇଥିଲା କିନ୍ତୁ ଏହି ଘରୋଇ ଉପଚାର ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ । ଏହାକୁ ମାତ୍ର ସାତ ଦିନ ଧରି ବ୍ୟବହାର କରନ୍ତୁ ଦେଖିବେ ପୂର୍ବ ଭଳି ଆପଣଙ୍କ ଚେହେରା ସୁନ୍ଦର ଦେଖାଯିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ