ପେଟ୍ରୋଲିଂ କରିବା ପଡିଲା ମହଙ୍ଗା, ଚେକିଂ ବେଳେ ପୋଲିସ ବାବୁଙ୍କୁ ଚକା ତଳେ ଚାପିଦେଲା ଟ୍ରକ ଡ୍ରାଇଭର

ଡ୍ଯୁଟି କରୁଥିବା ବେଳେ ଚାଲିଗଲା ଜୀବନ । ପେଟ୍ରୋଲିଂ କରୁଥିବା ବେଳେ ପୋଲିସକୁ ଚକାତଳେ ଚାପିଦେଲା ଟ୍ରକ ଡ୍ରାଇଭର । ପେଟ୍ରୋଲିଂ କରିବା ଏହି ପୋଲିସ କର୍ମୀଙ୍କ ପାଇଁ ମହଙ୍ଗା ପଡିଗଲା । ଡ୍ଯୁଟି ବେଳେ ଗାଡି ଚଢାଇଦେଲେ ଡ୍ରାଇଭର । ସକାଳୁ ସକାଳୁ ଡ୍ଯୁଟି ପାଇଁ ଘରୁ ବାହାରି ଯାଇଥିବା ମଣିଷଟି ଯଦି ଏମିତି ଅକାଳରେ ଚାଲିଯାଏ ତେବେ କାହା ମନ ବା ସହିବ । ଯେଉଁଥି ପାଇଁ ତାଙ୍କ ସ୍ତ୍ରୀ ଓ ପରିବାର କାନ୍ଦୁଛନ୍ତି । କିଏ ଜାଣିଥିଲା ନିଜର କର୍ତ୍ତବ୍ୟ କରିବା ତାଙ୍କୁ ଏତେ ମହଙ୍ଗା ପଡିବ ।

ପ୍ରାୟ ସାଢେ ତିନିଟା ସମୟରେ ନ୍ୟାସନାଲ ହାଇୱେରେ ପେଟ୍ରୋଲିଂ ଡ୍ଯୁଟି କରୁଥିଲେ ଭଦ୍ରକ ଜିଲ୍ଲା ଚରମା ଅଞ୍ଚଳର ଇନ୍ସପେକ୍ଟର ସୁଜିତ ପାଣ୍ଡବ । ସେହି ସମୟରେ ଅଚାନକ ଏକ ହାଇୱା ଅନ୍ୟପଟୁ ମାଡି ଆସିଥିଲା । ସେହି ଗାଡି ଅଟକାଇବାକୁ ଚେଷ୍ଟା କରିଥିଲେ ସୁଜିତ । କିନ୍ତୁ ଟ୍ରକ ଡ୍ରାଇଭର ଗାଡି ରଖିବା ବଦଳରେ ସୁଜିତଙ୍କ ଉପରେ ସିଧା ଗାଡି ମଡାଇ ଦେଇଥିଲେ । ଯାହାପରେ ତାଙ୍କ ସହକର୍ମୀ ସେଠାରୁ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ହସ୍ପିଟାଲ ନେଇଥିଲେ ।

ସେଠାରୁ ତାଙ୍କୁ ଯାଜପୁର ନିଆ ଯାଇଥିଲା ଓ ସେଠାରୁ ମଧ୍ୟ ତାଙ୍କୁ କଟକ ପଠାଇ ଦିଆ ଯାଇଥିଲା । ତେବେ କଟକ ନିଆ ଯାଉଥିବା ବେଳେ ବାଟରେ ପ୍ରାଣ ହରାଇ ଦେଇଥିଲେ ସୁଜିତ । ସେପଟେ ଏଭଳି ନିର୍ମମ କାଣ୍ଡ ଘଟାଇଥିବା ଟ୍ରକକୁ ପୋଲିସ ଅଟକ ରଖିଛି ଓ ଟ୍ରକ ଡ୍ରାଇଭରଙ୍କୁ ମଧ୍ୟ ଥାନାରେ ରଖାଯାଇଛି ।

ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ବସିଥିବା ସ୍ତ୍ରୀ ଏବେ ସ୍ଵାମୀଙ୍କ ଏଭଳି ଖବର ଦୁଖରେ ଭାଙ୍ଗି ପଡିଛନ୍ତି । ତାଙ୍କୁ ଓ ତାଙ୍କ ପରିବାରକୁ ବୁଝାଇବା କଷ୍ଟକର ହୋଇପଡୁଛି । ଡ୍ଯୁଟି କରୁଥିବା ବେଳେ ଜୀବନ ହରାଇ ଦେଇଛନ୍ତି ଏହି ପୋଲିସ ବାବୁ ଜଣକ । ଯାହାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାଯା ଖେଳିଯାଇଛି । ସୁଜିତଙ୍କ ସହଯୋଗୀ ମାନେ ମଧ୍ୟ ଏକପ୍ରକାର ସଦମାରେ ଅଛନ୍ତି କହିଲେ ଭୁଲ ହେବନାହିଁ । ନିଜ ଆଖି ସାମ୍ନାରେ ସାର୍ ଙ୍କ ସହ ଏଭଳି ଘଟିବା ନେଇ ସେମାନେ ମଧ୍ୟ ଦୁଃଖିତ ଅଛନ୍ତି ।

ସତରେ ମୃତ୍ୟୁ କେଡେ ନିର୍ଦ୍ଦୟ । ସମୟ, କାଳ, ପାତ୍ର ନଦେଖି କେତେବେଳେ ବି ଆସି ପହଞ୍ଚିଯାଏ । ଉକ୍ତ ଟ୍ରକ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।